Advertisment

ଟିକା ନେଲା ପରେ ଦେହରେ ସୃଷ୍ଟି ହେଉନି ଆଣ୍ଟିବଡି-ILS ନିର୍ଦ୍ଦେଶକ

କୋଭିଡକୁ ନେଇ ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ। କୋଭିଡ ମୁକାବିଲା କରିବା ପାଇଁ ଏକମାତ୍ର ଅସ୍ତ୍ର ହେଉଛି ଭାକ୍ସିନ। ହେଲେ ଟିକା ନେଲା ପରେ ଦେହରେ ଆଣ୍ଟିବଡି ସୃଷ୍ଟି ହେଉନି।

author-image
Minati Mishra
ILS director Niraj Mishra

ILS director Niraj Mishra

 ଭୁବନେଶ୍ୱର: କୋଭିଡକୁ ନେଇ ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ। କୋଭିଡ ମୁକାବିଲା କରିବା ପାଇଁ ଏକମାତ୍ର ଅସ୍ତ୍ର ହେଉଛି ଭାକ୍ସିନ। ହେଲେ ଟିକା ନେଲା ପରେ ଦେହରେ ଆଣ୍ଟିବଡି ସୃଷ୍ଟି ହେଉନି। ଏପରି ତଥ୍ୟ ଦେଇଛନ୍ତି ଭୁବନେଶ୍ୱର ILS ନିର୍ଦ୍ଦେଶକ ଅଜୟ ପରିଡ଼ା।

Advertisment

ସେ କହିଛନ୍ତି,  ଟିକା ନେଲା ପରେ ରାଜ୍ୟରେ ୨୦ପ୍ରତିଶତ ଲୋକଙ୍କ ଦେହରେ ସୃଷ୍ଟି ହେଉନି ଆଣ୍ଟିବଡ଼ି  । ଜେନମ ସିକୁଏନସିଂ ବିଶ୍ଳେଷଣ ଆଧାରରେ ଏହି ସୂଚନା ଦେଇଛନ୍ତି  ଅଜୟ ପରିଡ଼ା । ଅଗଷ୍ଟରେ ୬ଶହ ସାମ୍ପଲ ନେଇ ଜେନମ ସିକୁଏନସିଂ କରାଯାଇଥିଲା। ସେଥିରୁ ୪୨୫ ଡେଲ୍ଟା ଓ ଅନ୍ୟ ସବୁ ଅଲଗା ଭାରିଆଣ୍ଟ ବାହାରିଥିଲା ।  ତେବେ କୌଣସି ନୂଆ  ମ୍ୟୁଟେଶନ ଚିହ୍ନଟ ହୋଇନି ବୋଲି ILS ନିର୍ଦ୍ଦେଶକ ସୂଚନା ଦେଇଛନ୍ତି  ।

ଡବଲ ଡୋଜ୍ ପରେ ତୃତୀୟ କି ବୁଷ୍ଟର ଡୋଜ୍ ଦେବା ନେଇ ଅନୁଧ୍ୟାନ ଚାଲିଛି।  ସମାନ କି ଅନ୍ୟ କଂପାନୀ ଟିକା ଦିଆଯିବ ସେନେଇ ମଧ୍ୟ ବିଶ୍ଳେଷଣ ଚାଲିଛି ବୋଲି ସେ କହିଛନ୍ତି  ।

Advertisment

ସୂଚନାଥାଉ କି, ରାଜ୍ୟରେ ତୃତୀୟ ଲହର ଆସି ନ ଥିଲେ ହେଁ ପିଲାଙ୍କ ସଂକ୍ରମଣକୁ ଦେଖିଲେ ମନରେ ତୃତୀୟ ଲହର ଛନକା ପଶୁଛି। ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୭୦୦ ତଳକୁ ଖସିଛି। ହେଲେ ସଂକ୍ରମିତ ପିଲାଙ୍କ ସଂଖ୍ୟା ୧୦୦ ତଳକୁ ଖସୁନି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୩୦ ଜଣ ପଜିଟିଭ ବାହାରିଛନ୍ତି। ସେହିପରି ଆଜି ପିଲାଙ୍କ ସଂଖ୍ୟା ରହିଛି ୧୧୬। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୬୮ ଜଣ ଥିବାବେଳେ ଲୋକାଲ କେସ୍ ରହିଛି ୨୬୨ । ସେହିପରି ରାଜ୍ୟରେ ଆଉ ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮,୦୯୨କୁ ବୃଦ୍ଧି ପାଇଛି। 

ଦେଶରେ କରୋନାସ୍ଥିତି ଦେଖିଲେ,  ଦିନକରେ ୩୩,୩୭୬ ପଜିଟିଭ ଚିହ୍ନଟ ହୋଇଥିବାବେଳେ  ୩୦୮ ଜଣ ଆଖି ବୁଜିଛନ୍ତି। କେବଳ କେରଳରେ ୨୫,୦୧୦ ଆକ୍ରାନ୍ତ ଓ ୧୭୭ ମରିଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୦୮,୩୩୦କୁ ବୃଦ୍ଧି ପାଇଛି। ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୪୨,୩୧୭କୁ ବୃଦ୍ଧି। ରାଜ୍ୟରେ ମୋଟ ଆକ୍ଟିଭ୍ ସଂଖ୍ୟା ୩,୯୧,୫୧୬ ଥିବାବେଳେ ସୁସ୍ଥ ହେଲେଣି ୩,୨୩,୭୪,୪୯୭ ଜଣ।  

ଦେଶରେ କରୋନାର ପ୍ରଭାବ ଛାଡ଼ୁ ନ ଥିବାବେଳେ ତୃତୀୟ ଲହରରେ ପିଲାଙ୍କ ସଂକ୍ରମଣକୁ ନେଇ ଭୟ ରହିଛି। ଏ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର କହିଛନ୍ତି, କେରଳରେ ଓଣମ ଓ ବକରିଦ୍ ପାଳନ ପାଇଁ ଅନୁମତି ମିଳିଥିଲା । ତାହାର ପରିଣାମ ଆଜି ଦେଖିବାକୁ ମିଳୁଛି। ସେଠାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଛି। ଏଣୁ ପର୍ବ ପାଳନ ହେଉ ହେଲେ ବଡ଼ ଆଡ଼ମ୍ବରରେ ପାଳନ ନ କରାଗଲେ ଭଲ । ଯେତେ କମ୍ ଲୋକଙ୍କୁ ନେଇ ପର୍ବ ପାଳନ କରିହେବ, ତାହା କରିବା ଉଚିତ ବୋଲି ଡା.ନିରଜ ମିଶ୍ର କହିଛନ୍ତି । ଏଣୁ ପାର୍ବଣ ଋତୁ ପାଇଁ ଜାରି ହୋଇଥିବା କଟକଣା କଡ଼ାକଡ଼ି ଭାବେ ପାଳନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି 

COVID19 Vaccine COVID-19
Advertisment
Advertisment