Advertisment

ସ୍କୁଲରେ ପଶିଲା କରୋନା; ୫ ଛାତ୍ରଛାତ୍ରୀଙ୍କ ସମେତ ୬ ପଜିଟିଭ ଚିହ୍ନଟ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-ରାୟନୃସିଂହପୁର ସ୍ଥିତ ସିଦ୍ଧେଶ୍ୱରୀ ଉଚ୍ଚ ବିଦ୍ୟାଳୟରେ ୫ ଛାତ୍ରଛାତ୍ରୀଙ୍କୁ କରୋନା । ସ୍କୁଲର ଜଣେ ଶିକ୍ଷୟିତ୍ରୀ ମଧ୍ୟ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି।

author-image
Minati Mishra
ଅଦ୍ୟତନ ହୋଇଛି
undefined

covid 19 in odisha

ଢେଙ୍କାନାଳ: ସ୍କୁଲ ଖୋଲିବା ପରେ ବଢିଛି ପିଲାଙ୍କ ସଂକ୍ରମଣ। ତୃତୀୟ ଲହରରେ ପିଲାମାନଙ୍କୁ ନେଇ ଭୟ ଥିବାବେଳେ ଏବେ ପିଲାଙ୍କ ସଂକ୍ରମଣ ଦିନକୁ ଦିନ ବଢୁଛି। ବିଶେଷ କରି ଛାତ୍ରଛାତ୍ରୀ ଓ ଶିକ୍ଷକ  ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି।

Advertisment

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-ରାୟନୃସିଂହପୁର ସ୍ଥିତ ସିଦ୍ଧେଶ୍ୱରୀ ଉଚ୍ଚ ବିଦ୍ୟାଳୟରେ ୫ ଛାତ୍ରଛାତ୍ରୀଙ୍କୁ କରୋନା । ସ୍କୁଲର ଜଣେ ଶିକ୍ଷୟିତ୍ରୀ ମଧ୍ୟ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। କରୋନା ଚିହ୍ନଟ ପରେ ବିଦ୍ୟାଳୟକୁ ୭ ଦିନ ପାଇଁ ବନ୍ଦ କରିଛି ଜିଲ୍ଲା ପ୍ରଶାସନ। ସ୍କୁଲରେ ୭୦ ଜଣ ଛାତ୍ରଛାତ୍ରୀ ଓ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କର କରୋନା ପରୀକ୍ଷା ହୋଇଥିଲା ।

Advertisment

ଏହା ପୂର୍ବରୁ ଢେଙ୍କାନାଳ ଓ ବରଗଡ଼ର ୨ଟି ସ୍କୁଲରେ ୩୪ ପିଲା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏ ସମ୍ପର୍କରେ ସୂଚନା ଦେଇଥିଲେ ନିଜେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।  ଏପରିକି ପଜିଟିଭ ଚିହ୍ନଟ ହେବାପରେ  ୭ ଦିନ ପାଇଁ କାନପୁରା ପଞ୍ଚାୟତିରାଜ ହାଇସ୍କୁଲକୁ ବନ୍ଦ କରାଯାଇଥିଲା । ବିଦ୍ୟାଳୟର ୨୦ ଜଣ କରୋନା ପଜିଟିଭ ଚିହ୍ନଟ ପରେ ଏପରି ନିଷ୍ପତ୍ତି ନିଆଯାଇଥିଲା । ଚିହ୍ନଟ ୨୦ ଜଣଙ୍କ ମଧ୍ୟରେ ୧୪ ଛାତ୍ରଛାତ୍ରୀ ଓ ୬ ଜଣ ଶିକ୍ଷକ ଥିବା ଜଣାପଡ଼ିଛି । ସ୍କୁଲରୁ ମୋଟ୍ ୩୪୪ଟି ନମୁନା ସଂଗ୍ରହ କରାଯାଇଥିଲା, ସେଥିରୁ ୨୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଖବର ମିଳିଛି ।

  ଶିଶୁଙ୍କ ସଂକ୍ରମଣ ନେଇ DMET ଡାକ୍ତର ସିବିକେ ମହାନ୍ତି  ପରିବାରକୁ ପରୋକ୍ଷରେ ଦାୟୀ କରିଥିଲେ। ଆଜି ବି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପିଲାଙ୍କ ସଂକ୍ରମଣ ନେଇ ସତର୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି, କୋଭିଡ୍ ସଂକ୍ରମଣର ମାସେ ଭିତରେ ଶିଶୁଙ୍କ ଏମଆଇ ସିଣ୍ଡ୍ରୋମ ବଢୁଛି। ୨ୟ ଲହରୀରେ ବହୁତ ପିଲା ଏମଆଇ ସିଣ୍ଟ୍ରୋମରେ ହସ୍ପିଟାଲ ଆସୁଛନ୍ତି। କୋଭିଡରୁ ସୁସ୍ଥ ହେଲା ପରେ ପିଲାଙ୍କର ମୁଣ୍ଡବିନ୍ଧା, ଝାଡ଼ାବାନ୍ତି ଭଳି ଲକ୍ଷଣ ରହୁଛି।  ଏଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଡାକ୍ତରଙ୍କ ପରାମର୍ଶରେ ହସ୍ପିଟାଲ ଭର୍ତ୍ତି ହେଲେ ମୃତ୍ୟୁହାର କମିବ। ଏବେ ଏହାର ଚିକିତ୍ସା ବ୍ୟବସ୍ଥା ସବୁ ମେଡିକାଲ କଲେଜରେ ଉପଲବ୍ଧ ଅଛି। ଖୁବଶୀଘ୍ର ସବୁ ହସ୍ପିଟାଲରେ ଏହାର ଚିକିତ୍ସା ସୁବିଧା ମିଳିବ ବୋଲି କହିଛନ୍ତି ନିରଞ୍ଜନ ମିଶ୍ର

COVID-19 Odisha COVID-19 Update
Advertisment
Advertisment