Advertisment

Tuberculosis Crisis in Odapada Village: ଯାତନା ଦେଉଛି ଯକ୍ଷ୍ମା; ଟିବି ପାଇଁ ଅଛୁଆଁ ପାଲଟିଛି ପୂରା ଗାଁ...

ଗାଁକୁ ଯକ୍ଷ୍ମା ଦେଉଛି ଅକଥନୀୟ ଯାତନା । କେବଳ ସ୍ବାସ୍ଥ୍ୟଗତ ନୁହେଁ, ସାମାଜିକ ଯନ୍ତ୍ରଣା । ଟିବି ପାଇଁ ଖାଲି ଟାହିଟାପରା ସହିବାକୁ ପଡ଼ୁନି। ରୋଗ ଭୟରେ ପାଲଟିଛି ଏକ ଅଛୁଆଁ ଗାଁ ।

author-image
Sujit kumar Swain
ଅଦ୍ୟତନ ହୋଇଛି
tb

tb

ଟିବି ବା ଯକ୍ଷ୍ମା। ଏକଦା ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରୁଥିବା ଏହି ରୋଗର, ଏବେ ଚିକିତ୍ସା ସମ୍ଭବ ଏବଂ ସାବଧାନତା ଅବଲମ୍ବନ କଲେ ସଂକ୍ରମଣ ବି ରୋକିହୁଏ। ହେଲେ ବୋଧହୁଏ ଏବେବି ଅନେକ ଗାଁ ଗଣ୍ଡାରେ ଯକ୍ଷ୍ମା ମୁକାବିଲା ପାଇଁ ସଫଳ ହୋଇନି ସଚେତନତା। ଏଭଳି କହିବାର କାରଣ, ବାଲେଶ୍ବର ଜିଲ୍ଲା ଔପଦା ଅଞ୍ଚଳର ପୂରା ଗୋଟିଏ ଗାଁକୁ ଏକପ୍ରକାର ଅସ୍ପୃଶ୍ୟ ବା ଅଛୁଆଁ କରିଦେଇଛି ଯକ୍ଷ୍ମା। କିନ୍ତୁ କାହିଁକି, ଆସନ୍ତୁ ଜାଣିବା...

Advertisment

ଗାଁକୁ ଯକ୍ଷ୍ମା ଦେଉଛି ଅକଥନୀୟ ଯାତନା । କେବଳ ସ୍ବାସ୍ଥ୍ୟଗତ ନୁହେଁ, ସାମାଜିକ ଯନ୍ତ୍ରଣା । ଟିବି ପାଇଁ ଖାଲି ଟାହିଟାପରା ସହିବାକୁ ପଡ଼ୁନି। ରୋଗ ଭୟରେ ପାଲଟିଛି ଏକ ଅଛୁଆଁ ଗାଁ । ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ୍ ଦକ୍ଷିଣ ନରସିଂହପୁର ପଞ୍ଚାୟତର ଝରେଇସାହି। ୫୦ରୁ ଅଧିକ ପରିବାର, ୨ଶହରୁ ଅଧିକ ଲୋକ ବସବାସ କରୁଥିବା ଏହି ଗାଁରେ ଘରେ ଘରେ ଯକ୍ଷ୍ମାରୋଗୀ। ମାସେ କି ବର୍ଷେ ନୁହେଁ, ବେଶ୍ କିଛି ବର୍ଷ ହେବ ଟିବି ରୋଗ ଗାଁର ପିଛା ଛାଡ଼ୁନଥିବା ବେଳେ, ଅନେକ ଜୀବନ ବି ନେଲାଣି । ଏବେ ଅଧିକାଂଶ ଘରେ ୨-୩ ଜଣ ଯକ୍ଷ୍ମା ଆକ୍ରାନ୍ତ ଥିବା ବେଳେ, କିଛି ପରିବାରର ସମସ୍ତ ସଦସ୍ୟ ରୋଗାକ୍ରାନ୍ତ। 

ଅଧିକ ପଢ଼ନ୍ତୁ: ଆପଣ ପାଟି ଖୋଲି ଶୋଉଛନ୍ତି କି… ହୋଇପାରେ ଏହି ୫ ସମସ୍ୟା

ତେବେ ଇଏ ତ ଗଲା ସ୍ବାସ୍ଥ୍ୟଗତ ବ୍ୟାଧିର କଥା । ଏବେ ଆସନ୍ତୁ ନଜର ପକାଇବା ସାମାଜିକ ବ୍ୟାଧି ଉପରେ। ଏହି ଗାଁକୁ ଆଖପାଖ ଅଞ୍ଚଳର ଲୋକେ ଟିବି ଗାଁ ବୋଲି କହୁଥିବା ବେଳେ, ବାହାର ଲୋକ ଗାଁ ମୁଣ୍ଡ ମାଡ଼ିବାକୁ ନାରାଜ। ସ୍ଥିତି ଏତେ ସଂଗୀନ ଯେ, କେହି ଏ ଗାଁରେ ଝିଅ ବାହାଘର କରାଇବାକୁ କିମ୍ବା ଏଠାରୁ ବୋହୂ କରିନେବାକୁ ମଙ୍ଗୁ ନାହାନ୍ତି। କୁଣିଆ ବନ୍ଧୁବାନ୍ଧବ ଘରକୁ ଆସୁନାହାନ୍ତି। କେହି ମୃତ୍ୟୁବରଣ କଲେ ଶୁଦ୍ଧିକ୍ରିୟାକୁ ଆସି ଘାଟରୁ ଫେରିଯାଉଛନ୍ତି, ଘରକୁ ଆସୁନାହାନ୍ତି। ଆଉ ସବୁଠୁ ଉଦବେଗଜନକ କଥା ହେଉଛି, ଏ ଗାଁରେ ଅଧିକାଂଶ ମୂଲ ମଜୁରୀ ଲାଗି ପେଟପୋଷୁଥିବା ବେଳେ, ଏଠାକାର ଲୋକଙ୍କୁ ଅନ୍ୟ ଗାଁରେ କାମ ଦେବାକୁ ବି ରାଜି ହେଉନାହାନ୍ତି।

Advertisment

କାହିଁକି ଝରେଇସାହି ଗାଁକୁ ଗ୍ରାସିଚାଲିଛି ଯକ୍ଷ୍ମା ? ବର୍ଷ ବର୍ଷ ଧରି କାହିଁକି ପିଛା ଛାଡ଼ୁନି ଟିବି ? ଗାଁ ଲୋକେ ସ୍ବଳ୍ପ ଶିକ୍ଷିତ ହୋଇଥିବା ବେଳେ ବିଡ଼ମ୍ବନାର ବିଷୟ, ସ୍ବାସ୍ଥ୍ୟ ବିଭାଗ ବି ଏ ଦିଗରେ ଉଦାସୀନ ଥିବା ଅଭିଯୋଗ ହେଉଛି। ଆଉ କେତେ ଜୀବନ ଗଲେ ପ୍ରଶାସନର ନଜର ଏହି ଗାଁ ଉପରେ ପଡ଼ିବ, ସେନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ। ଗାଁରେ ମେଡିକାଲ ଟିମ୍ କ୍ୟାମ୍ପ୍ ବସାଇ ରୋଗ ପଛର କାରଣ ଓ ନିରାକରଣ ପଦକ୍ଷେପ ନେବାକୁ ଦାବି ହୋଇଛି। ଏସଂପର୍କରେ ପ୍ରତିକ୍ରିୟା ରଖି ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି, ଏନେଇ ଜିଲ୍ଲାପାଳଙ୍କୁ ସେ ଅବଗତ କରିଛନ୍ତି। ଖୁବଶୀଘ୍ର ଏନେଇ ପଦକ୍ଷେପ ନିଆଯିବ।

ଅଧିକ ପଢ଼ନ୍ତୁ: ଯଦି ଆପଣ ଦାନ୍ତ ସଫା କରୁନାହାଁନ୍ତି ତେବେ ନିଜ ହୃଦୟ ପାଇଁ ବିପଦ ସୃଷ୍ଟି କରୁଛନ୍ତି

Balasore Health Department Social Stigma
Advertisment
Advertisment