ଓଟିଭିର ଟିଟିଲାଗଡ ପ୍ରତିନିଧି ଅବିନାଶ ନନ୍ଦଙ୍କୁ ଆକ୍ରମଣ, ଆଉ ଜଣେ ସାମ୍ବାଦିକ ସଂଜୟ ବେହେରାଙ୍କୁ ତଣ୍ଟିଚିପି ହତ୍ୟା କରିବାର ଉଦ୍ୟମ ମଧ୍ୟ କଲେ ।
ସମ୍ବଲପୁରରେ ମଣପୁରମ finance limited ଅଫିସରୁ ସୁନା ଓ ଟଙ୍କା ଲୁଟ ଘଟଣାରେ ଚୋରକୁ ଧରାଇଲେ ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର। ଏଭଳି ଏକ ପଦକ୍ଷେପ ନେଇଛି ପୋଲିସ।
ପୂର୍ବତନ ଶିଳ୍ପମନ୍ତ୍ରୀଙ୍କ ଛତ୍ରଛାୟାରେ ହଂସିତା ଓ ଅନୀଲ ଆରମ୍ଭ କରିଥିଲେ ତାଙ୍କର କଳା ସାମ୍ରାଜ୍ୟ। ସବୁ ଶିଳ୍ପ ସଂସ୍ଥା ଓ କର୍ପୋରେଟ ହାଉସ ଗୁଡିକରେ ତାଙ୍କର ଥିଲା ଅବାଧ ପ୍ରବେଶ। ତେବେ ହଂସିତାଙ୍କ ଲିଙ୍କ୍ରେ ଦୁଇ ପୂର୍ବତନ ମନ୍ତ୍ରୀ କିଏ ?
ବିଶାଲ ଦାସଙ୍କୁ ଛତିଶଗଡ଼ ସରେଇପାଲି ଥାନାରେ ଅଟକ ଘଟଣାକୁ ନେଇ ଆସିଲା ବଡ଼ ଅପଡେଟ୍ । ବିଶାଲ ଦାସ କାହିଁକି ଛତିଶଗଡ଼ ଯାଇଥିଲେ ତାକୁ ନେଇ ଉଠିଲା ପ୍ରଶ୍ନ। କିଛି ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଧରି କାହିଁକି ଯାଇଥିଲେ ଉଠିଲା ପ୍ରଶ୍ନ ।
ରସୁଲଗଡ଼-ବାଣୀବିହାର ଓଭରବ୍ରିଜ ଉପରେ ସହଦେବଙ୍କୁ ହତ୍ୟା ଘଟଣାରେ ଥିଲେ ସ୍ୱାମୀ ଲକ୍ଷ୍ମୀଧର ନାୟକ ଓ ସ୍ତ୍ରୀ ଲିପିକା ମୁଖ୍ୟ ଅଭିଯୁକ୍ତ । ଯାହାର ତଦନ୍ତ କରି ମଞ୍ଚେଶ୍ୱର ଥାନା ପୋଲିସ ଏବେ ଗୋଟିଏ ପରେ ଗୋଟିଏ ସତ୍ୟ ପଦାକୁ ଆଣୁଛି ।
ହାଇପ୍ରୋଫାଇଲ୍ କର୍ପୋରେଟ୍ ଦଲାଲ୍ ହଂସିତା ଅଭିଲିପ୍ସା ଉଡ଼ାଉଛନ୍ତି ହୋସ୍। ତାଙ୍କ ଠକ ସାମ୍ରାଜ୍ୟର ନେଟୱାର୍କରେ ନୂଆ ନୂଆ ଚେହେରାଙ୍କ ଆବିର୍ଭାବ। ପ୍ରଥମେ ଚର୍ଚ୍ଚା ହେଉଥିଲା କ୍ରାଇମ ପାର୍ଟନର ଅନୀଲ ମହାନ୍ତିଙ୍କ ନାଁ...ପରେ ସାମ୍ନାକୁ ଆସିଲେ କନ୍ଧମାଳ ବାଲିଗୁଡ଼ାର କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ...ଆଉ ଏବେ ସରୋଜ ସାହୁ।
ଅଧାରୁ ଆଉ ପାଠ ଛାଡ଼ୁନାହାନ୍ତି ବିଦ୍ୟାର୍ଥୀ। କେବଳ ୨୦୨୩-୨୪ ଶିକ୍ଷାବର୍ଷରେ ସ୍କୁଲକୁ ଆସିଛନ୍ତି ଲକ୍ଷେରୁ ଅଧିକ ଛାତ୍ରଛାତ୍ରୀ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ୟୁ-ଡାଇଜ୍ ପ୍ଲସ୍ ରିପୋର୍ଟରୁ ସାମ୍ନାକୁ ଆସିଛି ଏଭଳି ଚମକାଇଲା ଭଳି ତଥ୍ୟ।
ବିଶାଖାପାଟଣାରେ ଏନଟିପିସିର ଅତ୍ୟାଧୁନିକ ଗ୍ରୀନ ହାଇଡ୍ରୋଜେନ ହବ୍ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ସେଠାରୁ ଭୁବନେଶ୍ବର ଆସି ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆଜି ପ୍ରଧାନମନ୍ତ୍ରୀ ରାଜଭବନରେ ରାତ୍ରି ଯାପନ କରିବେ। ଆସନ୍ତାକାଲି ସକାଳେ ଜନତା ମୈଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ।
ରାମ ଜନ୍ମଭୂମି ପରିସରରୁ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଯୁବକ ଜଣକ ନିଜେ ପିନ୍ଧିଥିବା ଚଷମାରେ ଗୁପ୍ତ କ୍ୟାମେରା ଲଗାଇଥିଲେ, ଯାହା ମାଧ୍ୟମରେ ସେ ରାମ ମନ୍ଦିର ପରିସରରେ ବୁଲି ଫଟୋ କ୍ଲିକ୍ କରୁଥିଲେ ବୋଲି ଅଭିଯୋଗ ହୋଇଛି ।
ଚାଣକ୍ୟଙ୍କ ମତରେ ଅର୍ଥ ଉପାର୍ଜନ କରିବା ଯେତିକି କଠିନ ତା’ଠାରୁ ଅଧିକ କଠିନ ଏହାକୁ ସଠିକ ରୂପରେ ଖର୍ଚ୍ଚ କରିବା। ଅର୍ଥକୁ ସର୍ବଦା ଭାବିଚିନ୍ତି ସଠିକ ଦିଗରେ ଖର୍ଚ୍ଚ କଲେ ଧନହାନୀର ସମ୍ଭାବନା ହ୍ରାସ ପାଇଥାଏ।
ଠକେଇ ମାମଲାରେ ଦୋଷମୁକ୍ତ ପରେ ଆଜି ବର୍ଷିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ। କହିଲେ-ମୋତେ ଦଳରୁ ବହିଷ୍କାର କଲେ, ତାଙ୍କୁ ରାଜ୍ୟବାସୀ ବହିଷ୍କାର କଲେ। ଓଡ଼ିଆ ନୂଆ ବର୍ଷ ଆସୁଛି, ସବୁ ପାଞ୍ଜି ଖୋଲି ଦେବି କହି ଏମିତି ଟାର୍ଗେଟ୍ କରିଛନ୍ତି ବ୍ରହ୍ମପୁର ସାଂସଦ।
ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜଧାନୀର ୧୪ଟି ପ୍ରମୁଖ ଛକରେ ଲାଗିଛି ବିଭିନ୍ନ କଳାକୃତି। ଯାହା କି ଓଡ଼ିଶାର କଳା, ସଂସ୍କୃତି, ସହ ଐତିହ୍ୟ ଓ ଜ୍ଞାନ କୌଶଳର ବାର୍ତ୍ତା ବହନ କରୁଛି। ଆସନ୍ତୁ ନଜର ପକାଇବା କେଉଁ ଛକରେ କଣ ନିର୍ମାଣ କରାଯାଉଛି।
ଏୟାରପୋର୍ଟରେ ସ୍ବାଗତ ପରେ ବୁଲି ଯାଉଛନ୍ତି ପୁରୀ-କୋଣାର୍କ-ଚିଲିକା। ଅତିଥିଙ୍କୁ ଆକର୍ଷିତ ଲାଗି ମ୍ୟୁଜିୟମରୁ ମ୍ୟୁଜିକ୍ ଫାଉଣ୍ଟେନ୍ ଯାଏଁ ବ୍ୟବସ୍ଥା। ରାଜଧାନୀରେ ମନ କିଣୁଛି ଫେଷ୍ଟିଭାଲ ସାଙ୍ଗକୁ ଫ୍ଲାୱାର ସୋ।
ବାଜିଲା ଦିଲ୍ଲୀ ଭୋଟ୍ ବିଗୁଲ୍। ଫେବ୍ରୁଆରୀ ୫ରେ ଭୋଟ୍, ୮ରେ ଗଣତି। ତାରିଖ ଘୋଷଣା ପରେ ରାଜଧାନୀ ରାଜନୀତି ସରଗରମ ଲଢ଼େଇ ପାଇଁ ପ୍ରସ୍ତୁତ କହିଲେ ବିଜେପି-ଆପ୍ ଓ କଂଗ୍ରେସ।
ସମିତିସଭ୍ୟାରୁ କର୍ପୋରେଟ୍ ଦଲାଲ୍ କରୁଥିଲେ ହଂସିତା ଅଭିଲିପ୍ସା । ବଡ଼ବଡ଼ିଆଙ୍କ ନାଁରେ ଅନୀଲ ସହ ବିଛାଇଥିଲେ ଠକେଇ ଜାଲ। ଫିଟୁଛି ବଣ୍ଟି-ବବଲି ଯୋଡ଼ିଙ୍କ କଳାସାମ୍ରାଜ୍ୟର ଗୁମର।ଭୁବନେଶ୍ବର, ଦିଲ୍ଲୀ, ଝାଡ଼ଖଣ୍ଡ ରାଜ୍ୟର ୧୨ଟି ସ୍ଥାନରେ ଆୟକର ରେଡ୍।
୪୦ ତଳକୁ ଖସୁନି ଆଳୁ ଦର। ସୀମାରେ ପଶ୍ଚିମବଙ୍ଗ ଛାଡୁନି ଆଳୁ ଗାଡ଼ି। ୟୁପିରୁ ଆଣିଲେ ବାଧୁଛି ପରିବହନ ଖର୍ଚ୍ଚ । ପୂର୍ବ ସରକାରକୁ ଯୋଗାଣ ମନ୍ତ୍ରୀଙ୍କ ଦୋଷ ।
ସାତ ଦରିଆ ପାରି କରି ପ୍ରବାସୀ ଫେରୁଛନ୍ତି ଜନ୍ମମାଟି। କିଏ ୟୁରୋପରୁ ତ କିଏ ଆସିଛି ଅଷ୍ଟ୍ରେଲିଆରୁ। ଆମେରିକା ଏବଂ ମଧ୍ୟପ୍ରାଚ୍ୟରୁ ବି ବେଶ୍ ସରାଗରେ ଧାଇଁ ଆସିଛନ୍ତି ଓଡ଼ିଶା ମାଟିକୁ।
ନାଁ ହଂସିତା ଅଭିଲିପ୍ସା। ଏହି ନାଁ ଏବେ ଆଛା ଆଛାଙ୍କ ହଂସା ଉଡ଼ାଉଛି। ରାଜନେତାରୁ ଶିଳ୍ପପତି, ବ୍ୟବସାୟୀରୁ ଠିକାଦାର। କ୍ରାଇମ୍ ପାର୍ଟନର୍ ଅନୀଲ୍ ମହାନ୍ତି ସହ କ୍ୟାପିଟାଲରେ ରହି ହଂସିତା ଚୁନା ଲଗାଇବାର ଯେଉଁ ହାଇପ୍ରୋଫାଇଲ୍ ଗେମ୍ ଖେଳିଛନ୍ତି, ତାର ତନାଘନା ପରଠୁ ବଡ଼ବଡ଼ିଆଙ୍କ ଛାତି ଧଡ଼ପଡ଼।
ଦୁଇ ଦିନ ତଳେ ୪୦ ଥିଲା, ଆଜି ୪୫। କାଲି କେତେ ହେବ କହିହେଉନି। ବଜାରରେ ଆଳୁ ଦର ୪୦ ତଳକୁ ଖସିବାର ନାଁ ନେଉନି।
ବାଜିଲା ଦିଲ୍ଲୀ ଭୋଟ୍ ବିଗୁଲ। ଦେଶ ରାଜଧାନୀର ସମସ୍ତ ୭୦ ବିଧାନସଭା ଆସନରେ ଗୋଟିଏ ଦିନରେ ହେବ ମତଦାନ। ଆଜି ପ୍ରେସମିଟ୍ କରି ପୂରା କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର।