ପିଲାମାନଙ୍କର ଟିକାକରଣ ଏଯାଏଁ ଆରମ୍ଭ ହୋଇନି। ତେଣୁ ସେମାନଙ୍କ ପ୍ରତି ଅଧିକ ସଚେତନ ରହିବାକୁ ହେବ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଆଇଏଲ୍ଏସ୍ର ନିର୍ଦ୍ଦେଶକ ଡକ୍ଟର ଅଜୟ ପରିଡ଼ା। ସେ କହିଛନ୍ତି, ଅଗଷ୍ଟରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ୬୦୦ ନମୁନାର ଜେନମ୍ ସିକ୍ୱେନ୍ସିଂ ହୋଇଥିଲା।ସେଥିରୁ ୮୦ ପ୍ରତିଶତ ଡେଲ୍ଟା ଭାରିଆଣ୍ଟ।
କୋଭିଡକୁ ନେଇ ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ। କୋଭିଡ ମୁକାବିଲା କରିବା ପାଇଁ ଏକମାତ୍ର ଅସ୍ତ୍ର ହେଉଛି ଭାକ୍ସିନ। ହେଲେ ଟିକା ନେଲା ପରେ ଦେହରେ ଆଣ୍ଟିବଡି ସୃଷ୍ଟି ହେଉନି।
ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁସାରେ ବଡ ବଡ ସହର ଗୁଡିକରେ ବିଭିନ୍ନ ସମୟରେ କେବଳ ପାଗ ଅଲଗା ରହେନି ବରଂ ସେଠାରେ ଥିବା ଭୌଗୋଳିକ ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନ । କରୋନା ଭୂତାଣୁ ବ୍ୟାପିବା ପଛରେ ପାଣିପାଗର ପ୍ରଭାବ ରହିଛି ବୋଲି ଅଧ୍ୟୟନରୁ ସ୍ପଷ୍ଟ ଜଣାପଡ଼ି ନାହିଁ ।
700 ତଳକୁ ଖସିଲା କରୋନା ସଂକମଣ। । ହେଲେ ସଂକ୍ରମିତ ପିଲାଙ୍କ ସଂଖ୍ୟା ୧୦୦ ତଳକୁ ଖସୁନି । ସେହିପରି ୮ ରୋଗୀଙ୍କର ଆଜି ମୃତ୍ୟୁ ଘିଛି।
ରୋନାର ଦ୍ୱିତୀୟ ଲହରି ଏପର୍ଯ୍ୟନ୍ତ ଶେଷ ହୋଇନି। ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ପୁଣି କରୋନା ପ୍ରଭାବ ବଢ଼ିଛି। ଓନାମ ପରବର୍ତ୍ତୀ ସମୟରେ କେରଳରେ ପୁଣି ସଂକ୍ରମଣ ବଢ଼ିଛି। କୁମ୍ଭମେଳା ଏବଂ ଓନାମରୁ ଆମକୁ ବହୁତ କିଛି ଶିଖିବାର ଅଛି। ପାର୍ବଣ ଋତୁ ଆସିଛି। ୨ୟ ଲହର ଚାଲିଛି। ୩ୟ ଲହର ସମ୍ଭାବନା ଅଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପାର୍ବଣ ଗାଇଡଲାଇନ କରିଥିଲେ।
ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ବି ୭୦୦ ଉପରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଚିହ୍ନଟ ହୋଇଛନ୍ତି ୭୪୫ ଆକ୍ରାନ୍ତ।
ଦେଶରେ ଆଜି ସାମାନ୍ୟ କମିଛି କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍ ୩୪,୯୭୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨୬୦ ଜଣଙ୍କ ପ୍ରାଣ ନେଇଛି କରୋନା
କୋଭିଡ୍ ସଂକ୍ରମଣ ପରେ ଏବେ ଶିଶୁମାନଙ୍କ ପାଇଁ ଚିନ୍ତା ବଢ଼ାଇଛି MI syndrome। ପ୍ରଥମ ଲହରରୁ ଆରମ୍ଭ ହୋଇଥିବା ଏହି ଲକ୍ଷଣ ଏବେ ଧିରେ ଧିରେ କାୟା ବିସ୍ତାର କରୁଥିବା ଦେଖିବାକୁ ମିଳୁଛି। ଦ୍ୱିତୀୟ ଲହରରେ ଏଥିରେ ପ୍ରଭାବିତଙ୍କ ସଂଖ୍ୟା ଅପେକ୍ଷାକୃତ ଅଧିକ ଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ। ରାଜ୍ୟରେ କୋଭିଡ୍ରେ ଶିଶୁ ସଂକ୍ରମଣ ହାର ଏବେ ପ୍ରାୟ ୨୦ ପ୍ରତିଶତ ରହିଛି।
ତେଲ ନକଲି। ଚା ନକଲି। ଔଷଧ ବି ନକଲି। ଏବେ ଟିକା ନକଲି କରିବା ଆରମ୍ଭ ହୋଇ ଯାଇଛି। ନକଲି କୋଭିଶିଲ୍ଡ ଚିହ୍ନଟ ପରେ ନିର୍ଦ୍ଦେଶାବଳୀ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ନକଲି କୋଭିଡ-୧୯ ଟିକା ଚିହ୍ନଟ କରିବା ଓ ଏହାକୁ ବ୍ୟବହାର ନ କରିବା ପାଇଁ ଅନୁରୋଧ କରାଯାଇଛି
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-ରାୟନୃସିଂହପୁର ସ୍ଥିତ ସିଦ୍ଧେଶ୍ୱରୀ ଉଚ୍ଚ ବିଦ୍ୟାଳୟରେ ୫ ଛାତ୍ରଛାତ୍ରୀଙ୍କୁ କରୋନା । ସ୍କୁଲର ଜଣେ ଶିକ୍ଷୟିତ୍ରୀ ମଧ୍ୟ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି।
କୋଭିଡ୍ ସଂକ୍ରମଣର ମାସେ ଭିତରେ ଶିଶୁଙ୍କ ଏମଆଇ ସିଣ୍ଡ୍ରୋମ ବଢୁଛି। ୨ୟ ଲହରୀରେ ବହୁତ ପିଲା ଏମଆଇ ସିଣ୍ଟ୍ରୋମରେ ହସ୍ପିଟାଲ ଆସୁଛନ୍ତି।
୨ ଦିନ ହେଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୭୦୦ ଉପରେ ରହୁଥିବାବେଳେ ପିଲାଙ୍କ ସଂକ୍ରମଣ ସଂଖ୍ୟା ଚିନ୍ତା ବଢଉଛି। ଆଜି ରାଜ୍ୟରେ ପୁଣି ୮ କରୋନା ରୋଗୀ ଆଖି ବୁଜିଛନ୍ତି।
କରୋନା କଟକଣା ଲୋକଙ୍କ ଆୟକୁ ଗୁରୁତର ପ୍ରଭାବିତ କରିଛି। କମିଯାଇଛି ସାଧାରଣ ଜନତା ଓ ବ୍ୟବସାୟୀଙ୍କ ଆୟ। ଏମିତି ସ୍ଥିତିରେ ପରିବାର ଚଳାଇବା ଓ ବ୍ୟବସାୟ ଜାରି ରଖିବାକୁ ସୁନା ବନ୍ଧକ ଋଣକୁ ବିକଳ୍ପ ଭାବେ ବାଛିଛନ୍ତି ଲୋକେ । ଫଳରେ ଦେଶରେ ସୁନା ବନ୍ଧକ ଋଣ ଗତବର୍ଷ ତୁଳନାରେ ପାଖାପାଖି ୭୭ ପ୍ରତିଶତ ବଢ଼ିଯାଇଛି।
କରୋନା ସଂକ୍ରମଣ ଏବେ ପ୍ରତିଶତରେ ନୁହେଁ, ନିର୍ଦ୍ଦିଷ୍ଟ ଭାବେ କେତେ ସଂଖ୍ୟା ଅଛି, ତାହା ଦେଖିବାକୁ ପଡ଼ିବ ବୋଲି କହିଛନ୍ତି, ଡିଏମ୍ଇଟି। ଦ୍ୱିତୀୟ ଲହରରେ ତୀବ୍ରତା ଅଧିକ ଥିଲା। ସେହି ସମୟର ସବୁ କୋଭିଡ ନିୟମ ପାଳନ କରିବାକୁ ପଡ଼ିବ। ଯେଉଁଠି ସଂକ୍ରମଣ ବଢ଼ିବ, ସେଠାରେ ତ୍ୱରିତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି।
ଶିକ୍ଷାର୍ଥୀ ମାସ୍କ ପିନ୍ଧି ସ୍କୁଲ୍ ଆସିବେ। ମାସ୍କ ପିନ୍ଧି ନ ଥିଲେ ପ୍ରବେଶ ମନା ରହିଛି । ସ୍କୁଲର ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ସହ ସାନିଟାଇଜେସନ୍ ବାଧ୍ୟତାମୂଳକ କରାଯାଇଛି ।
ଗତକାଲି ତୁଳନାରେ ଆଜି ରାଜ୍ୟରେ ବଢିଛି କରୋନା ସଂକ୍ରମଣ। ଗତକାଲି ଦୈନିକ ସଂକ୍ରମଣ ୬୩୮ ଥିବାବେଳେ ଆଜି ୭୦୦ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୬୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ରାଜ୍ୟରେ କୋଭିଡ୍ ସ୍ଥିତି ଚିନ୍ତାଜନକ ନଥିଲେବି ତୃତୀୟ ଲହର ନେଇ ବିଶେଷଜ୍ଞମାନେଆଶଙ୍କା କରୁଛନ୍ତି। ଏପରିକି ନିୟମ ମାନିବାକୁ ପରାମର୍ଶ ଦେଇଛି। ରାଜ୍ୟରେ ଏବେବି ୧୮ ବର୍ଷରୁ କମ୍ ବର୍ଗର ସଂକ୍ରମିତଙ୍କ ସଂଖ୍ୟା ୧୦୦ ଉପରେ ରହୁଛି। କେରଳରେ ସ୍ଥିତି ଉଦ୍ବେଗଜନକ ରହିଛି।
ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ପିଲାଙ୍କ ଯତ୍ନ ନେବାର ପ୍ରଥମ ଦାୟିତ୍ୱ ଅଭିଭାବକମାନଙ୍କର। ପିଲାମାନେ ଟିକା ନେଇ ନ ଥିବାରୁ ବାପା ମାଆ ସାବଧାନ ରୁହନ୍ତୁ। ସ୍କୁଲ ପିଲାଙ୍କ ଠାରେ କରୋନା ସଂକ୍ରମଣ ବଢ଼ିଲେ, ସ୍କୁଲ ବନ୍ଦ କରାଯିବ। ସ୍ବାସ୍ଥ୍ୟ ବିଭାଗ କହିଛି, କୋଭିଡ୍ରେ ଆକ୍ରାନ୍ତ ହୋଇଥିବା ମାତ୍ର ୦.୨ ପ୍ରତିଶତ ପିଲା ଆଇସିୟୁରେ ଆଡ୍ମିଟ୍ ହୋଇଛନ୍ତି। କେହି ଭେଣ୍ଟିଲେଟରକୁ ଯାଇନାହାନ୍ତି।
ଶିଶୁଙ୍କ ସଂକ୍ରମଣ ଚିନ୍ତା ବଢାଇଛି। ଏ ନେଇ DMET ଡାକ୍ତର ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା ଦେଇ ପିଲାଙ୍କ ସଂକ୍ରମଣ ପାଇଁ ପରିବାରଙ୍କୁ ପରୋକ୍ଷରେ ଦାୟୀ କରିଛନ୍ତି।
ଆଜି ବି ରାଜ୍ୟରୁ ୬୩୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ଅଛନ୍ତି ୯୩ ଜଣ। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୩୭୨ ଥିବାବେଳେ ଲୋକାଲ କେସ୍ ରହିଛି ୨୬୬ । ଏହି ତଥ୍ୟ ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।
ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୩୬ ହଜାର ୯୦ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଓ ୩୨ ହଜାର ୬୧୪ ସ୍ୱାସ୍ଥ୍ୟକର୍ମୀ ଉଭୟ ଡୋଜ ଦ୍ୱିତୀୟ ଟିକା ଗ୍ରହଣ କରିସାରିଛନ୍ତି । ସେହିଭଳି ୫୬ ହଜାର ୩୨୫ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ ଓ ୪୯ ହଜାର ୪୨୧ ଜଣ ଉଭୟ ଡୋଜ ନେଇ ସାରିଛନ୍ତି । ବିଏମସି ପକ୍ଷରୁ ଟ୍ୱିଟ ଯୋଗେ ଏହି ସୂଚନା ଦିଆଯାଇଛି
ରାଜ୍ୟରେ କରୋନାର ୨ୟ ଲହର ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୬୦୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୨୨ ଜଣ ଥିବା ଜଣାଯାଇଛି।
ଗତ ୧୦ ଦିନ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ କୌଣସି ହ୍ରାସ ଦେଖିବାକୁ ମିଳୁନାହିଁ । ଦ୍ୱିତୀୟ ଲହରୀ ଦୁର୍ବଳ ହେଉଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ହେବା ପରିବର୍ତ୍ତେ ଦିନକୁ ଦିନ ରୋଗୀ ସଂଖ୍ୟା ବଢ଼ୁଛି । ସାତୋଟି ସଂକ୍ରମଣ ପ୍ରବଣ ଜିଲ୍ଲାରେ ସାମିଲ ଅଛନ୍ତି ପୁଣେ, ଅହମ୍ମଦନଗର, ସତାରା, ସୋଲାପୁର, ସାଙ୍ଗଲି, ରତ୍ନାଗିରି ଏବଂ ସିନ୍ଧୁଦୁର୍ଗ
ରାଜ୍ୟରେ ୨୪ ଘଣ୍ଟାରେ ୮୦୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୪୬୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୩୩୮ ରହିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୧୮ ବର୍ଷରୁ କମ୍ ବର୍ଗର ୧୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏବେ ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଖୋର୍ଦ୍ଧା ଓ କଟକରେ ଲୋକଙ୍କ ସଂଖ୍ୟା ଅଧିକ। ତେଣୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି ।