Advertisment

ବଢୁଛି ପିଲାଙ୍କ ସଂକ୍ରମଣ, ଆଜି ୧୮ ବର୍ଷରୁ କମ୍ ବର୍ଗର ୧୧୭ ଚିହ୍ନଟ

୨ ଦିନ ହେଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୭୦୦ ଉପରେ ରହୁଥିବାବେଳେ ପିଲାଙ୍କ ସଂକ୍ରମଣ ସଂଖ୍ୟା ଚିନ୍ତା ବଢଉଛି। ଆଜି ରାଜ୍ୟରେ ପୁଣି ୮ କରୋନା ରୋଗୀ ଆଖି ବୁଜିଛନ୍ତି।

author-image
Minati Mishra
ଅଦ୍ୟତନ ହୋଇଛି
covid 19

covid 19

ଭୁବନେଶ୍ୱର: ରାଜ୍ୟରେ ଦୁଇଦିନ ହେଲା ୭୦୦ ଉପରେ ରହୁଛି ଦୈନିକ କରୋନା ସଂକ୍ରମଣ। ଗତକାଲି ରାଜ୍ୟରୁ ୭୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ବାହାରିଛନ୍ତି ୭୭୧ ସଂକ୍ରମିତ । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪୪୮ ବାହାରିଥିବାବେଳେ ଲୋକାଲ କେସ୍ ଅଛି ୩୨୩ । ଦୁଇଦିନ ତୁଳନାରେ ଆଜି ପିଲାଙ୍କ ସଂକ୍ରମଣ ବି ବୃଦ୍ଧି ପାଇଛି।  ୭ ତାରିଖ ୧୮ ବର୍ଷରୁ କମ୍ ବର୍ଗର ୯୩ ପିଲା ସଂକ୍ରମିତ ହୋଇଥିବାବେଳେ ୮ ତାରିଖ ୧୦୨ ଏବଂ ଆଜି ୧୧୭ ଜଣ ପିଲା ସଂକ୍ରମିତ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ କରି ଜଣାଇଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ଆଜି ଅନୁଗୁଳରୁ  ୧୬ ଜଣ କରୋନା ପଜିଟିଭ ବାହାରିଥିବାବେଳେ ବାଲେଶ୍ୱରରୁ ୪୧, ବରଗଡ଼ରୁ ୩, ଭଦ୍ରକରୁ ୧୫, ବଲାଙ୍ଗିରରୁ ୨, କଟକରୁ ୭୧, ଦେବଗଡ଼ରୁ ୫, ଢେଙ୍କାନାଳରୁ ୧୨
ଗଂଜାମରୁ ୪, ଜଗତସିଂହପୁରା ୨୬, ଯାଜପୁରରୁ ୩୪,  ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୧, କେନ୍ଦ୍ରାପଡ଼ାରୁ ୧୪, କେନ୍ଦୁଝରରୁ ୫, ଖୋର୍ଦ୍ଧାରୁ ୩୨୭, କୋରାପୁଟରୁ ୧୧, ମାଲକାନଗିରିରୁ ୩, ମୟୂରଭଂଜ ୧୯,  ନବରଙ୍ଗପୁରରୁ ୩, ନୟାଗଡ଼ରୁ ୧୧, ନୂଆପଡ଼ାରୁ ୧, ପୁରୀରୁ ୨୧, ରାୟଗଡ଼ରୁ ୧୧, ସମ୍ବଲପୁରରୁ ୧୭, ସୁନ୍ଦରଗଡ଼ରୁ ୧୩ ଏବଂ ଷ୍ଟଟ୍‌ପୁଲ୍‌ରୁ ୭୬ ଜଣ ପଜିଟିଭ ବାହାରିଛନ୍ତି।

Advertisment

ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୪ ହଜାର ୩୩୮କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୭୪ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୯,୯୯,୧୬୫ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ରାଜ୍ୟରେ ଆକ୍ଟିଭ କେସ୍‌ ଅଛି ୭୦୪୨।

ସେହିପରି ରାଜ୍ୟରେ ଆଉ ୮ କରୋନା ଆକ୍ରାନ୍ତ ଆଖି ବୁଜିଲେ।  ଅନୁଗୁଳରୁ ୩, ଖୋର୍ଦ୍ଧାରୁ ୨, ମୟୂରଭଞ୍ଜ, ଯାଜପୁର ଓ ନବରଙ୍ଗପୁରରୁ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮,୦୭୮କୁ ବୃଦ୍ଧି ପାଇଛି।

ସୂଚନାଥାଉ କି, କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି DMET ସିବିକେ ମହାନ୍ତି କହିଛନ୍ତି, କରୋନା ସଂକ୍ରମଣ ଏବେ ପ୍ରତିଶତରେ ନୁହେଁ, ନିର୍ଦ୍ଦିଷ୍ଟ ଭାବେ କେତେ ସଂଖ୍ୟା ଅଛି, ତାହା ଦେଖିବାକୁ ପଡ଼ିବ ।  ଦ୍ୱିତୀୟ ଲହରରେ ତୀବ୍ରତା ଅଧିକ ଥିଲା। ସେହି ସମୟର ସବୁ କୋଭିଡ ନିୟମ ଏବେ ପାଳନ କରିବାକୁ ପଡ଼ିବ। ଯେଉଁଠି ସଂକ୍ରମଣ ବଢ଼ିବ, ସେଠାରେ ତ୍ୱରିତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି।

ସୂଚନାଥାଉ କି, ଦେଶରେ ଦିନକରେ ୪୩,୨୬୩ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩୩୮ ଜଣ ଆଖି ବୁଜିଛନ୍ତି। କେବଳ କେରଳରେ ୩୦,୧୯୬ ଆକ୍ରାନ୍ତ ସାମ୍ନାକୁ ଆସିଥିବାବେଳେ  ୧୮୧ ଆଖିବୁଜିଛନ୍ତି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୧,୩୯,୯୮୧ ଥିବାବେଳେ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୪,୪୧,୭୪୯କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ଆକ୍ଟିଭ କେସ୍‌ ୩,୯୩,୬୧୪ ଥିବାବେଳେ ସୁସ୍ଥ ହେଲେଣି ୩,୨୩,୦୪,୬୧୮ ଜଣ।

COVID-19 Odisha COVID-19 Update
Advertisment
Advertisment