ଆହୁରି ବର୍ଷିବ ୬ ଦିନ। ଆଜିଠୁ ପୁଣି ୨୫ ତାରିଖ ଯାଏଁ ରାଜ୍ୟକୁ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି, କୁଆପଥର ବର୍ଷା ନେଇ ଆଲର୍ଟ କରିଛି ଭୁବନେଶ୍ବର ଆଂଚଳିକ ପାଣିପାଗ କେନ୍ଦ୍ର।
ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବାଲିସାହିପାଟଣା ଗାଁରେ ଏଭଳି ଘଟଣା ଘଟିଛି।
ଯାତ୍ରା ମାଲିକ ସଂଘ ଏଭଳି କିଛି ବଡ଼ ନିଷ୍ପତ୍ତି ନେବାକୁ ଯାଉଛି କଳାକାର ସଂଘ ବିରୁଦ୍ଧରେ। ପାଟି ଫିଟାଇଲେ ଯାତ୍ରାରେ ତୁମକୁ କାମ ମିଳିବନି ବୋଲି ସ୍ଥିର ହୋଇଥିବା ଜଣାପଡିଛି। ଶୁକ୍ରବାର ରାତି ତମାମ କିଛି ଯାତ୍ରା ମାଲିକ ଆଲୋଚନା କରିଥିବା ଜଣାପଡିଛି।
ନୂଆ ରେଳ ଲାଇନ ନିର୍ମାଣକୁ ବିରୋଧବେଳେ ରାଉରକେଲାରେ ତୁମୁଳକାଣ୍ଡ। ବନ୍ଧମୁଣ୍ଡାରେ ପୋଲିସ-ଜନତା ଖଣ୍ଡଯୁଦ୍ଧ। ନୂଆ ରେଳ ଲାଇନ୍ ନିର୍ମାଣକୁ ବରକାନି ଅଞ୍ଚଳର ଲୋକ ବିରୋଧ ପ୍ରଦର୍ଶନ କରୁଥିଲେ। ଏତିକିବେଳେ ଜେସିବି ଆଗକୁ ଚାଲି ଆସିବାରୁ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏହାପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା...
ଆସନ୍ତା ୨୪ରେ ମିଳିବ ସୁଭଦ୍ରା ଟଙ୍କା । ମାର୍ଚ୍ଚ ୩୧ ଯାଏଁ ଆବେଦନ କରିଥିବା ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଗାଁକୁ ଯକ୍ଷ୍ମା ଦେଉଛି ଅକଥନୀୟ ଯାତନା । କେବଳ ସ୍ବାସ୍ଥ୍ୟଗତ ନୁହେଁ, ସାମାଜିକ ଯନ୍ତ୍ରଣା । ଟିବି ପାଇଁ ଖାଲି ଟାହିଟାପରା ସହିବାକୁ ପଡ଼ୁନି। ରୋଗ ଭୟରେ ପାଲଟିଛି ଏକ ଅଛୁଆଁ ଗାଁ ।
୮୨ ଗାଁ ଉପରେ ପଶ୍ଚିମବଙ୍ଗର ଲୋଲୁପ ନଜର ! ବାଲେଶ୍ବର ଜିଲ୍ଲା ଭୋଗରାଇ ଓ ଜଳେଶ୍ୱର ବ୍ଲକର ଗୋଟିଏ କି ଦୁଇଟି ନୁହେଁ, ୮୨ଟି ଗାଁ ସୀମା ବିବାଦରେ ଛନ୍ଦି ହୋଇଥିବା ସୂଚନା ମିଳିଛି।
ମିଳିବ ବୟୋବନ୍ଦନା କାର୍ଡ। ଗତ ୧୧ ତାରିଖରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘୋଷଣା ପରଠୁ ଭାରି ଖୁସି ବୟୋଜ୍ୟଷ୍ଠ ହିତାଧିକାରୀ।
ଆକ୍ଷେପ, ପ୍ରତିଆକ୍ଷେପ... ଜବାବ...ପ୍ରତି ଜବାବ...ଜଲିଉଡରେ ବହୁଥିବା ଝଡ଼ ଭିତରେ କ୍ରମାଗତ ମୁହାଁମୁହିଁ ହେଉଛନ୍ତି ଅଭିନେତା ଏବଂ ମାଲିକ। ଅଭିନେତା ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ବ୍ୟାନ୍ ଉଠାଇବା ଏବଂ ନ୍ୟାୟ ଦାବିରେ ଯାତ୍ରା କଳାକାର ସଂଘର ଉପଦେଷ୍ଟା ବାପି ପଣ୍ଡା ଅଟଳ...
ଟେଲିଭିଜନ୍ ପରଦାରେ ଓଡ଼ିଆ ଖବର ପ୍ରସାରଣର ନୂଆ ଯୁଗ ଆରମ୍ଭ କରିଥିବା ଆପଣଙ୍କ ପ୍ରିୟ ଚ୍ୟାନେଲର ଜନ୍ମଦିନରେ, ଆସନ୍ତୁ ଜାଣିବା ଆରମ୍ଭରୁ ଏଯାବତ୍ ଓଟିଭିର ନିରବଚ୍ଛିନ୍ନ ଯାତ୍ରା ବିଷୟରେ...
ଆଠ ଜଣ ସାଙ୍ଗହୋଇ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ଦୁଇ ଛାତ୍ର ପାଣିରେ ବୁଡ଼ି ଯାଇଥିଲେ । ପରେ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଛି ।
୫ ଲକ୍ଷ ୯୦ ହଜାର ହିତାଧିକାରୀଙ୍କୁ ମିଳିବ ରାସନ କାର୍ଡ । ଯେଉଁମାନେ ପାଇନାହାନ୍ତି ଆବେଦନ କରନ୍ତୁ, ପୋର୍ଟାଲ ଖୋଲା ଅଛି । ଅନେକ ବାଦ୍ ପଡ଼ିଛନ୍ତି, ଆହୁରି ବାଦ୍ ପଡ଼ିବେ । ଏନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
୧୯୯୩ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ ନିକୁଞ୍ଜ ଧଳ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଭାବେ କାମ କରୁଛନ୍ତି । ତେବେ କେନ୍ଦ୍ରରେ ତାଙ୍କୁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତି ମିଳିଛି ।
ରାଜଧାନୀ ଅପେରାର କଳାକାର ମନୋଜ ବରାଳ ଓ କଳାକାର ସଂଘର ଉପଦେଷ୍ଟା ବାପି ପଣ୍ଡାଙ୍କ ମଧ୍ୟରେ କଥା କଟାକଟି ହୋଇଛି। ବିଭିନ୍ନ ପ୍ରସଙ୍ଗ ଉଠାଇ କଥା କଟାକଟି ହୋଇଛନ୍ତି ଉଭୟ ।
ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ହଟିବ ବୟକଟ୍ । ଆମେ ସେମାନଙ୍କୁ କୋଳେଇ ଆଣିବୁ, ସମାଧାନ ହେବ ଯାତ୍ରାର ସମସ୍ତ ବିବାଦ । ଏଭଳି କହିଛନ୍ତି ଯାତ୍ରା ମାଲିକ ସଂଘ ଉପସଭାପତି ପବିତ୍ର ପାତ୍ର ।
ବରିଷ୍ଠ ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ 'ହାଇଜାକ୍' ପ୍ରସଙ୍ଗକୁ ନେଇ ହଲଚଲ। ଦଳର ସଂଗଠନ ବାବଦରେ ନବୀନଙ୍କୁ ଚିଠି ଲେଖି ହାଇଜାକ୍ ପ୍ରସଙ୍ଗ ଉଠାଇବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଦେବୀ ମିଶ୍ର।
ବ୍ୟବସାୟୀଙ୍କୁ ବୀଭତ୍ସ ହତ୍ୟା । ଟାଙ୍ଗିଆରେ ହାଣି ମାରିଲା ହତ୍ୟାକରୀ । ଆଉ ତା\'ପରେ ଘଟଣାସ୍ଥଳରୁ ଆରାମରେ ଚାଲିଚାଲି ଫେରାର ହୋଇଗଲା । ବଲାଙ୍ଗିର ବିଷ୍ଣୁମୁଣ୍ଡା ଗାଁର ମନୋଜ ନାଏକଙ୍କ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ଅଭିଯୁକ୍ତ ଫେରାର ସମୟର ସିସିଟିଭି ଫୁଟେଜ ।
ମହାନଦୀ ଓ କୁଳଥିଆ ଯୋର ଶୁଖିଲା ପଡିଥିବାରୁ ଉଜୁଡି ଯାଇଛି ଡାଳୁଅ ଧାନ । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ।
ରାଉରକେଲାରେ ପୁଣି ଗଡ଼ିଲା ମୁଣ୍ଡ। ବାପାକୁ ହତ୍ୟା କଲା ପୁଅ। ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଭାଲୁପାତ୍ର ଅଞ୍ଚଳରେ ଘଟିଛି ଚାଞ୍ଚଲ୍ୟକର ଘଟଣା।
ପଙ୍କରୁ ପଦ୍ମ ଫୁଟିବା ପରି ସଂଘର୍ଷ କରି ନିଜର ଭବିଷ୍ୟତ ନିଜେ ଗଢୁଛନ୍ତି । ଆଉ ନିଜ ବାପାଙ୍କ ସ୍ୱପ୍ନ ପୂରଣ କରିବାକୁ କରିଚାଲିଛନ୍ତି ପରିଶ୍ରମ।