• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କୁକୁର କାମୁଡ଼ିଲେ କ୍ଷତିପୂରଣ ବାବଦକୁ ମିଳିବ ୧୦ ହଜାର ଟଙ୍କା । ପୀଡ଼ିତଙ୍କ ଶରୀରରେ କୁକୁରର ଦାନ୍ତ ଦାଗ ଆଧାରରେ ରାଜ୍ୟ ସରକାର ଦେବେ ଜରିମାନା । ଧରିନିଅନ୍ତୁ ଯଦି ଜଣେ ବ୍ୟକ୍ତିଙ୍କୁ କୁକୁର କାମୁଡ଼ିଛି ଏବଂ ତାଙ୍କ ଶରୀରରେ ଏକାଧିକ ଦାନ୍ତ ଦାଗ ରହିଛି, ତେବେ କୁକୁରର ଗୋଟିଏ ଦାନ୍ତ ପିଛା ତାଙ୍କୁ ୧୦ ହଜାର ଟଙ୍କା ଦିଆଯିବା ବୋଲି କୁହାଯାଇଛି ।

ଖାଲି ଏତକି ଯେ ତାହାନୁହେଁ, ଜଣେ ବ୍ୟକ୍ତିଙ୍କ ଶରୀରରେ ଯଦି କୁକୁରର ଗୋଟିଏ ଦାନ୍ତ ଦାଗ ରହିଥାଏ ତେବେ ତାଙ୍କୁ ୧୦ ହଜାର ଟଙ୍କା ମିଳିବ । ସେହିପରି ଗୋଟିଏରୁ ଅଧିକ ଦାନ୍ତ ଦାଗ ରହିଥିଲେ ପୀଡ଼ିତ ଜଣଙ୍କୁ ୨୦ ହଜାର ଟଙ୍କା ରାଜ୍ୟ ସରକାର ଦେବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏପରି ଏକ ରାୟ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ପ୍ରକାଶ କରିଛନ୍ତି । ବୁଲା କୁକୁର କାମୁଡ଼ିବାକୁ ନେଇ ସିଧାସଳଖ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ହାଇକୋର୍ଟ । ସୂଚନା ମୁତାବକ ହାଇକୋର୍ଟ ୧୯୩ଟି ପିଟିସନର ସମାଧାନ କରିବା ସମୟରେ ଏହି ରାୟ ପ୍ରକାଶ କରିଛନ୍ତି । ପଞ୍ଜାବ, ହରିୟାଣା ଏବଂ ଚଣ୍ଡିଗଡ଼ର ୟୁନିଅନ୍ ଅଞ୍ଚଳକୁ ମଧ୍ୟ ଏହି କ୍ଷତିପୂରଣ ନିର୍ଣ୍ଣୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତାହା ସହିତ ସମ୍ପୃକ୍ତ ଜିଲ୍ଲାର ଡେପୁଟି କମିଶନରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

ଆବଶ୍ୟକ ଦସ୍ତାବିଜ ସହିତ ପୂର୍ବରୁ ଦାଖଲ ହୋଇଥିବା ଦାବି ଗୁଡିକକୁ ନେଇ ୪ମାସ ମଧ୍ୟରେ କମିଟି ଅର୍ଥରାଶି ପ୍ରଦାନ କରିବାକୁ କହିଛନ୍ତି କୋର୍ଟ । ଏଥି ସହିତ ଆବଶ୍ୟକ ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନ ତଥା ଏହି ନିର୍ଦ୍ଦେଶର ଅନୁପାଳନ ପାଇଁ ପଞ୍ଜାବ, ହରିୟାଣା ଏବଂ ଚଣ୍ଡିଗଡ଼ର ପୋଲିସ୍ ମହାନିର୍ଦ୍ଦେଶକ ତଥା ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟକୁ ପଠାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖାଲି ଏତିକି ଯେ, ତାହା ନୁହେଁ ଉଭୟ ପଞ୍ଜାବ ଓ ହରିୟାଣା ହାଇକୋର୍ଟ କୁକୁର କାମୁଡ଼ିବା ମାମଲାକୁ ନଜରରେ ରଖି ଆହୁରି ଅନେକ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଛନ୍ତି । କୋର୍ଟଙ୍କ ଏପରି ରାୟକୁ ନେଇ ବିଭିନ୍ନ ମହଲରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି ।