• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମହାରାଷ୍ଟ୍ରରେ ଓମିକ୍ରନ୍‌ର ପ୍ରଥମ ସବ୍‌ ଭାରିଏଣ୍ଟ ଚିହ୍ନଟ ହୋଇଛନ୍ତି । ୪ ଜଣ ଓମିକ୍ରନ୍‌ର BA.4 ଆକ୍ରାନ୍ତ ଓ ୩ ଜଣ ଓମିକ୍ରନ୍ BA.5 ଆକ୍ରାନ୍ତଙ୍କୁ ମିଶାଇ ମୋଟ ୭ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ଗତକାଲି ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସମସ୍ତ ଆକ୍ରାନ୍ତଙ୍କ ପାଖରେ ସାମାନ୍ୟ ଲକ୍ଷ୍ୟଣ ପରିଲକ୍ଷିତ ହୋଇଥିବାର ଜଣାପଡିଛି । ଏହି ସମସ୍ତ ଆକ୍ରାନ୍ତ ବ୍ୟକ୍ତି ଏବେ ଘରେ ରହି ଚିକିତ୍ସିତ ହେଉଛନ୍ତି । ଏମାନଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଥିବା ସୂଚନା ଦିଆଯାଇଛି । ଓମିକ୍ରନ୍ ଆକ୍ରାନ୍ତ ହୋଇଥିବା ଦୁଇ ଜଣ ବେଲଜିୟମ୍ ଓ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲେ । ସେହିପରି ଅନ୍ୟ ଦୁଇ ଜଣ କର୍ଣ୍ଣାଟକ ଏବଂ କେରଳରୁ ଫେରିଥିଲେ ।

ଏହାପୂର୍ବରୁ ଏପ୍ରିଲ ମାସରେ ବିଶ୍ୱରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ହେଲେ ଏଥର ମହାରାଷ୍ଟ୍ରରେ ପ୍ରଥମ ଥର ପାଇଁ ଓମିକ୍ରନ୍‌ର ସବ୍‌ ଭାରିଏଣ୍ଟ ଚିହ୍ନଟ ହୋଇଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଓମିକ୍ରନ୍‌ର ସବ୍ ଭାରିଏଣ୍ଟ ଟି ସଂକ୍ରାମକ ହେଲେ ବି ଘାତକ ନୁହେଁ । ତେଣୁ ଲୋକଙ୍କୁ ଏଥିରୁ ଭୟ କରିବା ଆବଶ୍ୟକ ନାହିଁ । କେବଳ କୋଭିଡ୍ ନିୟମ ପାଳନ କରିବା ଉଚିତ୍ ।

ସୂଚନା ଅନୁସାରେ, ଗତବର୍ଷ ନଭେମ୍ୱର ମାସରେ ସାଉଥ ଆଫ୍ରିକାରେ କରୋନା ମହାମାରୀର ଓମିକ୍ରନ ଭାରିଏଣ୍ଟ ଚିହ୍ନଟ ହୋଇଥିଲା । ଯାହା ପରେ ଏହି ଭାରିଏଣ୍ଟ ବ୍ରିଟେନ୍‌ ସମେତ ଅନେକ ଦେଶରେ ବ୍ୟାପିଥିଲା । ଏହି ଭାରିଏଣ୍ଟ୍‌ ସଂକ୍ରାମକ ହୋଇପାରେ ହେଲେ କରୋନାର ପୂର୍ବ ଭାରିଏଣ୍ଟ୍‌ ଠାରୁ କମ୍‌ ଘାତକ ଥିବା ଜଣାପଡିଛି ।