Advertisment

ପିଲାଙ୍କୁ କୋଭିଡ ସଂକ୍ରମଣ ନେଇ ବଢିଲା ଚିନ୍ତା; ସୁସ୍ଥ ହେବା ପରେ ଦେଖାଦେଉଛି ଏସବୁ ଲକ୍ଷଣ

କୋଭିଡ୍ ସଂକ୍ରମଣର ମାସେ ଭିତରେ ଶିଶୁଙ୍କ ଏମଆଇ ସିଣ୍ଡ୍ରୋମ ବଢୁଛି। ୨ୟ ଲହରୀରେ ବହୁତ ପିଲା ଏମଆଇ ସିଣ୍ଟ୍ରୋମରେ ହସ୍ପିଟାଲ ଆସୁଛନ୍ତି।

author-image
Minati Mishra
ଅଦ୍ୟତନ ହୋଇଛି
Covid affected children

Covid affected children

ଭୁବନେଶ୍ୱର: ଗତ ତିନିଦିନ ହେଲା ଶିଶୁଙ୍କୁ ସଂକ୍ରମଣ କ୍ରମାଗତ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି।  ନେଇ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।  ଏ ନେଇ ଆଜି  ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ସୂଚନା ଦେଇ କହିଛନ୍ତି, କୋଭିଡ୍ ସଂକ୍ରମଣର ମାସେ ଭିତରେ ଶିଶୁଙ୍କ ଏମଆଇ ସିଣ୍ଡ୍ରୋମ ବା Multi System Inflammatory Syndrome ବଢୁଛି। ୨ୟ ଲହରୀରେ ବହୁତ ପିଲା ଏମଆଇ ସିଣ୍ଟ୍ରୋମରେ ହସ୍ପିଟାଲ ଆସୁଛନ୍ତି।

Advertisment

ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, କୋଭିଡରୁ ସୁସ୍ଥ ହେଲା ପରେ ପିଲାଙ୍କର ମୁଣ୍ଡବିନ୍ଧା, ଝାଡ଼ାବାନ୍ତି ଭଳି ଲକ୍ଷଣ ରହୁଛି।  ଏଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଡାକ୍ତରଙ୍କ ପରାମର୍ଶରେ ହସ୍ପିଟାଲ ଭର୍ତ୍ତି ହେଲେ ମୃତ୍ୟୁହାର କମିବ। ଏବେ ଏହାର ଚିକିତ୍ସା ବ୍ୟବସ୍ଥା ସବୁ ମେଡିକାଲ କଲେଜରେ ଉପଲବ୍ଧ ଅଛି। ଖୁବଶୀଘ୍ର ସବୁ ହସ୍ପିଟାଲରେ ଏହାର ଚିକିତ୍ସା ସୁବିଧା ମିଳିବ ବୋଲି କହିଛନ୍ତି ନିରଞ୍ଜନ ମିଶ୍ର।

Advertisment

 ପୂର୍ବରୁ ପିଲାଙ୍କ ସଂକ୍ରମଣ ନେଇ ଡିଏମଇଟି ସିବିକେ ମହାନ୍ତି ମଧ୍ୟ ସତର୍କବାଣୀ ଶୁଣାଇଥିଲେ। ସେ କହିଥିଲେ, କରୋନା ସଂକ୍ରମଣ ଏବେ ପ୍ରତିଶତରେ ନୁହେଁ, ନିର୍ଦ୍ଦିଷ୍ଟ ଭାବେ କେତେ ସଂଖ୍ୟା ଅଛି, ତାହା ଦେଖିବାକୁ ପଡ଼ିବ ।  ଦ୍ୱିତୀୟ ଲହରରେ ତୀବ୍ରତା ଅଧିକ ଥିଲା। ସେହି ସମୟର ସବୁ କୋଭିଡ ନିୟମ ପାଳନ କରିବାକୁ ପଡ଼ିବ। ଯେଉଁଠି ସଂକ୍ରମଣ ବଢ଼ିବ, ସେଠାରେ ତ୍ୱରିତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଡିଏମ୍ଇଟି ।

ସୂଚନାଥାଉ କି, ରାଜ୍ୟରେ ଦୁଇଦିନ ହେଲା ୭୦୦ ଉପରେ ରହୁଛି ଦୈନିକ କରୋନା ସଂକ୍ରମଣ। ଗତକାଲି ରାଜ୍ୟରୁ ୭୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ବାହାରିଛନ୍ତି ୭୭୧ ସଂକ୍ରମିତ । ଅନ୍ୟପକ୍ଷେ ଦୁଇଦିନ ତୁଳନାରେ ଆଜି ପିଲାଙ୍କ ସଂକ୍ରମଣ ବି ବୃଦ୍ଧି ପାଇଛି।  ୭ ତାରିଖ ୧୮ ବର୍ଷରୁ କମ୍ ବର୍ଗର ୯୩ ପିଲା ସଂକ୍ରମିତ ହୋଇଥିବାବେଳେ ୮ ତାରିଖ ୧୦୨ ଏବଂ ଆଜି ୧୧୭ ଜଣ ପିଲା ସଂକ୍ରମିତ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ କରି ଜଣାଇଛି। 

COVID-19 Odisha COVID-19 Update
Advertisment
Advertisment