Advertisment

PM Modi To Hold CCS Meet: ବଦ୍‌ଲା ପ୍ଲାନ ତୟାର, କାଲି ପାକିସ୍ତାନ ବିରୋଧରେ ହେବ ବଡ଼ ଆକ୍ସନ !

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ (CCS) ବୈଠକ ବସିବ । ଏଥିରେ ପାକିସ୍ତାନ ବିରୋଧରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି ।

author-image
Namita Biswal
ଅଦ୍ୟତନ ହୋଇଛି
CCS Meet

CCS Meet

ପହଲଗାମ୍ ବଦଲା ପ୍ଲାନ ତୟାର । କେବଳ ଆକ୍ସନକୁ ସାରା ଦେଶର ଅପେକ୍ଷା । ଏନେଇ ଆସନ୍ତାକାଲି କିଛି ବଡ଼ ନିର୍ଣ୍ଣୟ ଆସିପାରେ । କାଲି ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ (CCS) ବୈଠକ ବସିବ । ତା'ପୂର୍ବରୁ ଆଜି ବସିଛି କେନ୍ଦ୍ର ଗୃହ ମନ୍ତ୍ରାଳୟର ଉଚ୍ଚସ୍ତରୀୟ ବୈଠକ । ଏଥିରେ ଗୃହ ସଚିବ ଗୋବିନ୍ଦ ମୋହନ, ବିଏସଏଫ୍ ମହାନିର୍ଦ୍ଦେଶକ, ଆସାମ୍ ରାଇଫଲ୍ସ ଓ ଏନଏସଜି, ସିଆରପିଏଫ୍, ଏସଏସବି ଓ CISFର ବରିଷ୍ଠ ଅଧିକାରୀ ଉପସ୍ଥିତି ଅଛନ୍ତି । 

Advertisment

ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ରାଷ୍ଟ୍ରୀୟ ସୁରକ୍ଷା ଉପରେ ଦେଶର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ କମିଟି ଅଟେ । ପହଲଗାମ୍‌ ହମ୍‌ଲା ପରେ ଆସନ୍ତାକାଲି ଦିନ ୧୧ଟାରେ ଦ୍ୱିତୀୟ ଥର ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିର ବୈଠକ ବସୁଛି । ଏଥିରେ ସୁରକ୍ଷା ପ୍ରସ୍ତୁତି ଉପରେ ଚର୍ଚ୍ଚା ହେବା ସହ ପାକିସ୍ତାନ ବିରୋଧରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । 

ଅଧିକ ପଢନ୍ତୁ: ଜମ୍ମୁକାଶ୍ମୀରକୁ ମିଳିବନି ରାଜ୍ୟ ମାନ୍ୟତା !

ଏହା ପୂର୍ବରୁ ପ୍ରଥମ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକରେ ନିଆଯାଇଥିଲା ୫ ବଡ଼ ନିଷ୍ପତ୍ତି । ସିନ୍ଧୁ ନଦୀ ଚୁକ୍ତି ବାତିଲ, ପାକିସ୍ତାନୀଙ୍କ ଭିସା ରଦ୍ଦ, ଓ୍ୱାଘା-ଅଟାରୀ ବର୍ଡର ବନ୍ଦ ଏବଂ ଉଚ୍ଚାୟୁକ୍ତରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରାଯାଇଛି । 

Advertisment

ସିସିଏସ୍‌ ବୈଠକ ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍‌ କମିଟି ବୈଠକ ମଧ୍ୟ ବସିବ । ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ୍ ଶାହ, ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ଯୋଗ ଦେବେ । ଏହାପରେ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ ବୈଠକ ବସିବାର ସୂଚନା ରହିଛି ।

ଅଧିକ ପଢନ୍ତୁ: 'ବିନା ନାଗରିକତାରେ ଭାରତରେ ବିବାହ କରିଛନ୍ତି ୫ ଲକ୍ଷରୁ ଅଧିକ ପାକିସ୍ତାନୀ ଯୁବତୀ'

PM Modi India Pakistan War CCS Pahalgam Terrorist Attack
Advertisment
Advertisment