/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684673429.jpg)
Puri-Howrah Vande Bharat Express
ଅଧା ବାଟରେ ଅଟକି ରହିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ମଞ୍ଜୁରୀରୋଡ୍ ଷ୍ଟେସନ ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସ ଅଟକି ରହିଛି । ଇଞ୍ଜିନରୁ ବିଦ୍ୟୁତ୍ ତାରକୁ ସଂଯୋଗ କରୁଥିବା ଯନ୍ତ୍ରାଂଶରେ ତ୍ରୁଟି ଥିବାରୁ ବନ୍ଦେ ଭାରତ ଅଟକି ରହିଥିବା ଜଣାପଡ଼ିଛି । ହେଲେ ବନ୍ଦେ ଭାରତରେ ହୋଇଥିବା ଅସୁବିଧା ନେଇ ରେଳବାଇ ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଟେକନିକାଲ ଟିମକୁ ଘଟଣାସ୍ଥଳକୁ ପଠାଇଥିବା ନେଇ ସୂଚନା ମିଳିଛି ।
ଯାଜପୁର ବୈତରଣୀ ରୋଡ୍ ନିକଟରେ ବନ୍ଦେ ଭାରତ ଟ୍ରେନ୍ ଅଟକି ରହିଛି । କାଳବୈଶାଖୀରେ ଗଛ ପଡ଼ି ଲୋକୋ ପାଇଲଟ ସାମ୍ନା ଗ୍ଲାସ ଭାଙ୍ଗିଯାଇଛି । ଅପରାହ୍ଣ ୪ଟା ୩୫ରୁ ବନ୍ଦେ ଭାରତ ଟ୍ରେନ୍ ଅଟକି ରହିଥିବାବେଳେ ଯାତ୍ରା ସ୍ୱାଭାବିକ କରିବାକୁ ଉଦ୍ୟମ କରୁଛି ରେଳବାଇ ।
ସୂଚନା ଥାଉକି, ଗତ ୧୮ ତାରିଖରେ ଓଡ଼ିଶାରେ ବନ୍ଦେ ଭାରତର ଶୁଭାରମ୍ଭ କରାଯାଇଛି । ପୁରୀରୁ ହାୱଡ଼ା ଅଭିମୁଖେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଅଭିଭାଷଣରେ ମୋଦି କହିଥିଲେ ଏହି ଟ୍ରେନ୍ ଓଡ଼ିଶା-ପଶ୍ଚିମବଙ୍ଗ ସମ୍ପର୍କକୁ ସମୃଦ୍ଧ କରିବ । ତେଣେ ବନ୍ଦେ ଭାରତ ପରେ ଆଗକୁ ଖୁବଶୀଘ୍ର ବନ୍ଦେ ମେଟ୍ରୋ ଓ ବନ୍ଦେ ସ୍ଲିପର ବି ଆରମ୍ଭ ହେବାକୁ ଯାଉଥିବା ସୂଚନା ଦେଇଥିଲେ ରେଳମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଓଡ଼ିଶା ପାଇଁ ଆଉ ୨ଟି ବନ୍ଦେ ଭାରତ ଟ୍ରେନ୍ ଚଳାଇବାକୁ ଦାବି ଉପସ୍ଥାପନ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)