• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ପାଠ ପଢିବା ବୟସରେ ଚାଲିଗଲା ଜୀବନ । ଟିକେ ଖୁସି ପାଇଁ ସବୁ କିଛି ହୋଇଗଲା ଛାରଖାର। କେନ୍ଦୁଝର ଚମ୍ପୁଆ ଥାନା ସରେଇ ଗାଁ ନିକଟ କେଶରୀକୁଣ୍ଡ ବୈତରଣୀ ନଦୀରେ ଅଘଟଣ । ଆଠ ଜଣ ସାଙ୍ଗହୋଇ ନଦୀକୁ ଗାଧେଇ ବାକୁ ଯାଇଥିବାବେଳେ ଦୁଇ ଛାତ୍ର ପାଣିରେ ବୁଡ଼ି ଯାଇଥିଲେ । ପରେ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଛି । 

ମୃତକ ମଧ୍ୟରୁ ଜଣେ ଚମ୍ପୁଆ କେରଲା ଇଂଲିଶ ମିଡିୟମ ସ୍କୁଲର ୧୦ମ ଶ୍ରେଣୀ ଛାତ୍ର ନୀତିଶ ପୋଦାର । ଅନ୍ୟ ଜଣେ ଅନ୍ୟଜଣେ ବଡବିଲର ପ୍ରିତମ ମହାନ୍ତ ।

Also Read

ଅଧିକ ପଢ଼ନ୍ତୁ: ଆଶ୍ଚର୍ଯ୍ୟ.. ଦୁର୍ଘଟଣାଗ୍ରସ୍ତ କାର୍‌ରୁ ମିଳିଲା ସୁନା, ରୁପା ସହ ବିଡ଼ା ବିଡ଼ା ନୋଟ୍

ସୂଚନା ଅନୁସାରେ ଏମାନେ ଚମ୍ପୁଆ ରାମଲା ସ୍ଥିତ ଏକ  ମେସରେ ରହି ପାଠ ପଢୁଥିଲେ । ଆଜି ଗୁଡ୍ ଫ୍ରାଇଡେ ପାଇଁ ସ୍କୁଲ ଛୁଟି ରହିଥିବାବେଳେ ଏମାନେ ସାଙ୍ଗହୋଇ କେଶାରୀକୁଣ୍ଡ ଯାଇଥିଲେ । ତେବେ ସେଠାରେ ବୈତରଣୀରେ ଗାଧୋଇବାବେଳେ ଏଭଳି ଦୁଃଖଦ ଘଟଣା ଘଟିଛି । ତେବେ ୩ ଜଣ ସାଙ୍ଗ ପାଣିରେ ବୁଡ଼ି ଯାଇଥିଲେ। ଜଣେ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିଲେ । ତାଙ୍କୁ ଅନ୍ୟ ସାଙ୍ଗମାନେ ଉଦ୍ଧାର କରିଥିଲେ । ପରେ ଅନ୍ୟ ଦୁଇଜଣଙ୍କୁ ଉଦ୍ଧାର କରି ଚମ୍ପୁଆ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇବା ପରେ ପରିବାର ଲୋକ ଚମ୍ପୁଆ ଡାକ୍ତର ଖାନାରେ ପହଞ୍ଚି ଥବା ବେଳେ ଡାକ୍ତରଖାନା ପରିସରରେ ଶୋକାକୂଳ ପରିବେଶ ସୣଷ୍ଟି ହେଇଛି ।

ତେବେ ଏଠି ପ୍ରଶ୍ନ, ବୈତରଣୀ ନଦୀରେ ପୂର୍ବରୁ ଏମିତି ଅଘଟଣ ଘଟିଥିଲେ ମଧ୍ୟ କେମିତି ପିଲା ସେଠାକୁ ଗଲେ ?