Advertisment

କରୋନା ପାଇଁ ହନ୍ତସନ୍ତ ବ୍ୟବସାୟୀ: ନୂଆ ବେପାର ପାଇଁ ରାସ୍ତା ଦେଖାଇଲା ସୁନା ଋଣ

କରୋନା କଟକଣା ଲୋକଙ୍କ ଆୟକୁ ଗୁରୁତର ପ୍ରଭାବିତ କରିଛି। କମିଯାଇଛି ସାଧାରଣ ଜନତା ଓ ବ୍ୟବସାୟୀଙ୍କ ଆୟ। ଏମିତି ସ୍ଥିତିରେ ପରିବାର ଚଳାଇବା ଓ ବ୍ୟବସାୟ ଜାରି ରଖିବାକୁ ସୁନା ବନ୍ଧକ ଋଣକୁ ବିକଳ୍ପ ଭାବେ ବାଛିଛନ୍ତି ଲୋକେ । ଫଳରେ ଦେଶରେ ସୁନା ବନ୍ଧକ ଋଣ ଗତବର୍ଷ ତୁଳନାରେ ପାଖାପାଖି ୭୭ ପ୍ରତିଶତ ବଢ଼ିଯାଇଛି।

author-image
Sarbeswar
Gold Loan

Gold Loan

ଭୁବନେଶ୍ୱର: କରୋନା କଟକଣା ଲୋକଙ୍କ ଆୟକୁ ଗୁରୁତର ପ୍ରଭାବିତ କରିଛି। କମିଯାଇଛି ସାଧାରଣ ଜନତା ଓ ବ୍ୟବସାୟୀଙ୍କ ଆୟ। ଏମିତି ସ୍ଥିତିରେ ପରିବାର ଚଳାଇବା ଓ ବ୍ୟବସାୟ ଜାରି ରଖିବାକୁ ସୁନା ବନ୍ଧକ ଋଣକୁ ବିକଳ୍ପ ଭାବେ ବାଛିଛନ୍ତି ଲୋକେ । ଫଳରେ ଦେଶରେ ସୁନା ବନ୍ଧକ ଋଣ ଗତବର୍ଷ ତୁଳନାରେ ପାଖାପାଖି ୭୭ ପ୍ରତିଶତ ବଢ଼ିଯାଇଛି।

Advertisment

ବାଲେଶ୍ୱରଗୋପାଳ ଗାଁର ସାଗରିକା ମହାନ୍ତି। ସ୍ୱାମୀ ଜଣେ ବ୍ୟବସାୟୀ। କରୋନା ସମୟରେ ବ୍ୟବସାୟ ପ୍ରଭାବିତ ହେଲା। ବ୍ୟାଙ୍କରେ କରେଣ୍ଟ ଆକାଉଣ୍ଟ ଥିବା ସତ୍ତ୍ୱେ ସହଜରେ ମିଳି ନଥିଲା ଋଣ। ତେଣୁ ବ୍ୟବସାୟ କିପରି ଚାଲୁ ରଖିବେ ଚିନ୍ତାରେ ଥିଲେ ସାଗରିକାଙ୍କ ପରିବାର। ଏ ସମୟରେ ପାଖରେ ଥିବା ସୁନା ହିଁ ବ୍ୟବସାୟ ବଞ୍ଚାଇବାର ଏକମାତ୍ର ବିକଳ୍ପ ହୋଇଥିଲା। ସୁନାକୁ ବନ୍ଧା ପକାଇ ସ୍ୱାମୀଙ୍କ ବ୍ୟବସାୟ ଲାଗି ୧୫ ଲକ୍ଷ ଟଙ୍କା ଯୋଗାଡ଼ କରିପାରିଥିଲେ ସାଗରିକା। ସେହିଭଳି କଟକ ସାଇଁସୋ ଗୋବସ୍ଥର ସଇଦ୍ ଇଶାକ୍ ଅଲ୍ଲୀ। ଭୁବନେଶ୍ୱରର ଏକ ଘରୋଇ କଲେଜରେ କାମ କରନ୍ତି। କରୋନା ଯୋଗୁ ଅଧା ଦରମା ମିଳୁଥିଲା। ଗାଁରେ ଏକ କୁକୁଡ଼ା ଫାର୍ମ କରିଥିଲେ। କିନ୍ତୁ କରୋନା ସମୟରେ ଏଥିରେ ବି କ୍ଷତି ସହିବାକୁ ପଡ଼ିଲା। ଏଭଳି ସମୟରେ ଅର୍ଥ ଲାଗି ବ୍ୟାଙ୍କରେ ବ୍ୟକ୍ତିଗତ ଋଣ ପାଇଁ ଲମ୍ବା ପ୍ରୋସେସ୍ ରହୁଥିବାରୁ ସ୍ତ୍ରୀଙ୍କ ସୁନା ବନ୍ଧା ପକାଇ ପରିବାର ଚଳାଇବାକୁ ବାଧ୍ୟ ହେଉଛନ୍ତି ସଇଦ ଇଶାକ୍।

Advertisment

ଭାରତୀୟ ରିଜର୍ଭ ବ୍ୟାଙ୍କର ସଦ୍ୟତମ ରିପୋର୍ଟ କହୁଛି, ଚଳିତ ବର୍ଷ ଜୁଲାଇରେ ସୁନା ଋଣ ୭୭.୪ ପ୍ରତିଶତ ବଢ଼ିଯାଇଛି। ୨୦୨୦ ଜୁଲାଇରେ ଦେଶରେ ସୁନା ବନ୍ଧକ ଋଣ ପରିମାଣ ୩୫ ହଜାର କୋଟି ଟଙ୍କା ଥିଲା। ୨୦୨୧ ଜୁଲାଇରେ ଏହା ୬୨ ହଜାର କୋଟି ଟଙ୍କା ଟପିଛି । ଏମିତିକି କ୍ରେଡିଟ୍ କାର୍ଡ ଋଣ ବି ପ୍ରାୟ ୧୦% ବଢ଼ିଯାଇଛି। କରୋନା ମହାମାରୀ ସମୟରେ ଲକଡାଉନ୍‌, ବେରୋଜଗାର, ଦରମା ହ୍ରାସ ଏହାର ମୁଖ୍ୟ କାରଣ ବୋଲି ମତ ଦେଇଛନ୍ତି ନିବେଶ ପରାମର୍ଶଦାତା। ସେହିଭଳି ସୁନା ଋଣ ପ୍ରଦାନକାରୀ ସଂସ୍ଥାଙ୍କ ମତ, ବ୍ୟକ୍ତିଗତ ଋଣ ଲାଗି ଅଧିକ ସମୟ ଲାଗୁଛି କିନ୍ତୁ ସୁନା ବନ୍ଧକ ଋଣ ତତ୍କାଳ ମିଳିପାରୁଛି। ତେଣୁ ଲୋକମାନେ ସୁନା ଋଣକୁ ସୁରକ୍ଷିତ ମଣୁଛନ୍ତି। କରୋନା ସମୟରେ ସୁନା ଋଣ ପାଖାପାଖି ଦୁଇଗୁଣା ହୋଇଛି । ସେହିଭଳି ସୁନା ଋଣ ନେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ବ୍ୟବସାୟୀଙ୍କ ସଂଖ୍ୟା ଅଧିକ ରହିଛି।

ଭାରତୀୟ ମହିଳାମାନେ ସୁନା ଗହଣା ପିନ୍ଧିବାକୁ ପସନ୍ଦ କରିଥାନ୍ତି। ଏଥିପାଇଁ ବିଭିନ୍ନ ସମୟରେ ସେମାନେ ସୁନାରେ ପୁଞ୍ଜିନିବେଶ କରିଥାନ୍ତି । ଆଉ ସେହି ସୁନା ଆଜି ସେମାନଙ୍କ ପରିବାରର ସଙ୍କଟ ବେଳେ ସହାୟକ ହୋଇଛି।

Odisha Balasore Corona Gold Loan
Advertisment
Advertisment