ଆଜିର ସାମୂହିକ ଦଶାହ ପାଳନ ପରେ ଆସନ୍ତାକାଲି ଏକାଦଶାହରେ ବିଶ୍ୱଶାନ୍ତି ମହାଯଜ୍ଞ, ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ, ଅଖଣ୍ଡ ଗାୟତ୍ରୀ ମନ୍ତ୍ର ଜପ ଆଦି କାର୍ଯ୍ୟକ୍ରମ ରହିଛି ।
ଭାରତରେ ସବୁଠୁ ଛୋଟ ରେଳ ରୁଟ୍ କେଉଁଠାରେ ରହିଛି ? ଯେଉଁଠାରେ ଯାତ୍ରୀମାନେ ଟ୍ରେନ୍ରେ ଯାତାୟାତ କରିଥା’ନ୍ତି । ଆଉ ସେହି ଯାତ୍ରା କରିବାକୁ ଯାତ୍ରୀମାନଙ୍କୁ ମାତ୍ର ୮ ମିନିଟ୍ ସମୟ ଲାଗିଥାଏ । ଆସନ୍ତୁ ଏ ସମ୍ପର୍କରେ ଜାଣିବା ।
ନିଆଁ ଲିଭାଇବା କାର୍ଯ୍ୟରେ ୨ଟି ଦମକଳ ନିୟୋଜିତ ହୋଇଛନ୍ତି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା କୁହାଯାଉଛି ।
ଛତିଶଗଡ଼ର ବିଳାସପୁର ନିକଟରେ ଏହି ଅଘଟଣ ଘଟିଥିବାବେଳେ ଅଳ୍ପକେ ଟଳିଛି ଦୁର୍ଘଟଣା । ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍ ଆସୁଥିବା ସମୟରେ ଉଭୟଙ୍କୁ ଦେଖି ଟ୍ରେନ୍ ରହିଯାଇଥିବା ସୂଚନା ମିଳିଛି ।
ପୋଲିସର ସୂଚନା ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିର ରେଡ୍ ଜୋନ୍ରେ ଯାଉଛି । ତେଣୁ ଡ୍ରୋନ୍ ଉଡ଼ାଣ ଉପରେ ମନା ରହିଛି । ବିନା ଅନୁମତିରେ କେହି ଡ୍ରୋନ୍ ଉଡ଼ାଇ ପାରିବେ ନାହିଁ ବୋଲି କହିଛି ପୁରୀ ପୋଲିସ ।
ଦିନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ା ୪୩.୨ ଡିଗ୍ରୀ ରହିଥିବାବେଳେ ସମ୍ବଲପୁରରେ ମଧ୍ୟ ସମାନ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି ।
ଓଲିଉଡରେ ପୁଣି କାଷ୍ଟିଂ କାଉଚ୍ ଝଡ଼ । ଅଭିନୟର ସୁଯୋଗ ଆଳରେ ପୁଣି ସେହି କମ୍ପ୍ରମାଇଜ୍ ଅଭିଯୋଗକୁ ନେଇ କମ୍ପନ।
ବାହାନଗା ରେଳ ଦୁର୍ଘଟଣା ପଛର ଖୋଜା ଚାଲିଛି କାରଣ । ସିବିଆଇର ୩ଟି ଟିମ୍ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି। ଲଗବୁକ୍, ରିଲେ ପାନେଲ ସହ ସିଗ୍ନାଲିଂ ସିଷ୍ଟମର ଉପକରଣକୁ ସିବିଆଇ ସିଲ୍ କରି ରଖିଥିବାରୁ ବାହାନଗାରେ ବାତିଲ କରିଦିଆଯାଇଛି ଟ୍ରେନ ଷ୍ଟପେଜ୍ ।
ବଡ଼ ବଡ଼ ଦୁର୍ଘଟଣା କିମ୍ବା ଅଘଟଣକୁ ଦେଖିଥିବା, ଅଙ୍ଗେ ନିଭାଇଥିବା କିମ୍ବା ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଲୋକଙ୍କୁ ପରବର୍ତ୍ତୀ ସମୟରେ ସେ ଦୃଶ୍ୟ ବିଚଳିତ କରିବା, ବାରମ୍ବାର ମନେ ପଡିବା କିମ୍ବା ସ୍ବପ୍ନରେ ଆସିବାକୁ ଡାକ୍ତରୀ ଭାଷାରେ ପୋଷ୍ଟ ଟ୍ରମାଟିକ୍ ଷ୍ଟ୍ରେସ୍ ଡିଜଅର୍ଡର ବୋଲି କୁହାଯାଏ।
ମନ୍ତ୍ରୀପଦରୁ ରୋହିତ ଓ ସଚିବ ବିଷ୍ଣୁଙ୍କୁ ବିଦାର କାରଣକୁ ନେଇ ଚର୍ଚ୍ଚା
ବିଜୁଳି ବିଭ୍ରାଟ ସମସ୍ୟାକୁ ନେଇ କିଏ ଠିକ୍ ? ମୁଖ୍ୟ ଶାସନ ସଚିବ ନା ବିଭାଗୀୟ ମନ୍ତ୍ରୀ ? ମୁଖ୍ୟ ଶାସନ ସଚିବଙ୍କୁ ବିଜେଡି ସାଂସଦଙ୍କ ସମର୍ଥନ, ହେଲେ ଶକ୍ତିମନ୍ତ୍ରୀଙ୍କ ଭିନ୍ନମତ
ସେଦିନର କଥା ଭାବିଲେ ଏବେବି ଲୁହ ରୋକିପାରନ୍ତିନି ଭାଗବତ ମଉସା । ରକ୍ତଜୁଡ଼ୁବୁଡ଼ୁ ଶବ ଗୁଡ଼ିକୁ ଆଡ଼େଇ ଷ୍ଟେସନ ଆଡ଼କୁ ଖବର ଦେବା ପାଇଁ ଦୌଡ଼ିବା ବେଳର ଅନୁଭୂତି ବଖାଣିବା ଆଗରୁ ବାଷ୍ପରୁଦ୍ଧ ହୋଇଯାଏ କଣ୍ଠ ।
ସେଦିନର କଥା ଭାବିଲେ ଏବେବି ଲୁହ ରୋକିପାରନ୍ତିନି ଭାଗବତ ମଉସା । ରକ୍ତଜୁଡ଼ୁବୁଡ଼ୁ ଶବ ଗୁଡ଼ିକୁ ଆଡ଼େଇ ଷ୍ଟେସନ ଆଡ଼କୁ ଖବର ଦେବା ପାଇଁ ଦୌଡ଼ିବା ବେଳର ଅନୁଭୂତି ବଖାଣିବା ଆଗରୁ ବାଷ୍ପରୁଦ୍ଧ ହୋଇଯାଏ କଣ୍ଠ ।
କେବଳ ଏଇ ଗୋଟିଏ ଘଟଣା ନୁହେଁ । ଆଗରୁ ବି ରହିଛି ମଞ୍ଚମୃତ୍ୟୁର ଅନେକ ନଜିର । କୋଲକାତା କନସର୍ଟରେ ବଲିଉଡ ସିଙ୍ଗର କେକେଙ୍କ ହୃଦଘାତ ଜନିତ ମୃତ୍ୟୁ ହେଉ, ଅବା ମଞ୍ଚରେ ଭାଷଣ ଦେବା ବେଳେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଦେହାନ୍ତ।
ବିଶ୍ୱବ୍ୟାପୀ ରିଅଲ ଟାଇମ ପେମେଣ୍ଟର ୪୬ ପ୍ରତିଶତ ଭାରତର ଅବଦାନ ରହିଛି । ଏହି ରିପୋର୍ଟ MyGovIndiaରୁ ପ୍ରକାଶ କରାଯାଇଥିବା ଜଣାପଡ଼ିଛି ।
ଗୁରୁତର ଆହତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ରାଶି ଘୋଷଣା କରାଯାଇଛି । ଏହାଛଡ଼ା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳକୁ ଯାଉଥିବା କହିଛନ୍ତି ।
ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଓଲଟିପଡ଼ିଲା କରମଣ୍ଡଳର ଏକାଧିକ ବଗି । ଅନେକ ଲୋକ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ସ୍ଥିତ ବାହାନଗା ଷ୍ଟେସନ୍ ନିକଟରେ ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ ହୋଇଛି ଉଦ୍ଧାର କାର୍ଯ୍ୟ । ଘଟଣାସ୍ଥଳରେ ପହଞ୍ଚିଛନ୍ତି ଜିଲ୍ଲାପାଳ, ଏସ୍ପି, ଆଇଜି । ଶୁଣନ୍ତୁ ଦୁର୍ଘଟଣାକୁ ନେଇ କ’ଣ କହୁଛନ୍ତି ମୁଖ୍ୟ ଶାସନ ସଚିବ ।
କଥାଟି ଯେତିକି ସରଳ ତା’ଠାରୁ ହଜାରେ ଗୁଣ ଅଧିକ ଯନ୍ତ୍ରଣାଦାୟକ...ବୀଭତ୍ସ। କାରଣ ଜଣେ ବାପା-ମା’ଙ୍କ କୋଳ ଖାଲି ହୋଇଯାଇଛି । ଜଣେ ଭଉଣୀ ତା’ର ମାତ୍ର ୯ ବର୍ଷର କୁନି ଭାଇକୁ ବାରମ୍ବାର ଛୁରୀ ଭୁସି ଭୁସି ହତ୍ୟା କରିଛି ।