Advertisment

Conflict in Jatra Industry: ଯାତ୍ରାରେ କଳିରେ ପଡୁନି ଯବନିକା; ମୁହାଁମୁହିଁ ହେଉଛନ୍ତି ଅଭିନେତା-ମାଲିକ।...

ଆକ୍ଷେପ, ପ୍ରତିଆକ୍ଷେପ... ଜବାବ...ପ୍ରତି ଜବାବ...ଜଲିଉଡରେ ବହୁଥିବା ଝଡ଼ ଭିତରେ କ୍ରମାଗତ ମୁହାଁମୁହିଁ ହେଉଛନ୍ତି ଅଭିନେତା ଏବଂ ମାଲିକ। ଅଭିନେତା ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ବ୍ୟାନ୍ ଉଠାଇବା ଏବଂ ନ୍ୟାୟ ଦାବିରେ ଯାତ୍ରା କଳାକାର ସଂଘର ଉପଦେଷ୍ଟା ବାପି ପଣ୍ଡା ଅଟଳ...

author-image
Sujit kumar Swain
ଅଦ୍ୟତନ ହୋଇଛି
Conflict in Jatra Industry

Conflict in Jatra Industry

ମଞ୍ଚ ବାହାରେ ଯାତ୍ରା କଳାକାର ଏବଂ ମାଲିକଙ୍କ ମଧ୍ୟରେ ଥମୁନି ତୁତୁ ମେ ମେ। ତୀବ୍ର ହେଉଛି ବାକ୍ ଯୁଦ୍ଧ। ବ୍ୟକ୍ତିଗତ ସ୍ତରକୁ ଆସି ଆକ୍ଷେପ-ପ୍ରତିଆକ୍ଷେପ ସହ ପରସ୍ପରକୁ ଚେତାବନୀ ଶୁଣାଉଛନ୍ତି ଖୁଲମଖୁଲ୍ଲା। ଅଭିନେତା ବାପି ପଣ୍ଡା ହୁଅନ୍ତୁ ଅବା ମାଲିକ ପବିତ୍ର ପାତ୍ର କିମ୍ବା ପରିଚାଳକ ଜଗତ ଜୀବନ ପଣ୍ଡା। ଜଲିଉଡରେ ବହୁଥିବା ଝଡ଼ ପ୍ରସଙ୍ଗରେ କେହି କାହାକୁ ଛାଡ଼ିବା ମୁଡରେ ନାହାଁନ୍ତି। ଏସବୁ ଭିତରେ ଅଭିନେତା ନରି ଓ ପ୍ରତାପଙ୍କ ଉପରୁ ବୟକଟ୍ ଉଠାଇବା ପାଇଁ ମାଲିକ ସଂଘ ନିଷ୍ପତ୍ତି ସଂପର୍କରେ ସଂଘର ଉପସଭାପତି ପବିତ୍ର ପାତ୍ର ସୂଚନା ଦେବା ପରେ ଆଗକୁ ଯାତ୍ରା କଳିରେ ଯବନିକା ପଡ଼ିବ ନା ବିବାଦ ଘନେଇବ, ସେନେଇ ବଢ଼ଛି ଚର୍ଚ୍ଚା।

Advertisment

ଆକ୍ଷେପ, ପ୍ରତିଆକ୍ଷେପ... ଜବାବ...ପ୍ରତି ଜବାବ...ଜଲିଉଡରେ ବହୁଥିବା ଝଡ଼ ଭିତରେ କ୍ରମାଗତ ମୁହାଁମୁହିଁ ହେଉଛନ୍ତି ଅଭିନେତା ଏବଂ ମାଲିକ। ଅଭିନେତା ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ବ୍ୟାନ୍ ଉଠାଇବା ଏବଂ ନ୍ୟାୟ ଦାବିରେ ଯାତ୍ରା କଳାକାର ସଂଘର ଉପଦେଷ୍ଟା ବାପି ପଣ୍ଡା ଅଟଳ...ତେଣେ ମାଲିକ ସଂଘର ଜିଦ୍, ପ୍ରଥମେ କ୍ଷମା ମାଗନ୍ତୁ ନରି ଏବଂ ପ୍ରତାପ...ଉଭୟ ପକ୍ଷର ଜିଦ୍ ଭିତରେ ବଢ଼ି ଚାଲିଛି ତିକ୍ତତା। ମୁହାଁମୁହିଁ ହେଉଛନ୍ତି କଳାକାର ଏବଂ ମାଲିକ ସଂଘ। ଏହି ବିବାଦର ନିଆଁ ଭିତରକୁ ଆଜି ଲମ୍ଫ ମାରିଛନ୍ତି ପାର୍ବତୀ ଗଣନାଟ୍ୟ ଏବଂ ରାଜଧାନୀ ଅପେରା ପାର୍ଟିର ପରିଚାଳକ ଜଗତଜୀବନ ପଣ୍ଡା। ମାଲିକ ସଂଘର ଉପସଭାପତି ପବିତ୍ର ପାତ୍ରଙ୍କୁ ଗତକାଲି ଅପମାନିତ କରିଥିବା ବାପି ପଣ୍ଡା କ୍ଷମା ନମାଗିଲେ ଆସନ୍ତାକାଲି ରଙ୍ଗ ପାଉଡର ମାରିବା ସ୍ବପ୍ନ ହୋଇଯିବ ବୋଲି କହିଛନ୍ତି। ତା’ସହ କହିଛନ୍ତି ମାଲିକଙ୍କୁ ନେଇ କଳାକାର। ଯଦି ମାଲିକ ନଥିବେ, କଳାକାର କ’ଣ କରିବେ ବୋଲି ପ୍ରଶ୍ନ ଉଠାଇଛନ୍ତି। ଜବାବରେ ବାପି ପଣ୍ଡା ଜଗତଜୀବନଙ୍କୁ ପାଲଟା ଆକ୍ଷେପ କରି ଉଭୟ ପାର୍ଟିର ମାଲିକ ଓ ପରିଚାଳକ କେହି ଠିକ୍ ନୁହଁନ୍ତି ବୋଲି କହିଛନ୍ତି।

ଅଧିକ ପଢ଼ନ୍ତୁ: 'ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ହଟିବ ବୟକଟ୍'

ଏହି କଳି ଏତିକିରେ ସରିନି। ଯାତ୍ରା ବନ୍ଦର ଧମକ ଦେଇଥିବା ବାପି ପଣ୍ଡାଙ୍କୁ ଆଜି ଘେରିଛନ୍ତି ଅନ୍ୟ ଜଣେ କଳାକାର ମନୋଜ ବରାଳ। କହିଛନ୍ତି, ବାପି ପଣ୍ଡା ଆମ ବାପା ବୟସର। ଯିଏ ସଠିକ ବାଟ ଦେଖାଇବା ବଦଳରେ ଯାତ୍ରା ବନ୍ଦର ଧମକ ଦେଇ କଳାକାରଙ୍କ ପେଟରେ ଲାତ ମାରୁଛନ୍ତି। ଏହାର ଜବାବରେ ବାପି ପଣ୍ଡା ମନୋଜଙ୍କୁ ପବିତ୍ର ପାତ୍ରଙ୍କ ଚାମଚା ବୋଲି ଆକ୍ଷେପ କରିଛନ୍ତି।

Advertisment

ଏପଟେ ଜାରି ରହିଥିବା ବିବାଦ ଭିତରେ ବଡ଼ ମନ୍ତବ୍ୟ ଦେଇଛନ୍ତି ଯାତ୍ରାପାର୍ଟି ମାଲିକ ସଂଘର ଉପସଭାପତି ପବିତ୍ର ପାତ୍ର। କହିଛନ୍ତି, ନରି ଓ ପ୍ରତାପଙ୍କ ଉପରୁ ବୟକଟ୍ ହଟିବ। ଆମେ ସେମାନଙ୍କୁ କୋଳେଇ ଆଣିବୁ।

ଗୋଟିଏ ପଟେ କଳାକାର ସଂଘର ନ୍ୟାୟ ଦାବି, ଅନ୍ୟପଟେ କଳାକାରଙ୍କ ଆଚରଣ ବିରୋଧରେ ମାଲିକଙ୍କ ନାଲି ଆଖି। ଏହି ବାଦବିବାଦ ଭିତରେ ଖୁବଶୀଘ୍ର ମାଲିକ ସଂଘର ଏକ ବୈଠକ ବସୁଥିବା ସୂଚନା ମିଳିଛି। ବୈଠକରେ କି ନିର୍ଯାସ ସାମ୍ନାକୁ ଆସୁଛି, ତାହା ହିଁ ନିର୍ଭର କରୁଛି, ଯାତ୍ରା କଳିର ଯବନିକା ଉପରେ।

ଅଧିକ ପଢ଼ନ୍ତୁ: ଜଲିଉଡରେ ଥମୁନି ପାର୍ଟି ଡିଆଁ ବିବାଦ, ନ୍ୟାୟ ଅପେକ୍ଷାରେ ନରି ପଣ୍ଡା

Odia Jatra Jatra Artist Jollywood Actors Bapi Panda Odia Jatra Jollywood Updates Jatra Party Jollywood
Advertisment
Advertisment