Advertisment

PM Modi's Key Security Meet: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବଡ଼ ବୈଠକ; ପ୍ରତିରକ୍ଷା ମନ୍ତ୍ରୀ, NSA, ସିଡିଏସ୍‌ ଉପସ୍ଥିତ

ପିଏମ୍ ମୋଦିଙ୍କ ବାସଭବନରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ । ସୁରକ୍ଷା ଏଜେନ୍ସିର ସମସ୍ତ ଟପ୍ ଅଫିସିଆଲଙ୍କ ଉପସ୍ଥିତିରେ ବୈଠକ ଚାଲିଛି । ପହଲଗାମ୍ ହମଲା ପରେ ଏହା ହେଉଛି ସବୁଠୁ ବଡ଼ ବୈଠକ ।

author-image
Namita Biswal
ଅଦ୍ୟତନ ହୋଇଛି
PM Modi's Key Security Meet

PM Modi's Key Security Meet

ପାକିସ୍ତାନ ସହ ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ବସିଛି ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ । ଏଥିରେ ପ୍ରତିରକ୍ଷା ମନ୍ତ୍ରୀ, NSA ଅଜିତ୍ ଡୋଭାଲ, ସିଡିଏସ୍‌ NSA ଅଜିତ ଡୋଭାଲ, ସିଡିଏସ୍ ଜେନେରାଲ୍ ଅନୀଲ ଚୌହ୍ବାନ ଉପସ୍ଥିତ ଅଛନ୍ତି । ୩ ସେନାର ମୁଖ୍ୟ ମଧ୍ୟ ବୈଠକରେ ଉପସ୍ଥିତ ରହିଛନ୍ତି । ପହଲଗାମ୍ ହମଲା ପରେ ଏହା ହେଉଛି ସବୁଠୁ ବଡ଼ ବୈଠକ । ଯେଉଁଥିରେ ସୁରକ୍ଷା ଏଜେନ୍ସିର ସମସ୍ତ ଶୀର୍ଷ ଅଧିକାରୀ ଉପସ୍ଥିତ ଅଛନ୍ତି ।

Advertisment

ପହଲଗାମ୍ ଆକ୍ରମଣ ପରେ ଆଜି ପ୍ରଥମ ଥର ପାଇଁ ୩ ସେନା ମୁଖ୍ୟଙ୍କ ସହ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ବୈଠକରେ ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ହୋଇଥିବା ସୂଚନା ମିଳୁଛି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ ବୈଠକ ବସିବାକୁ ଯାଉଛି । ତା'ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ, NSA, CDS ଓ ୩ ସେନା ମୁଖ୍ୟଙ୍କ ସହ ପିଏମ୍ ମୋଦିଙ୍କ ବୈଠକକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହି ଉଚ୍ଚସ୍ତରୀୟ ବୈଠକରେ କିଛି ଗୋଟେ ବଡ଼ ନିର୍ଣ୍ଣ ଆସିପାରେ । 

ଅଧିକ ପଢନ୍ତୁ: କାଶ୍ମୀରରେ ଆତଙ୍କୀ ଆକ୍ରମଣର ପୁରୁଣା ଇତିହାସ, ଘାଟିକୁ ଅଶାନ୍ତ କରୁଛି ପାକିସ୍ତାନ

Advertisment

ପାକିସ୍ତାନ ପ୍ରାୟୋଜିତ ପହଲଗାମ୍‌ ଆତଙ୍କୀ ହମ୍‌ଲାକୁ ନେଇ ଦୁଇ ଦେଶ ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି । ଭାରତର ବଡ଼ ଆକ୍ସନ ପରେ ଯୁଦ୍ଧ ଭଳି ସ୍ଥିତି ଉପୁଜିଛି । ସୀମାରେ ମଧ୍ୟ ଫାୟାରିଂ ଜାରି ରହିଛି । ଏଥର ପାକିସ୍ତାନକୁ ଉଚିତ୍ ଜବାବ ଦେବାକୁ ଭାରତ ସରକାର ଘନ ଘନ ବୈଠକ ସହ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ଏବେ କେବଳ ଆକ୍ସନକୁ ଅନାଇ ବସିଛି ସାରା ଦେଶ ।

PM Modi Cabinet Meeting NSA Ajit Doval Pahalgam Terrorist Attack
Advertisment
Advertisment