• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମୃତ୍ୟୁ କେତେବେଳେ ଆସେ କାହାକୁ ବି ଜଣାନଥାଏ । ସମୟ ହେଉ କି ଦିନ କିଛି ବି ଦେଖିନଥାଏ ମରଣ । ଜଣେ ବାଳକର ଜନ୍ମଦିନ ହିଁ ତାର ମରଣ ଦିନ ପାଲଟିଛି । ଜନ୍ମଦିନ ପାଳନ ପାଇଁ ଘରେ ସାଜସଜା ହୋଇଥିବାବେଳେ ଅକାରଣରେ ଝଡ଼ିପଡ଼ିଛି ଜୀବନ । ପୁଅର ମୃତ୍ୟୁ ପରେ ବି ବାପା-ମା’ କାଟିଛନ୍ତି କେକ୍‌ ଆଉ ପାଳିଛନ୍ତି ପୁଅର ଜନ୍ମଦିନ ।

ଏପରି ଏକ ଦୁଃଖଦ ଘଟଣା ତେଲେଙ୍ଗାନାରୁ ଆସିଛି । ଜଣେ ୧୬ ବର୍ଷର ବାଳକ ତାର ଜନ୍ମଦିନରେ ଜୀବନ ଚାଲିଯାଇଛି । ସୂଚନା ଅନୁସାରେ ଗତ ଶୁକ୍ରବାର ଦିନ ତେଲେଙ୍ଗାନାର ଆସିଫାବାଦ ଜିଲ୍ଲାରେ ଏହି ଘଟଣା ଘଟିଛି । ମୃତ ନାବାଳକଙ୍କ ନାଁ ସଚିନ୍‌ । ସଚିନଙ୍କ ଜନ୍ମଦିନ ଥିବାରୁ ଘରେ କେକ୍‌ କଟାଯିବାର ଆୟୋଜନ କରାଯାଇଥିଲା । ସାଙ୍ଗ ସାଥୀ ସହି ପଡ଼ିଶାଙ୍କୁ ଘରକୁ ନିମନ୍ତ୍ରଣ କରାଯାଇଥିଲା । ହେଲେ କେକ୍‌ କାଟିବା ପୂର୍ବରୁ ସବୁକିଛି ଶେଷ ହୋଇଯାଇଥିଲା ।

ହଠାତ୍‌ ସାଙ୍ଗଙ୍କ ମେଳରେ ସବୁକିଛି ଠିକ୍‌ ଚାଲିଥିଲା । କିନ୍ତୁ କେକ୍‌ କାଟିବାର କିଛି ସମୟ ପୂର୍ବରୁ ସଚିନଙ୍କ ହୃଦଘାତ ହୋଇଥିଲା । ସଙ୍ଗେ ସଙ୍ଗେ ବାପା-ମା’ ସଚିନଙ୍କୁ ନେଇ ଡାକ୍ତରଖାନାରେ ପହଞ୍ଚିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ସଚିନଙ୍କ ହୃଦଘାତରେ ମୃତ୍ୟୁ ହୋଇଛି ବୋଲି କହିଥିଲେ ।

ପୁଅର ମୃତ୍ୟୁ ପରେ କିଛି ସମୟ ପାଇଁ ସବୁକିଛି ନୀରବି ଯାଇଥିଲା । ବାପା-ମା’ ଘଟଣାକୁ ସହଜରେ ବିଶ୍ୱାସ କରିପାରୁନଥିଲେ । ହେଲେ ମାତ୍ର ପୁଅର ଜନ୍ମଦିନ ଥିବାରୁ ମୃତ ପୁଅର ଖୁସି ପାଇଁ କେକ୍‌ କାଟି ଜନ୍ମଦିନ ପାଳନ କରିଥିଲେ ବାପା-ମା’ ।