/odishatv-khabar/media/post_attachments/uploadimage/library/16_9/16_9_0/NGT_1653562187.jpg)
NGT
ଏକ କୋଟି ତଣ୍ଡ ଗଣିବେ ରାଜ୍ୟ ସରକାର ! ମହଙ୍ଗା ପଡିଲା ପରିବେଶ ନିୟମ ଉଲ୍ଲଂଘନ । ଭୁଲ୍ କାମ ଯୋଗୁଁ ଏକ କୋଟି ଟଙ୍କାର ତଣ୍ଡ ଗଣିବେ ରାଜ୍ୟ ସରକାର । ପରିବେଶ ନିୟମକୁ ଉଲ୍ଲଂଘନ କରି ଶାଳ ଗଛ କାଟି ପିଜୁଳି ଗଛ ରୋପଣ କରାଯାଇଥିବାରୁ ଏନଜିଟି ପକ୍ଷରୁ ରାଜ୍ୟ ସରକାରଙ୍କଠାରୁ କୋଟିଏ ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲର ବୋତଳଣ୍ଡା ଓ କାରାଗୋଳାରେ ପ୍ରାୟ ୩୭୭ ଏକର ୮୩ ଡିସମିଲ ଜଙ୍ଗଲରେ ଶାଳ ଗଛ କାଟି ପିଜୁଳି ଗଛ ଲଗାଯାଇଥିବା ଅଭିଯୋଗ ହୋଇଥିଲା । ଏନେଇ ଜାତୀୟ ଗ୍ରୀନ ଟ୍ରିବୁନାଲ୍ରେ ଅଭିଯୋଗ ପରେ ଏନଜିଟି ଏକ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି । ଜରିମାନା ଅର୍ଥ ଦୁଇ ସପ୍ତାହ ମଧ୍ୟରେ କଟକ ଡିଏଫଓଙ୍କ ପାଖରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)