Advertisment

ଡରାଉଛି ସଂକ୍ରମଣ ! ଖୁବ୍‌ଶୀଘ୍ର ୫ରୁ ୧୨ ବର୍ଷ ବୟସର ପିଲାଙ୍କୁ କରୋନା ଟିକା

ଡିସିଜିଆଇର ଅନୁମତି ମିଳିଲେ ଏହି କରୋନା ଟିକା ପିଲାଙ୍କ ପାଇଁ ଜରୁରୀକାଳନୀ ବ୍ୟବହାର କରାଯାଇ ପାରିବ । ବାୟୋଲଜିକାଲ ଇ ଫାର୍ମା କମ୍ପାନୀ ପକ୍ଷରୁ ଏହି ସ୍ୱଦେଶୀ ଟିକା ପ୍ରସ୍ତୁତ ହୋଇଛି ।

author-image
Satyendu Shekher Mishra
undefined

Corbevax

ଦେଶରେ ପୁଣି ଏକ କୋଭିଡ ଲହର ଆସିବା ପୂର୍ବରୁ ପିଲାଙ୍କୁ ସୁରକ୍ଷିତ ରଖିବାକୁ ତତ୍ପରତା । ୫ରୁ ୧୨ ବର୍ଷ ବୟସର ପିଲାଙ୍କ ପାଇଁ ଆସୁଛି କରୋନା କବଚ କୋର୍ବେଭାକ୍ସ । ଏହି ବୟସ ବର୍ଗରେ ପିଲାମାନଙ୍କ କ୍ଷେତ୍ରରେ କୋର୍ବେଭାକ୍ସ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ DCGIକୁ ସୁପାରିସ କରିଛି ସବଜେକ୍ଟ ଟୁ ଏକ୍ସପର୍ଟ କମିଟି ବା SEC ।

Advertisment

ଡିସିଜିଆଇର ଅନୁମତି ମିଳିଲେ ଏହି କରୋନା ଟିକା ପିଲାଙ୍କ ପାଇଁ ଜରୁରୀକାଳନୀ ବ୍ୟବହାର କରାଯାଇ ପାରିବ । ବାୟୋଲଜିକାଲ ଇ ଫାର୍ମା କମ୍ପାନୀ ପକ୍ଷରୁ ଏହି ସ୍ୱଦେଶୀ ଟିକା ପ୍ରସ୍ତୁତ ହୋଇଛି । ଯାହାକି ଦେଶରେ ପ୍ରଥମ । ପୂର୍ବରୁ ୧୨ରୁ ୧୪ ବର୍ଷ ପିଲାଙ୍କ ପାଇଁ କୋର୍ବେଭାକ୍ସ ଟିକାକୁ ଅନୁମତି ମିଳିଥିଲା । ସେପଟେ ଦେଶରେ ମହାମାରୀର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଭାରତରେ ୨ ହଜାର ୩୮୦ ନୂଆ ମାମଲା ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ସାରା ଦେଶରେ ଏବେ କାୟା ବିସ୍ତାର କରିବାରେ ଲାଗିଛି କରୋନା । ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ଧିରେ ଧିରେ ବିଗିଡିବାରେ ଲାଗିଛି । ଯାହାକୁ ଦେଖି ଓଡ଼ିଶା ମଧ୍ୟ ସଜାଗ ହୋଇଛି । ହେଲେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ କରୋନାର ସ୍ଥିତି ଉଦବେଗ ଜନକ ନାହିଁ । ତଥାପି ଆଗାମୀ ୩ ରୁ ୪ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Advertisment

କରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ପୂର୍ବ ଲହର ଗୁଡିକରେ ଜଣାପଡିଛି ଯେ, ଦିଲ୍ଲୀରେ ସଂକ୍ରମଣ ବଢିବାର ମାସକ ପରେ ହିଁ ଓଡ଼ିଶାରେ ସଂକ୍ରମଣ ବଢ଼ିଥାଏ । ଏହି ସମୟ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଯେଉଁମାନେ ଟୀକା ନେଇନାହାନ୍ତି ତୁରନ୍ତ ନେଇଯାଆନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ନିହାତି କାମ ନଥିଲେ ଭିଡ଼ ସ୍ଥାନଠୁ ଦୂରେଇ ରହିବା ତଥା ଗହଳି ସ୍ଥାନକୁ ଗଲେ ମାସ୍କ ପିନ୍ଧିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି ।

ଗୋଟିଏ ପଟେ ଦିଲ୍ଲୀରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଓଡ଼ିଶାରେ ମୁହଁ ମୁକୁଳା। ନା ଏଠି କେହି ମାସ୍କ ପିନ୍ଧୁଛନ୍ତି ନା କେହି କୋଭିଡ୍‌ ନିୟମକୁ ଠିକ୍‌ ଭାବେ ପାଳନ କରୁଛନ୍ତି। ସର୍ବସାଧାରଣ ସ୍ଥାନ, ମାର୍କେଟ, ମଲ୍‌ ସବୁଠି ଲୋକମାନେ ଖୁଲମଖୁଲା ନିୟମକୁ ଉଲ୍ଲଂଘନ କରୁଥିବା ନଜର ଆସିଛି । ଯଦି ବେଳ ବେଳ ଥାଉ ଥାଉ ଲୋକମାନେ ସଚେତନ ନହୁଅନ୍ତି ଓ ପୂର୍ବଭଳି ନିୟମକୁ କଡ଼ାକଡ଼ି ପାଳନ ନକରନ୍ତି ତା’ହେଲେ ଦିଲ୍ଲୀ ଭଳି ଓଡ଼ିଶାରେ ମଧ୍ୟ ସ୍ଥିତି ଉପୁଜିପାରେ।

Corbevax Vaccine
Advertisment
Advertisment