ଫାଇନାନ୍ସ ସଂସ୍ଥାରୁ କଷ୍ଟ ଉପାର୍ଜିତ ସୁନା ଅଳଙ୍କାର ଚୋରି ପରେ ଏବେ ବଢ଼ିଛି ଗ୍ରାହକଙ୍କ ଚିନ୍ତା। ମିଳିବ ତ ବନ୍ଧକ ସୁନା ? ଯଦି ନମିଳେ କ’ଣ କରିବେ ? ଆଶା ଆଶଙ୍କାରେ ଗ୍ରାହକ।
ଲୁଟ୍ ପାଇଁ ଫାୟାରିଂ। ଦିନ ଦ୍ବିପ୍ରହରରେ ଜୁଏଲାରୀ ଦୋକାନରେ ଆତଙ୍କରାଜ। ଡକାୟତି ବେଳେ ଫୁଟିଲା ଗୁଳି। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚାଲିଗଲା ୨ ଜୀବନ।
ସାମ୍ନାକୁ ଆସିଲା ଭୟଙ୍କର ଚିତ୍ର। ଲୁଟେରା ଅଣ୍ଟାରୁ ମିଳିଲା ପୁଳା ପୁଳା ସୁନା। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି।
ଯାଜପୁର ପାଣିକୋଇଲିରେ ୨ ଜଣଙ୍କୁ ଫାୟାରିଂ କରି ଲୁଟ୍ ଉଦ୍ୟମ... ଫାୟାରିଂରେ ଜଣେ ମୃତ, ଆଉ ଜଣେ ଗୁରୁତର... ସୁନା ଦୋକାନକୁ ଲୁଟ୍ କରିବାକୁ ଆସି ୨ କର୍ମଚାରୀଙ୍କୁ ଗୁଳିମାଡ଼...
ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋର ବଡ଼ ସଫଳତା। ସ୍ପେଡେକ୍ସ ମିଶନ ଜରିଆରେ ମହାକାଶକୁ ପଠାଯାଇଥିବା ଝୁଡଙ୍ଗ ମଞ୍ଜି ଗଜା ହୋଇଛି।
୮ ତାରିଖ ରାତିରେ ରାଜଭବନରେ ରାତ୍ରୀଯାପନ କରିବେ । ସେହିପରି ୯ ତାରିଖ ଜନତା ମଇଦାନରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ସୂଚନା ରହିଛି ।
ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ପୋଲିସ ସୁରେଶ ଚନ୍ଦ୍ରକାର ନାମକ ଠିକାଦାର ଘରେ ଶୁକ୍ରବାର ଚଢ଼ଉ କରିବା ପରେ ପାଇଖାନା ଟାଙ୍କିରୁ ମୁକେଶଙ୍କର ମୃତଦେହ ମିଳିଥିଲା।
ମାର୍ଚ୍ଚ ୩୦ରେ ଆବେଦନ କଲେ ବି ଏକା ଥରେ ମିଳିବ ସୁଭଦ୍ରାର ଦୁଇଟି କିସ୍ତି। ଗାଁର ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ ନ କଲା ଯାଏଁ ଚାଲିବ ପଞ୍ଜୀକରଣ ।
ନବୀନଙ୍କ ବିଲ ବୁଲାବେଳେ ହୋଇଥିଲା କି ଡ୍ରାମା ? ସାଲେପୁରରେ ପ୍ରାୟୋଜିତ ଟୁର୍ କରାଇଥିଲେ କି ସେଠିକାର ବିଜେଡି ନେତା ? ଚାଷୀଙ୍କୁ ଶୁଆ ଭଳି ପାଠ ପଢ଼ାଇ ସୃଷ୍ଟି କରିଥିଲେ କି ଇମୋସନାଲ୍ ନାଟକ ?
ଭଦ୍ରକ ଧାମନଗର ଅଞ୍ଚଳରେ କୃଷି ଯନ୍ତ୍ରପାତି ଯୋଗାଣ ଆଳରେ ବିଶ୍ବାସ ଜନ୍ମାଇ ଚାରି ଚାରି ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଜଣେ ଠକ ଚୂନ ଲଗାଇବା ପରେ ସୃଷ୍ଟି ହୋଇଛି ହଇଚଇ।
ପୁଷ୍ପାଙ୍କୁ ମିଳିଲା ଜାମିନ୍। ହାଇଦ୍ରାବାଦ୍ ସଂଧ୍ୟା ଥିଏଟର୍ରେ ଦଳାଚକଟା ମାମଲାରେ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ଜାମିନ୍।
କରୋନା ମହାମାରୀର ୫ ବର୍ଷ ପରେ ଚୀନ୍ରେ ପୁଣି ଏକ ଭାଇରସ୍ ଆତଙ୍କ ଖେଳାଇଛି। ‘ହ୍ୟୁମାନ ମେଟାନ୍ୟୁମୋଭାଇରସ୍' ବା ଏଚ୍ଏମ୍ପିଭି (HMPV) ସମେତ ଆଉ କେତେକ ନୂଆ ଭୂତାଣୁ ଚୀନର ଚିନ୍ତା ବଢ଼ାଇଛି।
ଆମ୍ ଆଦମୀ ପାର୍ଟିକୁ କଡ଼ା ଭାଷାରେ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ। ଆପ୍କୁ ଆପ୍ଦା କହିଲେ ମୋଦି । ଗତ ୧୦ ବର୍ଷ ଧରି ଦିଲ୍ଲୀ ବିପର୍ଯ୍ୟୟ ମଧ୍ୟରେ ରହିଛି ।
୩୩%ରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ଚାଷୀଙ୍କୁ ବିପର୍ଯ୍ୟୟ ସହାୟତା ମିଳିବ। ଏ ବର୍ଷ ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି ।
କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବାକୁ କଟକ ଜିଲ୍ଲା ସାଲେପୁର କଟରପା ଗାଁକୁ ଯାଇଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନଙ୍କୁ ଦେଖି ଚାଷୀମାନେ ଆଖି ଛଳ ଛଳ କରି କାନ୍ଦିଥିଲେ। ହେଲେ ଏହା ପଛରେ କେମିତି ଥିଲା ବିଜେଡି ନେତା ଦେବୀ ମିଶ୍ର, ପ୍ରତାପ ଜେନା ଓ ବିଧାୟକ...
ନୂଆବର୍ଷରେ ନବୀନଙ୍କୁ ତଥାଗତଙ୍କ ନିଶାନା । ଯଦି ବିଜେଡି କେବଳ ନବୀନଙ୍କ ନାଁରେ ୫ ଥର ଜିତିଥିଲା, ତେବେ ଷଷ୍ଠ ଥରରେ ପରାଜୟ ପାଇଁ ସେହି ନେତା ହିଁ ସଂପୂର୍ଣ୍ଣ ଦାୟୀ। ସଂପାଦକୀୟ ଲେଖି କହିଲେ ନବୀନଙ୍କ ପାଇଁ ହାରିଲା ବିଜେଡି ।
ବର୍ଷ ୨୦୨୪ରେ କଡ଼ ଲେଉଟାଇଥିଲା ରାଜ୍ୟ ରାଜନୀତି । ସବୁଠୁ ବଡ଼ କଥା ହେଲା, ୨୦୨୪ରେ ଗଡ଼ିଥିଲା ୨୪ବର୍ଷର ବିଜେଡି ସରକାର । ସ୍ପଷ୍ଟ ବହୁମତ ସହ ଏକାକୀ ସରକାର ଗଠନ କରିଥିଲା ବିଜେପି । ତେଣୁ ସ୍ଥିତି ବଦଳିବା ସହ ସମସ୍ତ ରାଜନୈତିକ ଦଳ ଆଗରେ ବର୍ଷ...
ନୂଆବର୍ଷରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ପୁରୀରେ ଅସମ୍ଭାଳ ଭିଡ଼ । ଟ୍ରେନ୍ ଡବା ଭଳି ବଡ଼ଦାଣ୍ଡରେ ଲାଗିଛି ଭକ୍ତଙ୍କ ଲାଇନ୍ । ତେଣେ ଆଜି ପୁଣି ସିଂହଦ୍ୱାର ସାମ୍ନାରେ ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିରକୁ ଧସେଇ ପଶିଛନ୍ତି ଭକ୍ତ । ସ୍ଥିତି ସ୍ୱାଭାବିକ କରିବାକୁ ନାକେଦମ୍ ହୋଇଥିଲା ପୋଲିସ ।
ଚବିଶି ଗଲା ପଚିଶି ଆସିଲା, ଖୁସି ମଉଜରେ ଦୁନିଆ ମାତିଲା । ଜିରୋ ନାଇଟ୍ ହ୍ୟାଙ୍ଗଓଭରରୁ ବାହାରି, ଆଜି ଦିନ ତମାମ୍ ନିୟୁ ଇୟର ସେଲିବ୍ରେସନରେ ମସଗୁଲ ଥିଲା ମଣିଷ । ପୁରୁଣା ବର୍ଷକୁ ପଛରେ ପକାଇ, ସ୍ୱାଗତ କରିଥିଲା ସମ୍ଭାବନାମୟ ନବବର୍ଷକୁ ।
ମିଶନ୍ ଶକ୍ତି ଲାପଟପ୍ କିଣାରେ ମହାଘୋଟାଲା ଅଭିଯୋଗ । ଦୁର୍ନୀତିର ଗନ୍ଧ ବାରି RTI କର୍ମୀ ତଥ୍ୟ ମାଗିଲାବେଳକୁ ଏବେ ବାଉଳି ଚାଉଳି ହୋଇ କିଣାଚାଲିଛି ଲ୍ୟାପଟପ୍, ଯୋଗାଡ଼ ଚାଲିଛି ସତମିଛର ବିଲ୍ ।