/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700133402.jpg)
Fake Doctors
ଅସ୍ତ୍ରୋପଚାର କରିଦେଲେ ନକଲି ଡାକ୍ତର । ଚାଲିଗଲା ରୋଗୀଙ୍କ ଜୀବନ । ଘଟଣାରେ ୪ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ହସ୍ପିଟାଲକୁ ନେଇ ଆହୁରି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏପରି ଏକ ସମ୍ବେଦନଶୀଳ ଘଟଣା ରାଜଧାନୀ ଦିଲ୍ଲୀ ସ୍ଥିତ ପୋସଗ୍ରେଟର କୈଳାସ ଅଞ୍ଚଳରୁ ଆସିଛି । ଏକ କ୍ଲିନିକରେ ଅସ୍ତ୍ରୋପଚାର କରିଥିବା ରୋଗୀଙ୍କ ମୃତ୍ୟୁ ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି ।
ଗିରଫ ୪ଜଣଙ୍କ ମଧ୍ୟରେ ଦୁଇ ଡାକ୍ତର, ଜଣେ ମହିଳା ସର୍ଜନ ଓ ଜଣେ ଲାବୋରେଟୋରୀ ଟେକ୍ନିସିଆନ ରହିଛନ୍ତି । ଗତ ମଙ୍ଗଳବାର ଦିନ ଏହି ଘଟଣା ଘଟିଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଡାକ୍ତର ନୀରଜ ଅଗ୍ରୱାଲ, ତାଙ୍କ ପତ୍ନୀ ପୂଜା ଅଗ୍ରୱାଲ ଏବଂ ଡାକ୍ତର ଜସପ୍ରୀତ ସିଂଙ୍କୁ ବାନ୍ଧିଛି ଦିଲ୍ଲୀ ପୋଲିସ ।
ସମ୍ପୂର୍ଣ୍ଣ ଘଟଣାକୁ ନେଇ ଦିଲ୍ଲୀ ପୋଲିସ ତା’ର ପ୍ରତିକ୍ରିୟା ରଖିଛି । ପୋଲିସ କହିଛି ଯେ, ଜଣେ ରୋଗୀ ୨୦୨୨ରେ ଗାଲ୍ ବ୍ଲାଡର ଚିକିତ୍ସା ପାଇଁ ସେହି କ୍ଲିନିକରେ ଭର୍ତ୍ତି ହୋଇଥିଲେ । ସେହି ସମୟରେ ତାଙ୍କର ଅପରେସନ୍ ଜଣେ ଯୋଗ୍ୟ ସର୍ଜନଙ୍କ ନିକଟରେ କରାଇବାକୁ କୁହାଯିବା ସହ ସର୍ଜନଙ୍କ ନାଁ ମଧ୍ୟ କ୍ଲିନିକ୍ ପକ୍ଷରୁ କୁହାଯାଇଥିଲା । ହେଲେ ପରେ ହଠାତ୍ ଡାକ୍ତର ଜସପ୍ରୀତ ଏବଂ ପୂଜା ଅଗ୍ରୱାଲ ଅପରେସନ୍ କରିଥିଲେ ।
ଅପରେସନ୍ ସରିବା ପରେ ଓଟିରୁ ରୋଗୀ ଜଣଙ୍କୁ ସିଫ୍ଟ କରାଯାଇଥିଲା । ହେଲେ ରୋଗୀ ଜଣକ ବହୁ ଯନ୍ତ୍ରଣା ଅନୁଭବ କରିଥିଲେ । ଫଳରେ ତାଙ୍କୁ ତୁରନ୍ତ ସଫଦରଜଙ୍ଗ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା, ସେଠାରେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।
ସେହିପରି ପୂର୍ବରୁ ମଧ୍ୟ କ୍ଲିନିକ୍ ନାଁରେ ଅଭିଯୋଗ ଆସିଛି । ମେଡିକାଲ ପ୍ରୋଟୋକଲ ଅନୁସରଣ ନକରି ଏକାଧିକ ରୋଗୀଙ୍କ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅସ୍ତ୍ରୋପଚାର କରାଯାଇଛି । ଏହି ମାମଲା ସାମ୍ନାକୁ ଆସିବା ପରେ ଅନୁସନ୍ଧାନରୁ ଜଣାପଡିଛି ଯେ, ୨୦୧୬ ପରଠାରୁ ସମ୍ପୃକ୍ତ କ୍ଲିନିକ୍ ନାଁରେ ୯ଟି ଅଭିଯୋଗ ଆସିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)