• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦେଶରେ ପୁଣି ବଢ଼ୁଛି ମହାମୀରୀ କୋପ । ଧିରେ ଧିରେ ଉପରମୁହାଁ ହେଲାଣି କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଦୈନିକ ସଂକ୍ରମଣ ୩ ହଜାର ପାର୍ କରି ୩ ହଜାର ୬୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନାରେ ୫୦ ଜଣଙ୍କର ମୃତ୍ୟୁ ହୋଇଛି ।

ଦେଶରେ ଆକ୍ଟିଭ୍ କେସ୍ ସଂଖ୍ୟା ୧୮ ହଜାର ୬୮୪ରେ ପହଞ୍ଚିଛି । କେବଳ ଦିଲ୍ଲୀରେ ୨୪ ଘଣ୍ଟାରେ ୧୬ ଶହ ୭ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆକ୍ଟିଭ୍ କେସ ସଂଖ୍ୟା ୫ ହଜାର ଟପିଛି । ଦେଶରେ ଲଗାତାର ତିନି ଦିନ ହେଲା ଦୈନିକ ସଂକ୍ରମଣ ୩ ହଜାର ଉପରେ ରହୁଛି । ସେହିପରି ଗତକାଲି ମଧ୍ୟ ଦେଶରେ ୩ ହଜାର ୩୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଅନ୍ୟପକ୍ଷେ, ଗତ ସପ୍ତାହକର କୋଭିଡ୍ ଗ୍ରାଫ୍ ଅନୁଯାୟୀ, କରୋନା ସଂକ୍ରମଣ କ୍ରମାଗତ ଭାବରେ ବଢିଚାଲିଥିବା ଜଣାପଡିଛି । ଏପ୍ରିଲ ୨୮ରେ ଦୈନିକ ସଂକ୍ରମଣ ୩ ହଜାର ୩୦୩ ଥିବାବେଳେ ଏପ୍ରିଲ ୨୭ରେ ୨ ହଜାର ୯୨୭,ଏପ୍ରିଲ ୨୬ରେ ୨ ହଜାର ୪୮୩, ଏପ୍ରିଲ ୨୫ରେ ୨ ହଜାର ୫୪୧, ଏପ୍ରିଲ ୨୪ରେ ୨ ହଜାର ୫୯୩ ଏବଂ ଏପ୍ରିଲ ୨୩ରେ ୨ ହଜାର ୫୨୭ ଦୈନିକ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାପଡିଛି ।