/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684752884.jpg)
mother love
କବାଡ଼ିବାଲାର କୋଟିଏ ଟଙ୍କା । କଣ ଦର୍ଶକ ବନ୍ଧୁ... କଥାଟା ବିଶ୍ୱାସ ହେଉନିନା ? କିନ୍ତୁ ଏଠି ଜଣେ କବାଡିବାଲା କୋଟିଏ ଟଙ୍କା ପାଇଛନ୍ତି । ନା ତାଙ୍କୁ କୌଣସି ଜାରି ପ୍ଲାଷ୍ଟିକ ନେବାବେଳେ ମିଳିଛି ନା ତାଙ୍କୁ କେହିଜଣେ ଦେଇଛନ୍ତି । ସେ ନିଜେ ହିଁ ସଞ୍ଚୟ କରିଛନ୍ତି । ଦେଖୁ ନାହାନ୍ତି ଏହି ଭିଡ଼ିଓକୁ... ଯେମିତି କୋଟିଏ ଟଙ୍କାର ସମ୍ପତ୍ତି ପାଇଛି ଏହି ଦୁଃଖୀ କବାଡିବାଲା ।
ସେ ମା' ତା’ ପିଲାର ଟିକିଏ ହସ.. ଯେମିତି ତାପାଇଁ କୋଟିଏ ଟଙ୍କାର ସମ୍ପତ୍ତି । ତା’ ପିଲାର ଖୁସି ପାଇଁ ସେ ସବୁକିଛି କରିପାରିବ । ଏଠି ସିନା ମା’ ଗରିବ.... ହେଲେ ମମତା ତ ନୁହେଁ ନା । ସେଥିପାଇଁତ ତା ପିଲାର ଚେନାଏ ହସ ପାଇଁ ଖୁସିରେ ଖୁସିରେ ଏହି ଓଜିନିଆ ଲୁହାର ଅଳିଆ ଗାଡ଼ିକୁ ଟାଣିଚାଲିଛି । ତା’ କୁନିପୁଅର କୁନି ପେଟପାଇଁ କିଛି ଖାଇବା ଯୋଗାଡ଼ରେ ଲାଗିପଡ଼ିଛି । ମଝିରେ ମଝିରେ ତାପୁଅର ଛୋଟିଆ ହସକୁ ଦେଖିଦେଇ ଯେମିତି ତା ସବୁ ପରିଶ୍ରମକୁ ଭୁଲିଯାଉଛି ।
ଏମିତି ଏକ ସୁନ୍ଦର ମନ ଲୋଭା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଅନେକ ଦର୍ଶକ ସେମାନଙ୍କ ମୂଲ୍ୟବାନ ମତାମତ ଦେଇଛନ୍ତି । କିଛି ଲୋକ ମା'ର ଏହି ମମତା ଆଉ କର୍ତ୍ତବ୍ୟକୁ ଭୁରିଭୁରି ପ୍ରଶଂସା କରିଛନ୍ତି । ଆଉ ଭିଡିଓଟିରେ କୁନିପୁଅଟିର ସେହି ଚେନାଏ ହସ ଯେମିତି ସମସ୍ତଙ୍କ ହୃଦୟକୁ ଛୁଇଁଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)