• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଜଳବାୟୁ ପରିବର୍ତ୍ତନରେ ମାଡ଼ୁଛି କି କରୋନା ? କେତେବେଳେ କୁହାଯାଉଥିଲା ବର୍ଷା ଓ ଶୀତ ଋତୁରେ କରୋନା ଅତି ଦ୍ରୁତ ଗତିରେ ବ୍ୟାପିବ । ଆଉ କେତେବେଳ ଜଳବାୟୁ ପରିବର୍ତ୍ତନରେ ସଂକ୍ରମଣ କମିବା ଓ ବଢ଼ିବାର ନିର୍ଭର କରେ ବୋଲି କୁହାଗଲା । ସେହିପରି ଉଷ୍କକୋଟିବନ୍ଧୀୟ ଜଳାବାୟୁର ଦେଶରେ କରୋନା ଅଧିକ ବେଗରେ ବ୍ୟାପେ ବୋଲି କୁହାଗଲା । କରୋନା ସଂକ୍ରମଣ ବ୍ୟାପିବା ପରେ ଏହିପରି ଅନେକ ପ୍ରକାର ଗୁଜବ ସୃଷ୍ଟି ହୋଇଥିଲା । ତେବେ ଏହାର ସତ୍ୟତା ଜାଣିବା ପାଇଁ ବିଭିନ୍ନ ଦେଶର ବୈଜ୍ଞାନିକମାନେ ଅଧ୍ୟୟନ କରିଛନ୍ତି ।

ଭାରତ ପରି ଅନେକ ଦେଶ ଯେଉଁଠାରେ ଉଷ୍କକୋଟିବନ୍ଧୀୟ (Tropical Climate) ପାଗରେ ରହେ, ସେଠାରେ କରୋନାରେ ଛଟପଟ୍ ହେଉଛନ୍ତି ଲୋକେ । ଜଳବାୟୁ କରୋନାକୁ ପ୍ରଭାବିତ କରିପାରେ କି ନାହିଁ, ଏ‍ବ ସୁଦ୍ଧା ତାହାର କୌଣସି ଠୋସ୍ ପ୍ରମାଣ ବର୍ତ୍ତମାନ ସୁଦ୍ଧା ମିଳିପାରିନି ।

ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁସାରେ ବଡ ବଡ ସହର ଗୁଡିକରେ ବିଭିନ୍ନ ସମୟରେ କେବଳ ପାଗ ଅଲଗା ରହେନି ବରଂ ସେଠାରେ ଥିବା ଭୌଗୋଳିକ ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନ । କରୋନା ଭୂତାଣୁ ବ୍ୟାପିବା ପଛରେ ପାଣିପାଗର ପ୍ରଭାବ ରହିଛି ବୋଲି ଅଧ୍ୟୟନରୁ ସ୍ପଷ୍ଟ ଜଣାପଡ଼ି ନାହିଁ । ଭିନ୍ନ ଭିନ୍ନ ସହରର ଭୌଗୋଳିକ ସ୍ଥିତି ଏବଂ ପାଣିପାଗ ଅନୁଯାୟୀ ଏହା ପରିବର୍ତ୍ତନଶୀଳ ।

୨୦୨୦ରେ ପୁଣେ ସହରରେ କରୋନା ଭାଇରସ୍ ସଂକ୍ରମଣର ହାର ଭିନ୍ନ ଥିଲା ବେଳେ ଦିଲ୍ଲୀରେ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳ ଯଥା ମୁମ୍ବାଇରେ ସମ୍ପୂର୍ଣ୍ଣ ଭିନ୍ନ ଥିଲା । କିନ୍ତୁ ଅହମ୍ମଦାବାଦର ପାଣିପାଗ ସହ କରୋନା ଭାଇରସ୍ ସଂକ୍ରମଣ ସହିତ କୌଣସି ସମ୍ପର୍କ ନଥିଲା । ଚାରୋଟି ସହରରେ କରାଯାଇଥିବା ଅଧ୍ୟୟନରୁ ସ୍ପଷ୍ଟ ହୋଇଛି କରୋନା ସଂକ୍ରମଣ ଉପରେ ପାଣିପାଗର ପ୍ରଭାବ ପଡୁଥିବା ଖବର ଏକ ଗୁଜବ ଅଟେ । ଯାହା ଏହି ଚାରୋଟି ସହରରେ କରାଯାଇଥିବା ଅଧ୍ୟୟନରୁ ପ୍ରମାଣିତ ହୋଇଛି ।

୨୦୨୦ ମସିହାରେ ସମଗ୍ର ଭାରତରେ ସର୍ବାଧିକ କରୋନା ସଂକ୍ରମଣ ବାୟୁରେ ଭାସୁଥିବା କଣିକା ମାଧ୍ୟମରେ ହୋଇଥିଲା ବୋଲି ଅଧ୍ୟୟନରେ ସ୍ପଷ୍ଟ ହୋଇଛି , ଯାହା ସିଧାସଳଖ ମଣିଷର ରୋଗ ପ୍ରତିରୋଧକ ଶକ୍ତି ସହ ଜଡିତ । ହେଲେ ଶୁଖିଲା ତଥା ଆଦ୍ର ଅଞ୍ଚଳରେ ମଧ୍ୟ କରୋନା ସଂକ୍ରମଣ ଦେଖିବାକୁ ମିଳିଥିଲା । ଅର୍ଥାତ ଭାରତ ସମେତ ଅନ୍ୟ ଦେଶ ମାନଙ୍କରେ କରୋନା ବିଷୟରେ ଅଧିକ ଅଧ୍ୟୟନ କରିବାର ଆବଶ୍ୟକତା ରହିଛି ।

ଡିସେମ୍ବର ୨୦୧୯ ରେ ଚାଇନାର ଉହାନ ସହରରୁ ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଭାଇରସ୍ ଛିଙ୍କିବା, କାଶ କିମ୍ବା ସ୍ପର୍ଶ କରିବା ଦ୍ୱାରା ବ୍ୟାପିଥାଏ ବୋଲି ସେହି ସମୟରେ କୁହାଯାଉଥିଲା, ଆଉ ଠିକ୍ ସେହିପରି ମଧ୍ୟ ବ୍ୟାପିଥିଲା ସଂକ୍ରମଣ । ପରେ ଅଳ୍ପ ସମୟ ମଧ୍ୟରେ ସମଗ୍ର ବିଶ୍ୱକୁ କରୋନା ଭାଇରସ ଗ୍ରାସ କରିନେଇଥିଲା ।