Advertisment

ଏବର୍ଷ କେମିତି ହେବ ଦୂର୍ଗାପୂଜା, ଘୋଷଣା କଲେ ରାଜ୍ୟ ସରକାର

ରୋନାର ଦ୍ୱିତୀୟ ଲହରି ଏପର୍ଯ୍ୟନ୍ତ ଶେଷ ହୋଇନି। ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ପୁଣି କରୋନା ପ୍ରଭାବ ବଢ଼ିଛି। ଓନାମ ପରବର୍ତ୍ତୀ ସମୟରେ କେରଳରେ ପୁଣି ସଂକ୍ରମଣ ବଢ଼ିଛି। କୁମ୍ଭମେଳା ଏବଂ ଓନାମରୁ ଆମକୁ ବହୁତ କିଛି ଶିଖିବାର ଅଛି। ପାର୍ବଣ ଋତୁ ଆସିଛି। ୨ୟ ଲହର ଚାଲିଛି। ୩ୟ ଲହର ସମ୍ଭାବନା ଅଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପାର୍ବଣ ଗାଇଡଲାଇନ କରିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Festive Guidelines

Festive Guidelines

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରି ଏପପର୍ଯ୍ୟନ୍ତ ଶେଷ ହୋଇନି। କୋଭିଡ୍‌ ଗାଇଡଲାଇନ ମାନି ନିରାଡମ୍ବର ଭାବେ ପୂଜା ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। ଏହାସହ ମୂର୍ତ୍ତି ଉଚ୍ଚତା ବଢବନି ବୋଲି ଏସଆରସି କହିଛନ୍ତି। କୋଭିଡ ଗାଇଡଲାଇନ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ଏଥର କୋଭିଡ୍ ଗାଇଡଲାଇନ୍‌ ମାନି ନୂଆଖାଇ ପାଳନ କରିବା। ମନ୍ଦିରରେ ଭିଡ଼ କରିବାନି, ନିଜ ପରିବାର, ଗାଁକୁ ସୁରକ୍ଷିତ ରଖିବା। ସତର୍କ ରହିବା ସହ ପରିବାର, ଗାଁ, ଜିଲ୍ଲା ଓ ରାଜ୍ୟକୁ ସୁରକ୍ଷିତ ରଖିବା।

Advertisment

ସେ ଆହୁରି କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହରି ଏପର୍ଯ୍ୟନ୍ତ ଶେଷ ହୋଇନି। ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ପୁଣି କରୋନା ପ୍ରଭାବ ବଢ଼ିଛି। ଓନାମ ପରବର୍ତ୍ତୀ ସମୟରେ କେରଳରେ ପୁଣି ସଂକ୍ରମଣ ବଢ଼ିଛି। କୁମ୍ଭମେଳା ଏବଂ ଓନାମରୁ ଆମକୁ ବହୁତ କିଛି ଶିଖିବାର ଅଛି। ପାର୍ବଣ ଋତୁ ଆସିଛି। ୨ୟ ଲହର ଚାଲିଛି। ୩ୟ ଲହର ସମ୍ଭାବନା ଅଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପାର୍ବଣ ଗାଇଡଲାଇନ କରିଥିଲେ।

 ଏବର୍ଷ ମୂର୍ତ୍ତି ଉଚ୍ଚତା ବଢ଼ିବନି ସ୍ପଷ୍ଟ କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର। ମୂର୍ତ୍ତି ଉଚ୍ଚତା, ସାଜସଜା ନେଇ କଟକଣା ଜାରି କରାଯାଇଥିଲା।ଏହାକୁ ନେଇ କଟକର ଲୋକ ପ୍ରତିନିଧି, ପୂଜା କମିଟି ଆଲୋଚନା କରିଥିଲେ। ଅଗଷ୍ଟ ୯ରେ ଜାରି ଗାଇଡଲାଇନ ବଳବତ୍ତର ରହିବ। ଆମେ ଏବେ ଅତି କଠିନ ସମୟ ଦେଇ ଗତି କରୁଛେ। ଏ ବର୍ଷ ନିରାଡମ୍ବର ଭାବେ ପୂଜା ପାଳିବା। ମାଙ୍କୁ ପ୍ରାର୍ଥନା କରିବା, ଆଗାମୀ ବର୍ଷ ଯେମିତି ସବୁ ଭଲରେ ହେବ ବୋଲି ଏସଆରସି କହିଥିଲେ। 

Advertisment
Odisha News Festivals
Advertisment
Advertisment