• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

Covid 19
ଦିନକରେ ୬୮୧ କରୋନା ଆକ୍ରାନ୍ତ ଚିହ୍ନଟ, ଏଥିରୁ ୧୧୮ ପିଲା

ଗତକାଲି ତୁଳନାରେ ଆଜି ରାଜ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଛି। ଗତ ୨୪ ଘଣ୍ଟାରେ ୬୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୮ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତଥ୍ୟରୁ ଜଣାଯାଇଛି ।

abhishek mohapatra
କରୋନା ସହ ଲଢେଇ କରି ଶେଷରେ ହାରିଗଲେ ଅଭିଷେକ ମହାପାତ୍ର

କରୋନା ସହ ଲଢେଇ କରି ଶେଷରେ ହାରିଲେ ଅଭିଷେକ ମହାପାତ୍ର।   ଇକ୍‌ମୋ  ଚିକିତ୍ସାଧୀନ ଥିବା  ଅଭିଷେକ ମହାପାତ୍ରଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ଦେଲେ ଅଭିଷେକଙ୍କ ମାମୁ ପୁଅ ଭାଇ ରୋଶନ ମହାନ୍ତି। କରୋନା ଆକ୍ରାନ୍ତ ହେବା ପରେ  ମାସାଧିକ କାଳ କୋଲକାତାରେ ଚିକିତ୍ସାଧୀନ ଥିଲେ ଅଭିଷେକ।

Vaccination Centre
ସକାଳୁ ସଞ୍ଜ ଯାଏଁ ଟିକାକରଣ କେନ୍ଦ୍ରରେ ଧାଡ଼ି ବାନ୍ଧି ଠିଆ ହେଉଛନ୍ତି, ତଥାପି ନିରାଶ

ଗୋଟିଏ ପଟେ ସରକାର ଦ୍ରୁତ ଗତିରେ ଟିକାକରଣ ଚାଲିଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ କଥା କହୁଛି । ଏବେ ବି ରାଜ୍ୟର ଅନେକ ଟିକା କରଣ କେନ୍ଦ୍ରରେ ଲୋକେ ସକାଳୁ ସଞ୍ଜ ଯାଏଁ ଧାଡ଼ି ବନ୍ଦି ଟିକା ନେବାକୁ ଅପେକ୍ଷା କରି ରହୁଛନ୍ତି ।

Festival Restriction
ଥମିନି ଦ୍ୱିତୀୟ ଲହର, ଟଳିନି ମହାମାରୀ ଡର ! ପାଖେଇ ଆସୁଛି ପାର୍ବଣ, ଭିଡ଼ କରିବାକୁ ବାରଣ

ଥମିନି ଦ୍ୱିତୀୟ ଲହର, ଟଳିନି ମହାମାରୀ ଡର । ପାଖେଇ ଆସୁଛି ପାର୍ବଣ, ଭିଡ଼ କରିବାକୁ ବାରଣ ।  ଆଗକୁ ଆସୁଛି ଗଣେଶ ପୂଜା, ଦଶହରା ଏବଂ ଦୀପାବଳି ଭଳି ପର୍ବ । ତେଣୁ ପୂଜା ଋତୁରେ କରୋନାର ଦୃତ ସଂକ୍ରମଣ ରୋକିବାକୁ ଦେଶବାସୀଙ୍କୁ ଆଗୁଆ ସତର୍କ କରାଇଛି କେନ୍ଦ୍ର ସରକାର ।

DMET Cbk Mohanty
କରୋନାର ତୃତୀୟ ଲହରିରେ ଶିଶୁମାନେ ଅଧିକ ସଂକ୍ରମିତ ହୋଇପାରନ୍ତି: DMET

‘ଶିଶୁମାନେ ତୃତୀୟ ଲହରିରେ ପ୍ରତିଶତ ହିସାବରେ ଅଧିକ ସଂକ୍ରମିତ ହୋଇପାରନ୍ତି। ୧୮ ବର୍ଷରୁ ଅଧିକାଂଶ ଲୋକଙ୍କ ଟିକାକରଣ ହୋଇସାରିଲାଣି। ତେଣୁ ଆନୁପାତିକ ଭାବେ ଶିଶୁ ସଂକ୍ରମଣ ହିଁ ଅଧିକ ରହିପାରେ।’

Covid Hospital
କରୋନାରେ ବାଲେଶ୍ୱରର ୬ ବର୍ଷର ଶିଶୁକନ୍ୟା ମୃତ

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା କମିଛି। ଗତକାଲି ରାଜ୍ୟରେ ଆଉ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଥିଲା।

corona virus
ପୁଣି ସାମ୍ନାକୁ ଆସିଲା କରୋନାର ଆଉ ଏକ ଭ୍ୟାରିଆଣ୍ଟ, ଡେଲ୍‌ଟାଠୁ ବି ଅଧିକ ଭୟଙ୍କର

ସାରା ବିଶ୍ୱ କରୋନା ମହାମାରୀକୁ ନେଇ ଆତଙ୍କିତ । ଗତ ଦେଢ଼ ବର୍ଷ ହେବ ଲୋକେ ମରି ମରି ବଞ୍ଚୁଛନ୍ତି । ଘରୁ ବାହାରିଲେ ମୃତ୍ୟୁର ଭୟ । ତେବେ ଏହାରି ଭିତରେ ଏହି ମହାମାରୀ ପଞ୍ଝାରୁ ବର୍ତ୍ତିବା ପାଇଁ ଏକ ମାତ୍ର ରାସ୍ତା ଖୋଜି ବାହାର କରିଛନ୍ତି ବିଶେଷଜ୍ଞମାନେ ।

Covid Test
ରାଜ୍ୟରେ କମିଲା କରୋନା ମୃତ୍ୟୁ ସଂଖ୍ୟା, ଆଖି ବୁଜିଲେ ଆଉ ୬ ଆକ୍ରାନ୍ତ

ରାଜ୍ୟରେ ୨୪ ଘଣ୍ଟାରେ ୭୫୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୪୩୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୩୧୬ ରହିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର କେବଳ ୧୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

corona virus
ପୁଣି ଫେରିବ ଲକ୍‌ଡାଉନ୍, କେନ୍ଦ୍ର ସରକାର ଦେଲେ ଇଶାରା

ସାରା ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ କେବଳ କେରଳରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏଥିପାଇଁ ଏହାର ଆଖପାଖ ରାଜ୍ୟ ବି ଆତଙ୍କିତ । ହଠାତ୍ କେରଳରେ ଏତେ ମାତ୍ରାରେ ସଂକ୍ରମଣ ବଢ଼ିଲା କାହିଁକି ?

corona virus
୨୪ ଘଂଟାରେ ରାଜ୍ୟରେ ୭୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୩ ଜଣଙ୍କ ପ୍ରାଣ ନେଲା ମହାମାରୀ

ଏହାସହ ଏହାରି ମଧ୍ୟରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ଟପିଛି। ରାଜ୍ୟରେ ଆଉ ୫୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮,୦୨୨କୁ ବୃଦ୍ଧି ପାଇଛି।

Covid Unlock Guidelines For Sept
ଆଜିଠୁ ରାଜ୍ୟରେ କରୋନା କଟକଣା କୋହଳ; ହଟିଲା ସପ୍ତାହାନ୍ତ ସଟ୍‌ଡାଉନ୍‌, ରାତି ୧୦ ଯାଏ ଖୋଲା ରହିବ ଦୋକାନ

ଆଜିଠୁ ଲାଗୁ ହୋଇଛି ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର ଜାରି କରିଥିବା କୋଭିଡ୍ ଗାଇଡଲାଇନ୍। ସୁଧୁରୁଥିବା କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର ଅଗଷ୍ଟ ଅପେକ୍ଷା ସେପ୍ଟେମ୍ବର ମାସରେ କଟକଣା କୋହଳ କରିଛନ୍ତି। 

Vaccination Center
ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ, ଦେଖିଲେ ଆଶ୍ଚର୍ଯ୍ୟ ହେବେ

NTPC ମେଡିକାଲ କଲେଜ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ । ବିଶେଷ କରି ସୁନ୍ଦରଗଡ ସହର ଓ ଆଖପାଖ ଅଞ୍ଚଳର ଲୋକଙ୍କ ପାଇଁ ଏଠାରେ ଟିକାକରଣର ବ୍ୟବସ୍ଥା କରାଯାଇଥିଲା ।

Marrage
ଏଣିକି ବାହାଘରରେ ବାଜିବ ବ୍ୟାଣ୍ଡ୍‌ ବାଜା : ହାଉସ୍‌ଫୁଲ୍ ହେବ ସିନେମା ହଲ

କରୋନା କଟକଣା ମଧ୍ୟରେ ସେପ୍ଟେମ୍ବର ପାଇଁ ପୁଣି ଥରେ ନୂଆ ଗାଇଡ୍‌ଲାଇନ୍‌ ଜାରି କଲେ ରାଜ୍ୟ ସରକାର। ଏଣିକି ପ୍ରେକ୍ଷାଳୟ, ଅଡିଟୋରିୟମରେ ଗାଇଡଲାଇନରେ କରୋନା କଟକଣା ମାନି ମିଟିଂ ହୋଇପାରିବ । ଏହାସହ ବାହାଘର, ଅନ୍ତ୍ୟେଷ୍ଟି କାର୍ଯ୍ୟରେ ସର୍ବାଧିକ ୨୫୦ ଲୋକଙ୍କୁ ଏକାଠି ହେବାର ଅନୁମତି ମିଳିଛି

SRC
ଉଠିଲା ସପ୍ତାହାନ୍ତ ସଟଡାଉନ୍‌: ପୌରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର

ଉଠିଲା ସପ୍ତାହାନ୍ତ ସଟଡାଉନ୍‌। ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ ଘୋଷଣା କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର । ନୂଆ ଗାଇଡଲାଇନ ଅକ୍ଟୋବର ୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସ୍ପଷ୍ଟ କଲେ SRC। ରାଜ୍ୟରେ କୌଣସି ଜାଗାରେ ସପ୍ତାହାନ୍ତ ସଟଡାଉନ ରହିବ ନାହିଁ କିନ୍ତୁ ସାରା ରାଜ୍ୟର ସମସ୍ତ ପୌରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ଲାଗୁ ରହିବ ।

Vaccination in odisha
ସେପ୍ଟେମ୍ବର ୫ ସୁଦ୍ଧା ସବୁ ଶିକ୍ଷକଙ୍କୁ ଦିଆଯିବ ଟିକା

ଡିସେମ୍ବର ସୁଦ୍ଧା ସରିବ ଟିକାକରଣ। ଯଦି ଟିକା ଆସିବାରେ କୌଣସି ସମସ୍ୟା ନହୁଏ ତେବେ ୪ ମାସ ମଧ୍ୟରେ ଟିକାକରଣ ଶେଷ ହେବ ।

Covid 19 in odisha
୨୪ ଘଣ୍ଟାରେ ୬୩୮ ସଂକ୍ରମିତ ଚିହ୍ନଟ, ପିଲାଙ୍କ ସଂଖ୍ୟା ୧୧୦

ରାଜ୍ୟରେ କମୁଛି କରୋନା ସଂକ୍ରମଣ। ହେଲେ ଚିନ୍ତା ଯାଇନି। ପିଲାଙ୍କ ସଂକ୍ରମଣ ବଢୁଛି। ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୦ ଆକ୍ରାନ୍ତ ଅଛନ୍ତି।

vaccination
କରୋନା ଟିକାକରଣରେ ୟୁପି ନମ୍ବର ୱାନ୍ : ମହାରାଷ୍ଟ୍ର ଓ ଗୁଜରାଟରେଅଛନ୍ତି ସବୁଠାରୁ ଅଧିକ ବୟସ୍କ ହିତାଧିକାରୀ

ଉତ୍ତରପ୍ରଦେଶରେ କେବଳ ୧୬ ପ୍ରତିଶତ ଲୋକ ଉଭୟ ଡୋଜ୍ ଟିକା ନେଇଛନ୍ତି । ତେବେ ମହାରାଷ୍ଟ୍ରରେ ଏହି ସଂଖ୍ୟା ବହୁତ ଭଲ ରହିଛି । ଏଥି ସହିତ ଗୁଜୁରାଟରେ ଲୋକଙ୍କୁ ୪.୫୫ କୋଟି ଟିକା ଡୋଜ ଦିଆଯାଇଛି, ଯେଉଁଥିରେ ୧.୧୩ କୋଟି ଲୋକଙ୍କର ଉଭୟ ଡୋଜ ଟିକାକରଣ ହୋଇଛି ।

Baijayant  Panda
’ଟିକାକରଣରେ ଭାରତର ପ୍ରଦର୍ଶନ ବେଶ୍ ଭଲ’

କୋଭିଡ ଟିକାକରଣରେ ଭାରତର ପ୍ରଦର୍ଶନ ବେଶ୍ ଭଲ ରହିଛି । ଟିକାକରଣକୁ ପ୍ରୋତ୍ସାହନ କରାଯିବା ଦରକାର ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଦେଶର ଜନସଂଖ୍ୟାର ଅଧା ଲୋକ ଟିକା ନେଇ ସାରିଲେଣି । ସମୁଦାୟ ଜନସଂଖ୍ୟାର ୫୦ ପ୍ରତିଶତ ଲୋକ ଅତିକମ୍‌ରେ ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି

covid-19 India
ଦେଶରେ ୨୪ ଘଣ୍ଟାରେ ୪୨, ୯୦୯ କରୋନା ଆକ୍ରାନ୍ତ ଚିହ୍ନଟ, କେବଳ କେରଳରୁ ୨୯, ୮୩୬

ଦେଶରେ କରୋନା ସ୍ଥିତି କେମିତି ଅଛି ? କେତେ ସଂକ୍ରମିତ ଚିହ୍ନଟ ହେଲେ ? କେତେ ଆଖି ବୁଜିଲେ ଜାଣନ୍ତୁ।

corona virus
ଦୈନିକ ସଂକ୍ରମଣ ତଳମୁହାଁ : ଗତ ୨୪ ଘଣ୍ଟାରେ ୬୦୯ ନୂଆ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୬୦୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୭ ଆକ୍ରାନ୍ତ ଅଛନ୍ତି । ସେହିପରି ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୫୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୨୫୫ ଜଣ ।

ECMO Treatment In SCB Medical
SCB ଇକ୍‌ମୋ ୟୁନିଟରେ ଭର୍ତ୍ତି ହେଲେ ଆଉ ଜଣେ ରୋଗୀ

କଟକ SCB ମେଡିକାଲ୍‌ରେ ଇକ୍‌ମୋ ଚିକିତ୍ସା ଆରମ୍ଭ ହେବା ପରେ ଆଉ ଜଣେ ରୋଗୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଗତକାଲି ରାତିରେ ବଲାଙ୍ଗିର ଅଞ୍ଚଳର ଜଣେ ମହିଳାଙ୍କ ଇକ୍‌ମୋ ଚିକିତ୍ସା ଆରମ୍ଭ ହୋଇଛି।

Corona
ଦୁଆର ମୁହଁରେ ପହଞ୍ଚିଲାଣି ଥାର୍ଡ଼ ୱେଭ୍‌: ଟିକା ନେବା ପାଇଁ ଲାଇନ୍‌ରେ ରହୁଛି ଜୋତା ଓ ଛତା

ଡରେଇଲାଣି ଥାର୍ଡ ୱେଭ୍। ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଦୈନିକ ସଂକ୍ରମଣ ଗ୍ରାଫ୍ ପୁଣି ଉପରମୁହାଁ ହେବାକୁ ନେଇ ଆଶଙ୍କା ବଢିଛି। ଅପରପକ୍ଷେ ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ଲାଗି ଟିକାକରଣ ଏକ ପ୍ରମୁଖ ଅସ୍ତ୍ର ହୋଇଥିବା ବେଳେ ରାଜ୍ୟର ଟିକାକରଣ କେନ୍ଦ୍ରଗୁଡ଼ିକରେ ଅସମ୍ଭାଳ ଭିଡ଼ ଚିନ୍ତା ବଢ଼ାଇଛି। ଏଭଳି ସ୍ଥିତିରେ ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ସେରୋ ସର୍ଭେ।

vaccination at delhi
ପାଠପଢା ଆରମ୍ଭ ହେଲେ ଦିଲ୍ଲୀ ସ୍କୁଲରେ ଥିବା ଟିକାକରଣ କେନ୍ଦ୍ର କୁଆଡେ ଯିବ?

ଦିଲ୍ଲୀର ଶିକ୍ଷାମନ୍ତ୍ରୀ ମନିଷ ସିସୋଦିୟା କହିଛନ୍ତି ଯେ, ସେପ୍ଟେମ୍ବର ୧ରୁ ସ୍କୁଲ ଖୋଲିବା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ସ୍କୁଲ ଓ କଲେଜ ସହ ଖୋଲାଯାଉଥିବା ଅନ୍ୟ ସ୍ଥାନମାନଙ୍କ ପାଇଁ ବିଭିନ୍ନ SOP ମଧ୍ୟ ଜାରି କରାଯାଇଛି । କୌଣସି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବା ପାଇଁ ବାଧ୍ୟ କରାଯିବ ନାହିଁ ।

Sero Survey
୩ୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ନବ ଦାସ

ଆଜିଠୁ ରାଜ୍ୟର ୧୨ଟି ଜିଲ୍ଲାରେ ହେବ ସେରୋ ସର୍ଭେ। ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାରେ ହେବ ସେରୋ ସର୍ଭେ। ଏହି ସର୍ଭେ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ। ଏନେଇ ସଂପୃକ୍ତ ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।

corona virus
ଦେଶରେ ଲଗାତାର ଚତୁର୍ଥ ଦିନରେ ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ : କେରଳରେ ବେକାବୁ ମହାମାରୀ

ଗତ ଚାରି ଦିନ ହେଲେ ଦେଶରେ ୪୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗୁରୁବାର ଦିନ ୪୬୧୪୬, ଶୁକ୍ରବାର ଦିନ ୪୪୬୫୮, ଶନିବାର ଦିନ ୪୬୭୫୯ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେବେ ସମଗ୍ର ଦେଶରେ କରୋନା ମାମଲା ବୃଦ୍ଧି ହେବାର ମୁଖ୍ୟ କାରଣ ହେଉଛି କେରଳ । କେରଳରେ ମଧ୍ୟ କ୍ରମାଗତ ଚତୁର୍ଥ ଦିନ ପାଇଁ ୩୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି