• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମାୟାନଗରୀ ମୁମ୍ବାଇକୁ ଆସିଲା କି ତୃତୀୟ ଲହରୀ ?

  • କମିବା ପରିବର୍ତ୍ତେ ବଢ଼ିଚାଲିଛି ପଜିଟିଭିଟି ରେଟ୍

ମୁମ୍ବାଇ : ଆସିଲା କି ତୃତୀୟ ଲହରୀ ? ମାୟାନଗରୀ ମୁମ୍ବାଇରେ ବଢ଼ିଚାଲିଛି ସଂକ୍ରମଣ । ରବିବାର ଦିନ ସରକାରଙ୍କ ପକ୍ଷରୁ ପୁଣେ ସମେତ ରାଜ୍ୟର ସାତୋଟି ଜିଲ୍ଲା ଚିହ୍ନଟ କରାଯାଇଛି, ଯେଉଁଠାରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଚିହ୍ନଟ ହୋଇଥିବା ସାତଟି ଜିଲ୍ଲା ତୃତୀୟ ଲହରୀ ସଂକ୍ରମଣର କାରଣ ହୋଇପାରେ ବୋଲି ସରକାର ଚିନ୍ତା ପ୍ରକଟ କରିଛନ୍ତି ।

ଗତ ୧୦ ଦିନ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ କୌଣସି ହ୍ରାସ ଦେଖିବାକୁ ମିଳୁନାହିଁ । ଦ୍ୱିତୀୟ ଲହରୀ ଦୁର୍ବଳ ହେଉଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ହେବା ପରିବର୍ତ୍ତେ ଦିନକୁ ଦିନ ରୋଗୀ ସଂଖ୍ୟା ବଢ଼ୁଛି । ସାତୋଟି ସଂକ୍ରମଣ ପ୍ରବଣ ଜିଲ୍ଲାରେ ସାମିଲ ଅଛନ୍ତି ପୁଣେ, ଅହମ୍ମଦନଗର, ସତାରା, ସୋଲାପୁର, ସାଙ୍ଗଲି, ରତ୍ନାଗିରି ଏବଂ ସିନ୍ଧୁଦୁର୍ଗ । ରବିବାର ଦିନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂକ୍ରମିତ ବଢ଼ୁଥିବା ଜିଲ୍ଲା ଗୁଡ଼ିକ ସମ୍ପର୍କରେ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ବ୍ୟାସ ।

ଗତ କିଛି ସପ୍ତାହ ଧରି ସମସ୍ତ ଜିଲ୍ଲାରେ ସାପ୍ତାହିକ ସକରାତ୍ମକତା ହାର ୫ ପ୍ରତିଶତରୁ କମ୍ ଥିବାବେଳେ ଚଳିତ ସପ୍ତାହରେ ପୁଣେ ଏବଂ ଅହମ୍ମଦନଗର ଭଳି କେତେକ ଜିଲ୍ଲାରେ ଏହି ସଂଖ୍ୟା ଯଥାକ୍ରମେ ୬.୫୮ ପ୍ରତିଶତ, ୫.୦୮ ପ୍ରତଶତ ରହିଥିବା ଦେଖିବାକୁ ମିଳୁଛି । ମୁମ୍ବାଇ ପୁଣି ଥରେ ସଂକ୍ରମଣର ୫ଟି ଟପ୍ ଜିଲ୍ଲା ତାଲିକାରେ ଆସିଯାଇଛି । ରାଜ୍ୟର ମୋଟ ୫୨,୦୨୫ ସକ୍ରିୟ ସଂକ୍ରମିତଙ୍କ ମଧ୍ୟରୁ ୯୦.୬୧ ପ୍ରତିଶତ କେବଳ ୧୦ଟି ଜିଲ୍ଲାରେ ଅଛନ୍ତି । ଆଉ ସେଥିମଧ୍ୟରୁ ୩୭,୮୯୭ କିମ୍ବା ୭୨.୮୪ ପ୍ରତିଶତ କେବଳ ପାଞ୍ଚଟି ଜିଲ୍ଲା ପୁଣେ, ଥାନେ, ସତାରା, ଅହମ୍ମଦନଗର ଏବଂ ମୁମ୍ବାଇରେ ହିଁ ଅଛନ୍ତି ।

ତେବେ ଏନେଇ ରାଜ୍ୟ ସରକାର ପୁଣେ, ଅହମ୍ମଦନଗର, ସତାରା, ସୋଲାପୁର, ସାଙ୍ଗଲି, ରତ୍ନାଗିରି ଏବଂ ସିନ୍ଧୁଦର୍ଗକୁ 'districts of concern' ଘୋଷଣା କରିଛନ୍ତି । ଏହି ଜିଲ୍ଲାଗୁଡ଼ିକରେ ନୂତନ ସଂକ୍ରମଣର ଅଭିବୃଦ୍ଧି ହାର ଏବଂ ସାପ୍ତାହିକ ପିଜିଟିଭିଟି ହାର ବହୁତ ଅଧିକ ବୋଲି କୁହଯାଇଛି । ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଗଣେଶ ଉତ୍ସବ ଏହି ଏହି ଜିଲ୍ଲା ଗୁଡ଼ିକରେ ଧୁମଧାମରେ ପାଳନ କରାଯାଏ । ତେବେ ଲୋକ ଗହଳି ପାଇଁ ଏହି ଜିଲ୍ଲାରେ ତୃତୀୟ ଲହରୀର ଆଶଙ୍କା ଘନୀଭୂତ ହେଉଛି । ଏଭଳି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ଅତ୍ୟନ୍ତ ସତର୍କ ରହିବା ଆବଶ୍ୟକ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

ସେପଟେ କେରଳରେ କରୋନାର ତୃତୀୟ ଲହରୀ ନେଇ ଲଗାତାର ଚିନ୍ତା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସମୟରେ କେରଳରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପ୍ରତିଦିନ ୩୦ ହଜାର ଉପରେ ରହୁଛି ନୂତନ ସଂକ୍ରମିତଙ୍କ ସଂଖ୍ୟା । କେରଳ ପରେ ମହାରାଷ୍ଟ୍ର ଓ ତାମିଲନାଡ଼ୁରେ ମଧ୍ୟ ବଢ଼ୁଛି ସଂକ୍ରମଣ ।