• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ୱକପ୍‌ ଫାଇନାଲ୍‌ରେ ପହଞ୍ଚିଛି ଭାରତ । ସେମିରେ କିୱି ଦଳକୁ ହରାଇ ଟିମ୍‌ ଇଣ୍ଡିଆ ଫାଇନାଲକୁ ଉନ୍ନୀତ ହୋଇଛି । ୭୦ ରନର ବିଶାଳ ବ୍ୟବଧାନରେ ଭାରତ ବିଜୟ ହାସଲ କରିଥିବା ବେଳେ ୨୦୧୯ ସେମି ପରାଜୟର ପ୍ରତିଶୋଧ ନେଇଛି ।

ସଫଳ ବୋଲର ମହମ୍ମଦ ସାମିଙ୍କୁ ୭ ୱିକେଟ ସଫଳତା ମିଳିଛି । ୫୭ ରନ୍‌ ବିନିମୟରେ ୭ ୱିକେଟ ନେଇ ବଡ଼ ସଫଳତା ହାସଲ କରିଛନ୍ତି ମହମ୍ମଦ ସାମି । ସେପଟେ ୩୨୭ ରନ୍‌ କରି ଅଲଆଉଟ ହୋଇଛି ନ୍ୟୁଜିଲାଣ୍ଡ । ବୁମ୍‌ରା, ସିରାଜ, କୁଲଦୀପଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

ମହମ୍ମସ ସାମି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି । ୭/୫୭ ସଫଳତା ପାଇଁ ଶ୍ରେଷ୍ଠ ଖେଳାଳି ପୁରସ୍କାର । ଏହାକୁ ନେଇ ସୁଯୋଗକୁ ଅପେକ୍ଷା କରିଥିଲି କହିଲେ ଶ୍ରେଷ୍ଠ ଖେଳାଳି ସାମି । ଧଳା ବଲ୍‌ରେ ମୋତେ ବେଶି ମ୍ୟାଚ ଖେଳିବା ସୁଯୋଗ ମିଳି ନଥିଲା । ୟର୍କର ଓ ସ୍ଲୋ ବଲ୍‌ ଜରିଆରେ ସଫଳତା ଆଶା ଥିଲା ବୋଲି ସେ କହିଛନ୍ତି ।

ଖାଲି ସେତିକି ନୁହେଁ, ଅନ୍ୟପଟେ ଦେଖିବାକୁ ଗଲେ ବିଶ୍ୱକପ ଆରମ୍ଭରୁ ଭାରତ ଅପରାଜେୟ ରହି ଆସିଛି, ଠିକ ସେପରି ବିରାଟ କୋହଲିଙ୍କ ଫର୍ମ ମଧ୍ୟ ବେଲଗାମ ଭାବେ ଆଗକୁ ମାଡ଼ି ଚାଲିଛି । ଆଜି ପୁଣି ଥରେ ପଡ଼ିଆ ଭିତରେ ନିଜର ଦମ ଦେଖାଇଛନ୍ତି ବିରାଟ । ନିଜର ଆଦର୍ଶ ସଚିନ ତେନ୍ଦୁଲକରଙ୍କର ଦୁଇଟି ରେକର୍ଡକୁ କାଟି ଦେଇଛନ୍ତି କୋହଲି । ଗଭୀର ଧୈର୍ଯ୍ୟ ସହ ଆତ୍ମପ୍ରତ୍ୟୟ ଭରା ଇନିଂସ ଖେଳିଛନ୍ତି କୋହଲି ।

ନିହାତି ଅବିଶ୍ୱନୀୟ, ଅପ୍ରତୀଦ୍ୱନ୍ଦୀ, କ୍ରିକେଟର ସମ୍ରାଟ । ଦିନିକିଆ କ୍ରିକେଟରେ ପଚାଶ ତମ ଶତକ ହାସଲ କରିଛନ୍ତି କୋହଲି । ସଚିନ ତେନ୍ଦୁଲକରଙ୍କର ରେକର୍ଡ ୪୯ ତମ ଶତକକୁ ଭାଙ୍ଗି ଆଗକୁ ବଢ଼ିଛନ୍ତି ବିରାଟ । ଭାରତୀୟ କ୍ରିକେଟର ଆନ ବାନ ସାନ ବିରାଟ କୋହଲି ରଚିଛନ୍ତି ଇତିହାସ । କ୍ରିକେଟର ଭଗବାନଙ୍କ ସାମ୍ନାରେ, ତାଙ୍କର ଘରେ, ତାଙ୍କର ରେକର୍ଡ ଭାଙ୍ଗି ଦେଇଛନ୍ତି କୋହଲି । ଏହା ସହ ପ୍ରମାଣ କରି ଦେଇଛନ୍ତି ସେ କାହିଁକି କ୍ରିକେଟର କିଙ୍ଗ ।

ସେପଟେ ଭାରତ ଫାଇନାଲକୁ ଉନ୍ନୀତ ହେବା ପରେ ସାରା ଦେଶରେ ବିଜୟ ଉତ୍ସବ ପାଳନ କରାଯାଉଛି । ଗାଁଠୁ ସହର ସବୁଠି ବିଜୟ ଉତ୍ସବ ମନାଉଛନ୍ତି କ୍ରିକେଟ ପ୍ରେମୀ । ବାଣ ଫୁଟାଇ ଉତ୍ସବ ମନାଉଛନ୍ତି କ୍ରିକେଟପ୍ରେମୀ । କଟକ ଓ ଭୁବନେଶ୍ୱରରେ ଦୀପାବଳିର ଭ୍ରମ ସୃଷ୍ଟି ହୋଇଛି ।

ଭାରତର ଏହି ବିଜୟ ପରେ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଚମକପ୍ରଦ ବିଜୟ ପରେ ଶୁଭେଚ୍ଛା ଦେଲେ ପ୍ରଧାନମନ୍ତ୍ରୀ । ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଭାରତ ଫାଇନାଲକୁ ଗଲା ବୋଲି ସେ କହିଛନ୍ତି ।