Advertisment

Boycott Lifted on Artistes: 'ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ହଟିବ ବୟକଟ୍'

ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ହଟିବ ବୟକଟ୍ । ଆମେ ସେମାନଙ୍କୁ କୋଳେଇ ଆଣିବୁ, ସମାଧାନ ହେବ ଯାତ୍ରାର ସମସ୍ତ ବିବାଦ । ଏଭଳି କହିଛନ୍ତି ଯାତ୍ରା ମାଲିକ ସଂଘ ଉପସଭାପତି ପବିତ୍ର ପାତ୍ର ।

author-image
Sujit kumar Swain
ଅଦ୍ୟତନ ହୋଇଛି
Boycott Lifted on Artistes

Boycott Lifted on Artistes

ପୁଣି ଯାତ୍ରାକୁ ନେଇ ଆସିଲା ବଡ଼ ଖବର । ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ହଟିବ ବୟକଟ୍ । ଆମେ ସେମାନଙ୍କୁ କୋଳେଇ ଆଣିବୁ, ସମାଧାନ ହେବ ଯାତ୍ରାର ସମସ୍ତ ବିବାଦ । କଳାକାରଙ୍କ ପାଟିରେ ବାଡ଼ବତା ରହୁ, ସମସ୍ତଙ୍କୁ ସମ୍ମାନ ଦିଅନ୍ତୁ । ଏଭଳି କହିଛନ୍ତି ଯାତ୍ରା ମାଲିକ ସଂଘ ଉପସଭାପତି ପବିତ୍ର ପାତ୍ର । 

Advertisment

ଏପଟେ ଯାତ୍ରା ପାଲା ଥମିବା ବଦଳରେ ତେଜିବାରେ ଲାଗିଛି। ଯାତ୍ରା କଳାକାର ଓ ଯାତ୍ରା ମାଲିକ ପୁଣି ମୁହାଁମୁହିଁ ହୋଇଥିବା ବେଳେ ପାର୍ବତୀ ଓ ରାଜଧାନୀ ଗଣନାଟ୍ୟର ପରିଚାଳକ ସାମନାକୁ ଆସିଛନ୍ତି । କଳାକାରଙ୍କୁ ସିଧା ଦେଇଛନ୍ତି ଚେତାବନୀ। “ଆଜି କ୍ଷମା ନ ମାଗିଲେ ଆସନ୍ତାକାଲି ରଙ୍ଗ ପାଉଡର ମାରିବା ତାଙ୍କ ପାଇଁ ସ୍ୱପ୍ନ ହୋଇଯିବ।” ଏଭଳି ଢଙ୍ଗରେ ଯାତ୍ରା କର୍ମଚାରୀ କଳାକାର ସଂଘର ଉପଦେଷ୍ଟା ବାପି ପଣ୍ଡାଙ୍କୁ ଚେତାବନୀ ଦେଇଛନ୍ତି ସେ।

ଅଧିକ ପଢ଼ନ୍ତୁ: ଜଲିଉଡରେ ଥମୁନି ପାର୍ଟି ଡିଆଁ ବିବାଦ, ନ୍ୟାୟ ଅପେକ୍ଷାରେ ନରି ପଣ୍ଡା

ଗତକାଲି ବାପି ପଣ୍ଡା ପ୍ରଯୋଜକୁ ଅପମାନିତ କରିଥିବା ଅଭିଯୋଗ ଆଣିଛନ୍ତି ପାର୍ବତୀ ଗଣନାଟ୍ୟ ଓ ରାଜଧାନୀ ଅପେରା ପରିଚାଳକ ଜଗତ ଜୀବନ ପଣ୍ଡା। ତେଣୁ ସେ କ୍ଷମା ମାଗିବାକୁ ଦାବି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମାଲିକଙ୍କୁ ନେଇ କଳାକାର। ଯଦି ମାଲିକ ନ ଥିବେ କଳାକାର କ’ଣ କରିବେ ବୋଲି ପ୍ରଶ୍ନ ଉଠାଇବା ସହ ଓଡ଼ିଶାର ସଂସ୍କୃତି ଯାତ୍ରାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ସେ କହିଛନ୍ତି।

Advertisment

ବାପି ପଣ୍ଡାଙ୍କୁ ନେଇ ସଙ୍ଗୀନ କଥା ଉଠାଇଛନ୍ତି ଜଗତ ଜୀବନ ପଣ୍ଡା। ସେ କହିଛନ୍ତି, “ବାପି ପଣ୍ଡା ଯେତେବେଳେ ଯାତ୍ରା କର୍ମଚାରୀ କଳାକାର ସଂଘ କଲେ ଯାତ୍ରା ମାଲିକ ସଂଘର ଉପସଭାପତି ପବିତ୍ର ପାତ୍ର ତାଙ୍କୁ ଏକ ଲକ୍ଷ ଟଙ୍କା ଦେଇଥିଲେ। ସେ କହିଥିଲେ ସବୁ ବର୍ଗର ଲୋକଙ୍କୁ ନେଇ କଳାକାର ସଂଘ ଗଠନ କରିବ। ବାପି ପଣ୍ଡା କିନ୍ତୁ ହାତଗଣତି କିଛି କଳାକାରଙ୍କୁ ନେଇ ସଂଘ ଗଢିଥିଲେ।”

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ଯାତ୍ରା ଜଗତ କାହା ପୈତୃକ ସଂପତ୍ତି ନୁହେଁ। ଏହା ଓଡ଼ିଶା କଳାର ସଂସ୍କୃତି। କେତେ ବାପି ପଣ୍ଡା ଯିବେ, କେତେ ବାପି ପଣ୍ଡା ଆସିବେ।”

Jatra Party Jatra Artist Jollywood Jollywood Actors Odia Jatra Bapi Panda Odia Jatra Jollywood Updates
Advertisment
Advertisment