Advertisment

Nikunja Bihari Dhal New Appointment: କେନ୍ଦ୍ରୀୟ ଡେପୁଟେସନରେ ଯିବେ IAS ନିକୁଞ୍ଜ ଧଳ; ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତି

୧୯୯୩ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ ନିକୁଞ୍ଜ ଧଳ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଭାବେ କାମ କରୁଛନ୍ତି । ତେବେ କେନ୍ଦ୍ରରେ ତାଙ୍କୁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତି ମିଳିଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Nikunja Bihari Dal New Appointment

Nikunja Bihari Dal New Appointment

କେନ୍ଦ୍ରକୁ ଯିବେ ବରିଷ୍ଠ ଆଇଏଏସ୍ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ୧୯୯୩ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ ନିକୁଞ୍ଜ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାମ କରୁଛନ୍ତି । ତେବେ କେନ୍ଦ୍ରରେ ତାଙ୍କୁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତି ମିଳିଛି । ଏ ନେଇ ଆଜି କେନ୍ଦ୍ର କ୍ୟାବିନେଟର ନିଯୁକ୍ତି ସଂପର୍କିତ କମିଟି ନିକୁଞ୍ଜ ଧଳଙ୍କ ନୂଆ ନିଯୁକ୍ତିକୁ ଅନୁମୋଦନ କରିଛି । 

Advertisment

ନିକୁଞ୍ଜ ଧଳ ବର୍ତ୍ତମାନ ସଂସଦୀୟ ବ୍ୟାପାର ସଚିବ ଥିବା ଉମଙ୍ଗ ନରୁଲାଙ୍କ ଅବସର ପରେ ତାଙ୍କ ସ୍ଥାନ ନେବେ । ଉମଙ୍ଗ ଆସନ୍ତା ଜୁନ ୩୦ରେ ଅବସର ଗ୍ରହଣ କରିବେ । 

ଅଧିକ ପଢ଼ନ୍ତୁ: ସରକାରଙ୍କ ଘୋଷଣା, ବଣ୍ଟା ହେବ ନୂଆ ରାସନ କାର୍ଡ

ସେହିପରି ବର୍ତ୍ତମାନ କେନ୍ଦ୍ରରେ ଡେପୁଟେସନରେ ଥିବା ୧୯୯୪ ବ୍ୟାଚର ଓଡ଼ିଶା କ୍ୟାଡର IAS ସନ୍ତୋଷ ଷଡ଼ଙ୍ଗୀଙ୍କୁ ନ୍ୟୁ ଆଣ୍ଡ ରିନ୍ୟୁବଲ୍ ଏନର୍ଜୀ ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତି ମିଳିଛି । 

Advertisment

ସେମିତି ୧୯୯୪ ବ୍ୟାଚର IAS ରଞ୍ଜନା ଚୋପ୍ରା ସଂସ୍କୃତି ମନ୍ତ୍ରାଳୟର ସ୍ବତନ୍ତ୍ର ସଚିବ ଏବଂ ଫାଇନାନ୍ସିଆଲ୍ ଆଡଭାଇଜର ଭାବେ ନିଯୁକ୍ତ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: ଟ୍ୱିନସିଟିରେ ପ୍ରବଳ ବର୍ଷା; ଜମିଲା ପାଣି, ଯାତାୟତ ବାଧାପ୍ରାପ୍ତ

IAS Officer IAS Reshuffle
Advertisment
Advertisment