ରାଜ୍ୟର ଫିଲ୍ମ ହଲର ସ୍ଥିତିକୁ ନେଇ କିଛି ତଥ୍ୟ ହୋସ୍ ଉଡ଼ାଇ ଦେଲାଭଳି। ଗଲା ୧୦ ବର୍ଷରେ ବିଭିନ୍ନ କାରଣରୁ ବନ୍ଦ ହୋଇଯାଇଛି ୪୦ଟି ହଲ୍, ବଞ୍ଚିଛି ମାତ୍ର ୫୨ଟି ।
ଟ୍ବିନସିଟିରେ ଗତ ୩ ଦିନ ଭିତରେ ୨ଟି ଲୁଟ୍ ଅଭିଯୋଗ । ମାଲିକ ନଥିବା ଜାଣି ଚନ୍ଦକା ଆକ୍ରୋପଲିସରେ ଲୁଟପାଟ୍ । ଚନ୍ଦକା ଆକ୍ରୋପଲିସର ଏକ ଫ୍ଲାଟରୁ ୫୦ ଭରି ସୁନା ଗହଣା ଲୁଟ୍ ।
ରତ୍ନଭଣ୍ଡାରର ସମ୍ମୁଖ ଦ୍ବାରକୁ ସୁନା ଛାଉଣୀ କରିବା ପ୍ରସ୍ତାବ । ହୁଣ୍ଡିରେ ଗଚ୍ଛିତ ସୁନା ରୁପାକୁ ଉପଯୋଗ କରିବାକୁ ଅନୁରୋଧ ।
ଟାଟାଷ୍ଟିଲ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚରେ ବାଜି ମାରିନେଲେ ରାଜନେତା। ଫାଇନାଲରେ ଅଫିସର ଟିମ୍ଙ୍କୁ ହରାଇ ଚାମ୍ପିୟନ ହୋଇଛି ଲିଡ଼ର୍ସ ଟିମ ।
ଆପଣ ବାଟରେ ଥିବା ଜୁସ୍ ଦୋକାନରୁ କେବେ ପିଇଛନ୍ତି କି ? ଯଦି ଏମିତି ପିଉଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ ଜୁସ୍ରେ ଜଣେ ଦୋକାନୀ ମିଶାଉଛନ୍ତି ପରିସ୍ରା ।
ବଲାଙ୍ଗିର ଟିଟିଲାଗଡ଼ ଥାନା ମନି ଗାଁର ସିଏସସି କର୍ମଚାରୀ ଆକାଶ ସାହୁ ସୁଭଦ୍ରା ଫର୍ମ ପୂରଣ କରିବାକୁ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା।
ବ୍ରଜରାଜନଗରରେ ପହଞ୍ଚି ସେ ପ୍ରଥମେ ରାମଚଣ୍ଡୀ ମନ୍ଦିର ଓ ପରେ ଦୁର୍ଗା ମନ୍ଦିରକୁ ଯାଇ ମା' ଙ୍କ ଦର୍ଶନ କରିଥିଲେ। ପରେ ଦଳର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ।
କୋଲକାତା ଅଭୟାକାଣ୍ଡକୁ ନେଇ ଧାରଣାରେ ଥିବା ଜୁନିୟର୍ ଡାକ୍ତରଙ୍କୁ ଯାଇ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ବଢ଼ୁଛି ପଞ୍ଜୀକରଣ । ବର୍ତ୍ତମାନ ସୁଦ୍ଧା ୫୦ ଲକ୍ଷରୁ ଅଧିକ କଲେଣି ଫର୍ମ ଦାଖଲ । ଆସନ୍ତା ୧୭ରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ ବାସଭବନକୁ ଆସିଛି ନୂଆ ଅତିଥି। ପ୍ରଧାନମନ୍ତ୍ରୀଙ୍କ ୭-ଲୋକ କଲ୍ୟାଣ ମାର୍ଗ ବାସଭବନରେ ବାଛୁରୀ ଜନ୍ମ ହୋଇଛି।
ଅଗ୍ନିବୀରଙ୍କୁ ନେଇ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ରାଜ୍ୟ ୟୁନିଫର୍ମ ସର୍ଭିସରେ ୧୦% ସ୍ଥାନ ସଂରକ୍ଷଣକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର ।
୭୦ ବର୍ଷରୁ ଅଧିକ ସମସ୍ତଙ୍କୁ ମିଳିବ ଆୟୁଷ୍ମାନ ଭାରତ ଯୋଜନାର (AB PM-JAY) ଲାଭ । ତେବେ ଏହି ଯୋଜନା କଣ ? କେମିତି ପାଇବେ ଲାଭ ? ଆସନ୍ତୁ ଜାଣିବା...
ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏହାର ଉତ୍ପାଦନ ଏବଂ ବିତରଣ ଲାଇସେନ୍ସକୁ ବାତିଲ କରିଛି ଡିସିଜିଆଇ।
ଏଣିକି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ତାଙ୍କ ଉପରେ ନିର୍ଭର କରୁଥିବା ବିବାହିତ ଝିଅ ଓ ସାବତ ଝିଅଙ୍କୁ ମଧ୍ୟ ଅନୁକଂପାମୂଳକ ନିଯୁକ୍ତି ମିଳିବ।
ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାର ଲାଭ ପାଇବା ପାଇଁ ଜଣେ ଆଦିବାସୀ ଯୁବକ ନିଜ ପତ୍ନୀଙ୍କ ସୁନା ବନ୍ଧା ପକାଇ ସେଥିରେ ଗୋଟିଏ ମୋବାଇଲ୍ କିଣିଛନ୍ତି ।
ଗତ ନିର୍ବାଚନ ବେଳେ ଆସନ ଅଦବଦଳ ନେଇ ଉମା ଓ ସଂଜୟଙ୍କ ମଧ୍ୟରେ ବିବାଦ ରହିଥିଲା ।
ଆରଜି କର ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଥମୁନି ପ୍ରତିବାଦର ନିଆଁ । ସ୍ବାସ୍ଥ୍ୟ ଭବନ ଆଗରେ ଆନ୍ଦୋଳନ ଜାରି ରଖିଛନ୍ତି ଜୁନିଅର ଡାକ୍ତର।
ଭୁବନେଶ୍ବରର ୨ ଜନସେବା କେନ୍ଦ୍ର କର୍ମଚାରୀଙ୍କୁ ଗିରଫ କଲା ପୋଲିସ । ସୁଭଦ୍ରା ଯୋଜନାରେ ଫର୍ମ ଆଣିବା କିମ୍ବା ଆବେଦନ ସମ୍ପୂର୍ଣ୍ଣ ମାଗଣାରେ କରାଯାଉଥିବାବେଳେ ୨ ଜନସେବା କେନ୍ଦ୍ରର କର୍ମଚାରୀ ଅର୍ଥ ଦାବି କରିଥିଲେ।
କାଲିଠୁ ଦୁଇ ଦିନ ବର୍ଷିବ । ମିଆଁମାର ପାଖାପାଖି ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି ।
ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ କରି ବନ୍ଦ ପାଳନ କରୁଛି ଚକଧର ସମନ୍ବୟ ସମିତି। ସମିତି ପକ୍ଷରୁ ୪୯ନଂ ଜଗମୋହନପୁର ଠାରେ ରାସ୍ତା ଅବରୋଧ କରାଯାଇଛି ।