ବିଜେଡି ଶାସନର ୨୩ ବର୍ଷ ପରେ ବି ରାଜରାସ୍ତାରେ ଚାଷୀ, ଶିକ୍ଷକ, ଅଧ୍ୟାପକ, ଡାକ୍ତର, ଅଙ୍ଗନବାଡି, ଆଶା କର୍ମୀ । କାହାର ଦାବି ଦରମା ବୃଦ୍ଧି, ତ କାହାର ଦାବି ସ୍ଥାୟୀ ନିଯୁକ୍ତି...ପୁଣି ଗୋଟିଏ ମାସରେ ୩ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ ।
୨୦୨୨ ସେପ୍ଟମ୍ବର ୭ ତାରିଖରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ସାରା ଦେଶରେ ୧୪ ହଜାର ୫୦୦ରୁ ଅଧିକ ପିଏମ୍ ଶ୍ରୀ ସ୍କୁଲ ପ୍ରତିଷ୍ଠା କରାଯିବାର ଲକ୍ଷ୍ୟ ରହିଛି । ଜାତୀୟ ଶିକ୍ଷା ନୀତି ଆଧାରରେ ସ୍କୁଲରେ ସ୍ମାର୍ଟ କ୍ଲାସରୁମ୍ ପ୍ରତିଷ୍ଠା, ଅତ୍ୟାଧୁନିକ ଲାବ୍, କ୍ରୀଡ଼ାକୁ ଗୁରୁତ୍ୱ ଦେଇ...
ଟନେଲରେ ଲାଗିଥିବା ପାଇପ୍ ଯୋଗେ ସଂପର୍କୀୟଙ୍କ ସହ ଧୀରେନ୍ କଥା ହୋଇଛନ୍ତି । କହିଛନ୍ତି, ଟନେଲ ଭିତରେ ଆମେ ପ୍ରାୟ ସମସ୍ତେ ଭଲ ଅଛୁ । ଅନ୍ୟ କିଛି ଲୋକଙ୍କ ଦେହ ସାମାନ୍ୟ ଖରାପ ଥିବା କହିଛନ୍ତି ଧୀରେନ୍ ।
ମରାମତି କାମ ବେଳେ ଶ୍ରଦ୍ଧାଳୁ, ସେବାୟତଙ୍କ ସୁରକ୍ଷାକୁ ଧ୍ୟାନ ଦିଆଯିବ । ନୀତିକାନ୍ତି ବ୍ୟାଘାତ ନହେଲା ଭଳି ଦେଖି ମରାମତି କାମ ଚାଲିବ । ଯେତେବେଳେ ନୀତିକାନ୍ତି ନଥିବ, ସେହି ସମୟରେ କାମ କରାଯିବ ।
କଳିଙ୍ଗ ନଗର ଥାନା ନିମପଲ୍ଲୀ ଗାଁର ସୁରିସାହିରେ ଗୁଣିଗାରେଡି ସନ୍ଧ୍ୟାରେ ଦମ୍ପତିଙ୍କୁ ପୋଡି ହତ୍ୟା କରାଯାଇଥିଲା । ଏହି ଘଟଣାରେ ଆଜି ଯାଜପୁର ରୋଡ କୋର୍ଟ ଜିଲ୍ଲା ଦୌରା ଜର୍ଜ ୧୭ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି ।
ଦୀର୍ଘଦିନର ଅପେକ୍ଷା ପରେ ପୁଣି ପର୍ଯ୍ୟଟକଙ୍କ ପାଇଁ ଚାଲିବ ରୋପ ୱେ । ପର୍ଯ୍ୟଟକମାନେ ନନ୍ଦନକାନନ, ବଟାନିକାଲ ଗାର୍ଡେନ ଚତୁପାର୍ଶ୍ଵର ମନୋଲୋଭା ପରିବେଶ ବୁଲି ମଜା ଉଠାଇବେ ।
କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିୟମିତ ନିର୍ଦ୍ଦେଶକ ପଦବୀ ପୂରଣ ପାଇଁ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରିବାକୁ ଗତ ଅଗଷ୍ଟ ୩୧ ତାରିଖରେ ରାଜ୍ୟ ସରକାର ଏବଂ କର୍କଟ କେନ୍ଦ୍ରକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ ।
ସମ୍ପୂର୍ଣ୍ଣ ଘଟଣାକୁ ନେଇ ଦିଲ୍ଲୀ ପୋଲିସ ତା’ର ପ୍ରତିକ୍ରିୟା ରଖିଛି । ପୋଲିସ କହିଛି ଯେ, ଜଣେ ରୋଗୀ ୨୦୨୨ରେ ଗାଲ୍ ବ୍ଲାଡର ଚିକିତ୍ସା ପାଇଁ ସେହି କ୍ଲିନିକରେ ଭର୍ତ୍ତି ହୋଇଥିଲେ । ସେହି ସମୟରେ ତାଙ୍କର ଅପରେସନ୍ ଜଣେ ଯୋଗ୍ୟ ସର୍ଜନଙ୍କ ନିକଟରେ କରାଇବାକୁ କୁହାଯିବା ସହ...
ସଫଳ ବୋଲର ମହମ୍ମଦ ସାମିଙ୍କୁ ୭ ୱିକେଟ ସଫଳତା ମିଳିଛି । ୫୭ ରନ୍ ବିନିମୟରେ ୭ ୱିକେଟ ନେଇ ବଡ଼ ସଫଳତା ହାସଲ କରିଛନ୍ତି ମହମ୍ମଦ ସାମି । ସେପଟେ ୩୨୭ ରନ୍ କରି ଅଲଆଉଟ ହୋଇଛି ନ୍ୟୁଜିଲାଣ୍ଡ ।
କୁଚିଣ୍ଡା.. ଅମଳ ସମୟରେ ପାଳଗଦା ପାଲଟିଥିବା ଏଦୃଶ୍ୟ ସମ୍ବଲପୁର କୁଚିଣ୍ଡା ପତ୍ରପାଲି ଅଂଚଳର । ସାରା ବିଲରେ ଚରିଯାଇଛି ଚକଡା । ହେକ୍ଟର ହେକ୍ଟର ଚାଷ ଜମିରେ ଫସଲକୁ ଖାଇ ଖୋଳ କରିଦେଇଛନ୍ତି ।
ନିର୍ମାଣାଧୀନ ଏଇ ଟନେଲରେ ମାଟି ଧସି ଶ୍ରମିକ ଫସିବା ପରଠୁ ଫସିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ଯଥାସମ୍ଭବ ପ୍ରୟାସ ଜାରି ରଖିଛନ୍ତି ଉଦ୍ଧାରକାରୀ ଟିମ୍ ।
କିଛି ଦିନର ଅସୁସ୍ଥତା ପରେ ମୁମ୍ବାଇ ଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ସୁବ୍ରତ ରାୟ । ଆଉ ତା’ ସହିତ ପୁଣି ଆଶଙ୍କା ଭିତରେକୁ ଠେଲି ହୋଇଯାଇଛନ୍ତି କୋଟି କୋଟି ଜମାକାରୀ ।
ଜଣେ ବ୍ୟକ୍ତିଙ୍କ ଶରୀରରେ ଯଦି କୁକୁରର ଗୋଟିଏ ଦାନ୍ତ ଦାଗ ରହିଥାଏ ତେବେ ତାଙ୍କୁ ୧୦ ହଜାର ଟଙ୍କା ମିଳିବ । ସେହିପରି ଗୋଟିଏରୁ ଅଧିକ ଦାନ୍ତ ଦାଗ ରହିଥିଲେ ପୀଡ଼ିତ ଜଣଙ୍କୁ ୨୦ ହଜାର ଟଙ୍କା ରାଜ୍ୟ ସରକାର ଦେବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
୨୦୨୦ ମସିହା ବାଲିଗୁଡ଼ା ଥାନା ଅଞ୍ଚଳରେ ଏହି ଦୁଷ୍କର୍ମ ମାମଲା ହୋଇଥିଲା । ଯେଉଁଥିରେ ଅଭିଯୁକ୍ତ ଅଶୋକ କୁମାର ନାୟକକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହାଜର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି କୋର୍ଟ ।
ନଭେମ୍ବର ୧୬ରେ ଜୟରାମ କଂଗ୍ରେସରେ ଯୋଗଦେବା ନେଇ ସୂଚନା ମିଳିଛି । ଜୟରାମ ସୋସିଆଲ୍ ମିଡିଆ ଫେସବୁକରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ମଙ୍ଗଳ ଆଳତି ସମୟରେ ଠେଲାପେଲା ହେବା ଦ୍ୱାରା ପ୍ରାୟ ୨୦ ଜଣରୁ ଊର୍ଦ୍ଧ୍ୱ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି ।
ଗତକାଲି ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ ହୋଇଥିଲା । ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ ରହିବା ସହ ୫ ଦିନ ପରେ ରାତି ତାପମାତ୍ରା ସାମନ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଛି ।
ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ତା’ ପୂର୍ବରୁ ଏଥର ଦୀପୋତ୍ସବର ଆୟୋଜନ ସ୍ୱତନ୍ତ୍ର କରିବାକୁ ୟୁପିର ଯୋଗୀ ଆଦିତ୍ୟନାଥ ସରକାର ପ୍ରସ୍ତୁତି ଚଳାଇଛନ୍ତି ।
ଆଶ୍ରମ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗତ ୭ ତାରିଖ ଦିନ ପ୍ରଧାନ ଶିକ୍ଷକ ସଚିତ୍ରନନ୍ଦନ ବିଶ୍ୱାସ ଏବଂ ସହକାରୀ ଶିକ୍ଷକ କେଶବ ମାଝୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ସକାଳର ସୁନେଲି ସୂର୍ଯ୍ୟ କିରଣରେ ଅଳସ ଭାଙ୍ଗୁଛି ଅଳସୀ । ପହିଲି ଶୀତର ଶୀତଳ ପବନରେ ଯେମିତି ଥରି ଉଠୁଛି । ଥିରୀ ଥିରୀ ଦୋଳି ଖେଳୁଛି, ଲୋକଙ୍କୁ ନିଜର ସୌନ୍ଦର୍ଯ୍ୟରେ ବାନ୍ଧି ରଖୁଛି ।