Advertisment

OTV Celebrates 28 Years: OTV@29; ୨୮ ପୂରି ୨୯ ବର୍ଷରେ ପାଦ ଥାପିଲା ଓଟିଭି...

ଟେଲିଭିଜନ୍ ପରଦାରେ ଓଡ଼ିଆ ଖବର ପ୍ରସାରଣର ନୂଆ ଯୁଗ ଆରମ୍ଭ କରିଥିବା ଆପଣଙ୍କ ପ୍ରିୟ ଚ୍ୟାନେଲର ଜନ୍ମଦିନରେ, ଆସନ୍ତୁ ଜାଣିବା ଆରମ୍ଭରୁ ଏଯାବତ୍ ଓଟିଭିର ନିରବଚ୍ଛିନ୍ନ ଯାତ୍ରା ବିଷୟରେ...

author-image
Sujit kumar Swain
OTV Completes 28 Years

OTV Completes 28 Years

ବିଶ୍ବାସ, ଭରସା, ଦାୟିତ୍ବ। ହଁ, ଓଟିଭି ଉପରେ- ଆପଣମାନେ, ସାରା ଓଡ଼ିଶାବାସୀ ରଖିଥିବା ବିଶ୍ବାସ, ଭରସା ଓ କାନ୍ଧକୁ ଦେଇଥିବା ଦାୟିତ୍ବକୁ ଆଜି ପୂରିଛି ୨୮ ବର୍ଷ। ଟେଲିଭିଜନ୍ ପରଦାରେ ଓଡ଼ିଆ ଖବର ପ୍ରସାରଣର ନୂଆ ଯୁଗ ଆରମ୍ଭ କରିଥିବା ଆପଣଙ୍କ ପ୍ରିୟ ଚ୍ୟାନେଲର ଜନ୍ମଦିନରେ, ଆସନ୍ତୁ ଜାଣିବା ଆରମ୍ଭରୁ ଏଯାବତ୍ ଓଟିଭିର ନିରବଚ୍ଛିନ୍ନ ଯାତ୍ରା ବିଷୟରେ...

Advertisment

18 ଏପ୍ରିଲ୍ 1997ରେ ଆମରି ମାଟିରେ, ଆମରି ମାଟିର ନାଁ ନେଇ ଆରମ୍ଭ ହୁଏ ଖବର ପ୍ରସାରଣର ଏକ ନୂଆ ଯୁଗ, ନୂଆ ଆରମ୍ଭ। ଜନ୍ମ ନିଏ ଓଡ଼ିଶା ଟେଲିଭିଜନ୍-ଓଟିଭି। ସ୍ବଳ୍ପ ଭିତ୍ତିଭୂମି, ସୀମିତ ସମ୍ବଳ, ଆଉ ଅସୀମିତ ସମସ୍ୟାର ଭିଡ଼। ଏସବୁକୁ ଏଡ଼ାଇ ଧିରେ ଧିରେ ଆଗକୁ ବଢେ। ସ୍ବଛ, ନିରପେକ୍ଷ, ନିର୍ଭୀକତାର ଖବର ପ୍ରସାରଣର ଧାରାକୁ ବ୍ରତ କରି ବର୍ଷ ପରେ ବର୍ଷ ଅତିକ୍ରମ କରି ଚାଲେ ଓଟିଭି। ଓଡ଼ିଶାବାସୀଙ୍କ ସମସ୍ୟା ଓ ଓଡ଼ିଶାର ସ୍ବାର୍ଥକୁ ମୂଳମନ୍ତ୍ର କରି ଦାୟିତ୍ୱବାନ ଗଣମାଧ୍ୟମ ହିସାବରେ ଯେତିକି ଆଗକୁ ଯାଏ, କୋଟି କୋଟି ଓଡ଼ିଆଙ୍କ ସେତିକି ବିଶ୍ୱାସଭାଜନ ହୁଏ। ଆଉ ଧିରେ ଧିରେ ରାଜ୍ୟବାସୀଙ୍କ ସୁଖଦୁଃଖରେ, ଝଡ଼-ଝଞ୍ଜାରେ, ବଢ଼ି-ମରୁଡ଼ିରେ, ବାତ୍ୟାରେ, ଦୁର୍ବିପାକରେ ସହଭାଗି ହେବାର ଧାରା ଭିତରେ ଓଟିଭି ପାଲଟି ଯାଏ ଓଡ଼ିଶାବାସୀଙ୍କ ସ୍ବର, ସାହାରା ଓ ସାହସ। ପରେ ନ୍ୟୁଜ୍ ଚ୍ୟାନେଲର ଭିଡ଼ ଓ ପ୍ରତିଯୋଗିତା ଭିତରେ ନିଜ ମୂଳ ମନ୍ତ୍ରକୁ ନଭୁଲି ଉଚ୍ଚମାନର ମୂଲ୍ୟବୋଧ ଭିତ୍ତିକ ଖବର ପ୍ରସାରଣ ସହ ଓଡ଼ିଶା ଗଣମାଧ୍ୟମ ଦୁନିଆରେ ଆଣେ ବୈପ୍ଳବିକ ପରିବର୍ତ୍ତନ। ସମୟର ସଂଯୋଗକ୍ରମେ ଓଡ଼ିଶାର ମହାନ ଜନନାୟକ ବିଜୁ ବାବୁଙ୍କ ଅନ୍ତ୍ୟେଷ୍ଟିରୁ ହିଁ ଖବର ପ୍ରସାରଣର ସୁଯୋଗ ପାଏ ଏବଂ ବସ୍ତୁତଃ ଏଇଠୁ ହିଁ ଆଗକୁ ବଢ଼ିଚାଲେ ଓଟିଭିର ଯାତ୍ରା।

ଅଧିକ ପଢ଼ନ୍ତୁ: କିଟ୍ ଖବର ପ୍ରସାରଣ ନେଇ ଓଟିଭି ଉପରୁ ହଟିଲା ରୋକ୍

ଆଉ ପରେ ପରେ ସଂଧ୍ୟା ସମୟରେ ପ୍ରସାରିତ ପ୍ରଥମ ନ୍ୟୁଜ୍ ବୁଲେଟିନ୍- ପ୍ରତିଦିନ- ଆଜି ଯାଏଁ ବି ଓଡ଼ିଆଙ୍କ ଖବରର ପ୍ରାଣ, ହୃଦ ସ୍ପନ୍ଦନ...ଆଉ ୟା ଭିତରେ ସମାଜର ପ୍ରତିଟି କ୍ଷେତ୍ରର ଖବରକୁ ଓଟିଭି ଉପଯୁକ୍ତ ସ୍ଥାନ ଦେଇ ଆସିଛି, ଯାହା ସଠିକ୍, ଯାହା ଆପଣ ଚାହୁଁଛନ୍ତି, ଆପଣଙ୍କ ପାଇଁ, ଓଡ଼ିଶାର ସ୍ବାର୍ଥ ପାଇଁ ଯେଉଁଟା ଠିକ୍, ସେସବୁ ଦେଖାଇ ଚାଲିଛି।

Advertisment

1997ରେ ଜନ୍ମିତ ଓଟିଭି ୟା ଭିତରେ ଶିଶୁରୁ ଜୁଆନ୍ ହୋଇଛି। କେବୁଲରୁ ସାଟେଲାଇଟ୍, ସାଟେଲାଇଟରୁ ଡିଜିଟାଲ୍ । ଦୀର୍ଘ 28 ବର୍ଷର ଏ ଯାତ୍ରାରେ, ବହୁ ପରିବର୍ତ୍ତିତ ରୂପରେ ଦର୍ଶକଙ୍କ ନିକଟରେ ପହଞ୍ଚିଥିଲେ ନିଜ ମୌଳିକତାକୁ ଅକ୍ଷୁର୍ଣ୍ଣ ରଖି ରଖି ସତ ସହ ସାଲିସ ନକରିବାର ଧର୍ମକୁ ବଜାୟ ରଖିଛି, ପକ୍ଷପାତ ଖବରର ଭିଡ଼ରେ ନିଷ୍ପକ୍ଷ ଖବର ବାଢ଼ି ଚାଲିଛି ଓଟିଭି। ପାଲଟିଛି ଓଡିଆଙ୍କୁ ନେଇ ଓଡ଼ିଶାକୁ ନେଇ ଖବରର ପ୍ରଥମ ବିଶ୍ବାସଯୋଗ୍ୟ ପସନ୍ଦ।

Advertisment
Advertisment