/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744618171.jpg)
Dry Mahanadi River
ଶୁଖିଲା ପଡିଛି ମହାନଦୀର ଧାର। ଯୁଆଡେ ଚାହିଁବ, ସିଆଡେ ଖାଲି ବାଲି ଆଉ ପଥର। ସେପଟେ ଯୋରର ଅବସ୍ଥା ବି ସମାନ। ସବୁଆଡେ ଖାଲି ବାଲି ଆଉ ବାଲି। ଏବେ ସବୁ ଚାଷ ଜମି ପାଣି ଅଭାବରୁ ଫାଟି ଗଲାଣି। ଆଉ ଶୁଖି ପାଳ ହୋଇଗଲାଣି ଧାନ ଗଛ। ଏ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବିଜେପୁର ଗାଁର।
ବିଜେପୁର ଗାଁର ଗୋଟିଏ ପଟେ ମହାନଦୀ ଥିବାବେଳେ ଅନ୍ୟପଟେ ବହିଯାଇଛି କୁଳଥିଆ ଯୋର। ଏହା ଉପରେ ଭରଷା କରି ସବୁବର୍ଷ ଭଳି ଚଳିତବର୍ଷ ଡାଳୁଅ ଧାନ କରିଥିଲେ ଚାଷୀ। ହେଲେ ଏ ବର୍ଷ ଉଭୟ ମହାନଦୀ ଓ କୁଳଥିଆ ଯୋର ଶୁଖିଲା ପଡିଥିବାରୁ ଉଜୁଡି ଯାଇଛି ଡାଳୁଅ ଧାନ । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ।
ଅଧିକ ପଢ଼ନ୍ତୁ: ସାବାସ୍ ଶୁଭଶ୍ରୀ...ବାପାଙ୍କ ଦୁଃଖ ଦୂରେଇବା ପାଇଁ ଝିଅ କରୁଛି ସଂଘର୍ଷ...
ଉଭୟ ମହାନଦୀ ଓ କୁଳଥିଆ ଯୋର ବିଜେପୁର ଗାଁକୁ ଘେରି ରହିଥିବାରୁ ଏଠାରେ ରହିଛି ୩ଟି ଉଠା ଜଳସେଚନ ପ୍ରକଳ୍ପ। ଏହା ଉପରେ ଭରସା କରି ପାଖାପାଖି ୧୫୦ ଏକରରୁ ଅଧିକ ଜମିରେ ଡାଳୁଅ ଧାନ ଚାଷ ହୋଇଥିଲା । ତେବେ ଖରା ବଢିବା ସାଙ୍ଗକୁ ଉଭୟ ନଦୀ ଓ ଯୋର ଶୁଖିଯାଇଥିବାରୁ ଉଠା ଜଳସେଚନ ପ୍ରକଳ୍ପ ଫେଲ୍ ହୋଇଯାଇଛି। ଫଳରେ ବିଜେପୁର ଗାଁର ୫୦ ଏକରରୁ ଅଧିକ ଜମିର ଧାନ ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଛି। କେବଳ ବିଜେପୁର ନୁହେଁ ମହାନଦୀର କୂଳେ ଥିବା ଅନେକ ଗାଁର ଅବସ୍ଥା ଏମିତି।
ତୁରନ୍ତ ଉଠା ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ସହ ଡାଳୁଅ ଧାନ କ୍ଷୟକ୍ଷତିର ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)