/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744613927.jpg)
Father Murdered by Son
ଅଶାନ୍ତ ହୋଇପଡିଛି ସ୍ମାର୍ଟସିଟି ରାଉରକେଲା । ଗତ ପାଞ୍ଚ ଦିନରେ ପାଞ୍ଚଟି ମୁଣ୍ଡ ଗଡାଇ ପୋଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି ଅପରାଧୀ । ରାଉରକେଲାରେ ପୁଣି ଗଡ଼ିଲା ମୁଣ୍ଡ। ବାପାକୁ ହତ୍ୟା କଲା ପୁଅ। ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଭାଲୁପାତ୍ର ଅଞ୍ଚଳରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ବିଷ୍ଣୁ ବର୍ମା ବାପା କାର୍ତ୍ତୀ କୁମାର ବର୍ମାଙ୍କୁ ହତ୍ୟା କରିଛି।
ଘଟଣା ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ବିଷ୍ଣୁ ନିଜ ମାଆ ହତ୍ୟାର ବଦଲା ନେଇଛି। ଗତ କିଛି ବର୍ଷ ତଳେ ବିଷ୍ଣୁଙ୍କ ମାଆଙ୍କୁ ହତ୍ୟା ଅଭିଯୋଗରେ ବାପା ଜେଲ୍ ଯାଇ ଫେରିଥିଲେ। ଗତବର୍ଷ ଡିସେମ୍ବର ମାସରେ ଗାଁକୁ ଫେରିବା ପରେ ପୁଅକୁ ଅତ୍ୟାଚାର କରିଥିଲା। ଏଥିରେ ଅତିଷ୍ଠ ହୋଇ ପୁଅ ଆଜି ବାପାକୁ ହତ୍ୟା କରିଥିବା ପୋଲିସ୍ କହିଛି। ଅଭିଯୁକ୍ତ ପୁଅକୁ ଅଟକ ରଖି ତଦନ୍ତ କରୁଛି ପୋଲିସ୍। ଗଲା ୫ ଦିନ ଧରି ରାଉରକେଲାରେ ୫ଟି ହତ୍ୟା ମାମଲା ସାମ୍ନାକୁ ଆସିଲାଣି।
ଅଧିକ ପଢ଼ନ୍ତୁ: ମାଆ କୋଳରୁ ଶିଶୁ ପୁତ୍ରକୁ ଝାମ୍ପିନେଲେ, ଖୋଦ୍ ରାଜଧାନୀରେ
ତେବେ ଗତକାଲି ରଘୁନାଥପାଲି ଥାନା ଏସଆଇଟି ଛକ ପାଖ ରେଲୱେ ଓଭରବ୍ରିଜ ପାଖରେ ଅମ୍ରିତ ମହାକୁଡଙ୍କୁ ହତ୍ୟା କରାଯାଇଥିଲା । ନିଜ ସାଙ୍ଗ ହିଁ ଅମିତଙ୍କ ବେକ କାଟି ହତ୍ୟା କରିଥିଲା । ୧୨ ଏପ୍ରିଲ ଉଦିତନଗର ଥାନା ଅଞ୍ଚଳର ମାଲଗୋଦାମର ଅଞ୍ଚଳରେ ମଧ୍ୟ ଭୋଳା ସିଂ ନାମକ ଯୁବକଙ୍କୁ ହୋଇଥିଲା ମର୍ଡର । ଏଠି ବି ନିଜ ବନ୍ଧୁ ସାଜିଥିଲା ବଇରୀ ।
ସାମାନ୍ୟ ବଚସା ପରେ ମଦ୍ୟପାନ କରି ଭୋଳାଙ୍କୁ ଏକ ପେଚକସରେ ଭୁଷି ହତ୍ୟା କରିଥିଲା ସାଙ୍ଗ । ଏପ୍ରିଲ ୯ ତାରିଖରେ ପ୍ଲାଣ୍ଟ ସାଇଡ ଥାନା ଗାନ୍ଧିରୋଡରେ ନିଶାଗସ୍ତ ଅବସ୍ଥାରେ ନିଜ ସାଙ୍ଗର ବେକ କାଟିଥିଲା ଜଣେ ଅଭିଯୁକ୍ତ । ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେପଟେ ସେହି ୯ ତାରିଖରେ ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଛେଣ୍ଡ ଥାନା ଅଞ୍ଚଳରେ ମୁକେଶ କର ନାମକ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)