• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିବାହକୁ ନେଇ ପ୍ରାୟ ସମସ୍ତଙ୍କର କିଛି ସ୍ୱପ୍ନ ରହିଥାଏ । ନିଜ ବାହାଘରକୁ ସବୁଠୁ ଅଲଗା କରିବାକୁ ପ୍ରାୟ ସମସ୍ତେ ଚାହିଁଥା’ନ୍ତି । ବିଶେଷକରି ଯୁବତୀମାନେ ତାଙ୍କ ବିବାହକୁ କିପରି ସ୍ମରଣୀୟ କରିପାରିବେ ସେଥିପ୍ରତି ଧ୍ୟାନ ଦେଇଥା’ନ୍ତି । ଫଟୋ ସୁଟ୍‌, ରିଙ୍ଗ ସେରିମନି, ମେହେନ୍ଦୀ, ହଳଦୀ ଓ ବାହାଘରର ପୂରା ଘଟଣା କିପରି ସମସ୍ତଙ୍କ ମନେରହିବ ସେଥିପ୍ରତି ଦୃଷ୍ଟି ଦେଇଥା’ନ୍ତି ଯୁବତୀମାନେ । ଆଉ ଏଥିପାଇଁ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରିଥା’ନ୍ତି ।

ନିକଟରେ ଅନେକ ଗୁଡ଼ିଏ ବିବାହରେ କିଛି ସ୍ୱତନ୍ତ୍ରତା ରହିଥିବା ଦେଖିବାକୁ ମିଳିଥିଲା । ଯାହାକି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ମଧ୍ୟ ହୋଇଥିଲା । ସେହିପରି ଏକ ଖବର ବର୍ତ୍ତମାନ ସାମ୍‌ନାକୁ ଆସିଛି । ଜଣେ କନ୍ୟା ତାଙ୍କ ବିବାହ ପୂର୍ବରୁ ଫଟୋ ଉଠାଇବା ମହଙ୍ଗାପଡ଼ିଛି ।

ସୂଚନା ମୁତାବକ ଘଟଣାଟି ପ୍ରୟାଗରାଜରେ ଘଟିଛି । କନ୍ୟା ଜଣକ ରାସ୍ତାରେ କାରର ବୋନେଟରେ ବସି ରିଲ୍‌ ତିଆରି କରିବାକୁ ନେଇ ତାଙ୍କ ନାଁରେ ଚାଲାଣ କଟିଛି । କନ୍ୟାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଉକ୍ତ କାର୍‌ ନମ୍ୱରରେ ୧୫,୫୦୦ ଟଙ୍କା ଜରିମାନା କରାଯାଇଛି ।

ଖାଲି ସେତିକି ନୁହେଁ, କନ୍ୟାଙ୍କ ଏହି ଫଟୋ ସୁଟ୍‌ କରିବା ସମୟରେ ଜଣେ ସମ୍ପର୍କୀୟ ଏକ ସ୍କୁଟି ଯୋଗେ ତାଙ୍କର ଏକ ରିଲ୍‌ସ ତିଆରି କରିଥିଲେ । ଯାହାକୁ ଦେଖିବାପାଇଁ ରାସ୍ତାକଡ଼ରେ ଅନେକ ଲୋକଙ୍କ ଭିଡ ଜମିଥିଲା । ଭିଡିଓ ସୁଟ୍‌ କରିବା ସମୟରେ ସ୍କୁଟି ଚାଳକ ଜଣକ ହେଲମେଣ୍ଟ ମଧ୍ୟ ପିନ୍ଧିନଥିବା ଜଣାପଡ଼ିଛି । ଫଳରେ ସ୍କୁଟି ନମ୍ବରରେ ମଧ୍ୟ ୧୫ଶହ ଟଙ୍କା ଚାଲାଣ କଟାଯାଇଛି ।

ଟାଟା ସଫାରୀଟି ସୌରଭ କୁମାରଙ୍କ ନାଁରେ ପରିବହନ ବିଭାଗରେ ପଞ୍ଜିକୃତ ହୋଇଥିବାବେଳେ ବୋନେଟରେ ବସିଥିବା କନ୍ୟାଙ୍କ ନାଁ ବର୍ଣ୍ଣିକା ଚୌଧୁରୀ ବୋଲି ଜଣାପଡ଼ିଛି । ବର୍ଣ୍ଣିକାଙ୍କ ଘର ଆଲାପୁରରେ ହୋଇଥିବା ସୂଚନା ମିଳିଛି ।