ସ୍ବୟଂ ସହାୟକ ଗୋଷ୍ଠୀରୁ କଟିଯିବ ବିଜେଡିର ଚେର ! କାରଣ ଏଇ ମାସରୁ ରାଜ୍ୟବ୍ୟାପି SHG ମହିଳା କମିଟିରେ ହେବ ପରିବର୍ତ୍ତନ। ଏଥିପାଇଁ ବଡ଼ ରୋଡମ୍ୟାପ୍ ତିଆରି କରିଛନ୍ତି ମୋହନ ସରକାର। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ପୂର୍ବରୁ ରାଜନୈତିକ ଉଦ୍ଦେଶ୍ୟ ରଖି ଲୋକଙ୍କୁ ଗ୍ରୁପ୍ ସହ ଯୋଡ଼ାଯାଉଥିଲା।...
କିଏ କରିଛି ରାଜ୍ୟସଭା ଖେଳ ? ୱକଫ୍ ବିଲକୁ ନେଇ ରାଜ୍ୟସଭାରେ ସସ୍ମିତ ପାତ୍ରଙ୍କ ପୋଷ୍ଟ ପରଠୁ ଦଳ ଭାଗଭାଗ ସ୍ଥିତିରେ ପହଞ୍ଚିବା ପରେ ମୁଖିଆ ନବୀନଙ୍କ ଅସମ୍ଭବ ନିରବତାକୁ ନେଇ ପ୍ରଶ୍ନ। ୟା ଭିତରେ ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ ଆଜି ବିସ୍ଫୋରକ ବୟାନ ଦେଇଛନ୍ତି।...
ଟଙ୍କା ନେଇ ଧାର୍ଯ୍ୟ ସମୟରେ ଦେଉନାହାନ୍ତି କି ଆପାର୍ଟମେଣ୍ଟ ? ସ୍ବପ୍ନର ଘର ପାଇଁ ଦଉଡ଼ି ଦଉଡ଼ି ଆଶା ମଉଳି ଗଲାଣି କି ? ଚିନ୍ତା କରନ୍ତୁନି।
କିଏ କହୁଛି ବ୍ଲାକ୍ ମଣ୍ଡେ ଟୁ ପଏଣ୍ଟ୍ ଓ ପୁଣି କିଏ କହୁଛି ଦଲାଲ୍ ଷ୍ଟ୍ରିଟ୍ ବ୍ଲଡ୍ ବାଥ୍ । ୧୦ ସେକେଣ୍ଡ୍ ଭିତରେ ନିବେଶକଙ୍କ ୨୦ ଲକ୍ଷ କୋଟି ସ୍ବାହା । ଖାଲି ଭାରତ ନୁହେଁ, ସାରା ବିଶ୍ବ ବଜାରରେ ହାହାକାର ।
ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ଜୋରଦାର ବିରୋଧ। ସେ ୱାକ୍ ଅଫ୍ ବିଲ୍ ସପକ୍ଷରେ ଭୋଟ ଦେଇଥିବା ଲାଗି ତାଙ୍କୁ ବିଜେଡି ନେତାମାନେ ଜୋରଦାର ବିରୋଧ କରି ତାଙ୍କ ଉପରେ ବର୍ଷିଛନ୍ତି।
ସସ୍ମିତ ପାତ୍ରଙ୍କୁ ସାଂସଦ ମୁନା ଖାନ୍ଙ୍କ କଡ଼ା ସମାଲୋଚନା। ଦଳରେ ଦୋମୁହାଁ ନୀତି ଚଳିବ ନାହିଁ ଯାହାର ଯିବାର ଅଛି ବିଜେପିକୁ ପଳାନ୍ତୁ ବୋଲି କହିଲେ।
ଖାତାକୁ ଆସିବ ‘ସୁଭଦ୍ରା’ ଟଙ୍କା । ଏଇ ଏପ୍ରିଲ୍ ରେ କ୍ରେଡିଟ୍ ହେବ ଆକାଉଣ୍ଟ । ୨୨ ତାରିଖରେ ‘ସୁଭଦ୍ରା’ ଯୋଜନାରେ ଯୋଡ଼ି ହେବେ ନୂଆ ହିତାଧିକାରୀ । ‘ସୁଭଦ୍ରା’ ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି ।
ସଂଖ୍ୟାଲଘୁ ସମ୍ପ୍ରଦାୟ କର୍ମୀ ଆଜି ନବୀନ ନିବାସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ନବୀନ ପଟ୍ଟନାୟକ ବି ସବୁ ବୁଝି ଆକ୍ସନ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
‘ପାଣ୍ଡିଆନ ହଟାଅ, ବିଜେଡି ବଞ୍ଚାଅ। ପାଣ୍ଡିଆନ ଗୋ ବ୍ୟାକ୍।’ ଆଜି ଏପରି କିଛି ନାରାରେ ପ୍ରକମ୍ପିତ ହୋଇଥିଲା ନବୀନ ନିବାସ ଓ ତାହାର ଆଖପାଖ ଅଞ୍ଚଳ।
ରାଜ୍ୟସଭା 'ବିବେକ ଖେଳ'କୁ ନେଇ ବଳଶାଳୀ ହେବାରେ ଲାଗିଛି ବିଜେଡି ଝଡ଼। କାଲି ଦେବାଶିଷଙ୍କ ପରେ ଆଜି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଓ ବରିଷ୍ଠ ନେତା ଭୂପିନ୍ଦିର ସିଂ ବି ନବୀନ-ପାଣ୍ଡିଆନ୍ ଯୋଡ଼ିକୁ ଜୋରଦାର ନିଶାନା କରିଛନ୍ତି। ଏଭଳି ସ୍ଥିତିରେ ନବୀନ ବାବୁ ଏବେ ମୁଖ୍ୟ...
ପବିତ୍ର ରାମ ନବମୀରେ ରାମସେତୁର ମାଟି ରାମେଶ୍ବରମରେ ଆଉ ଏକ ଅଦ୍ବିତୀୟ ସେତୁର ଶୁଭାରମ୍ଭ। ଭାରତୀୟ ମୂଳ ଭୂଖଣ୍ଡରୁ ରାମେଶ୍ବରମକୁ ଯୋଡ଼ୁଥିବା ନୂଆ ପାମ୍ବନ ବ୍ରିଜ୍ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ରାଜ୍ୟଠୁ ଦେଶ ସବୁଠି ଶ୍ରୀରାମ ନବମୀର ଉଲ୍ଲାସ। ହୋମଯଜ୍ଞ ଓ ରାମନାମରେ ମୁଖରିତ ସବୁ ରାମମନ୍ଦିର। ସବୁଠି ରାମମୟ ପରିବେଶ। କେଉଁଠି ଉପବାସ ଓ ବ୍ରତ କରି ପୂଜାର୍ଚ୍ଚନାରେ ମଗ୍ନ ଶ୍ରଦ୍ଧାଳୁ ତ କେଉଁଠି ଶ୍ରୀରାମଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାର ବାର୍ତ୍ତା ଦେଇ ବାହାରିଛି ବିରାଟ ଶୋଭାଯାତ୍ରା।
ବାସଗୃହ କ୍ରେତାଙ୍କ ପାଇଁ ଖୁସି ଖବର। ପ୍ରକଳ୍ପରେ ବିଳମ୍ବ ନେଇ ଅଭିଯୋଗ ଆସିଲେ, ରିଅଲ ଇଷ୍ଟେଟ୍ ସଂସ୍ଥାର \'ଫରେନ୍ସିକ୍\' ଅଡିଟ୍ କରାଇବ ରେରା। ସ୍ବତନ୍ତ୍ର ଚାଟାର୍ଡ ଫାର୍ମ ଜରିଆରେ ହେବ ଅଡିଟ୍। ଅର୍ଥ ହେରଫେର ଜଣାପଡ଼ିଲେ, ପ୍ରକଳ୍ପ ଖର୍ଚ୍ଚର ୧୦ ପ୍ରତିଶତ ତଣ୍ଡ ଗଣିବେ ବିଲ୍ଡର।
ଗତ ବିଧାନସଭା ବଜେଟ୍ ଅଧିବେଶନରେ ପାରିତ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-୨୦୨୫କୁ ନେଇ ଏବେ ଚର୍ଚ୍ଚା। ବଡ଼ ସୂଚନା କ୍ରମେ ଏହି ବିଲ୍ କାର୍ଯ୍ୟକ୍ଷମ ହେଲେ ଭାରତ ସରକାରଙ୍କ ଏନଏଚଏଆଇ ସଂସ୍ଥା ଭଳି ଓଡ଼ିଶାରେ ଗଠନ ହେବ ଓଡ଼ିଶା ଷ୍ଟେଟ୍ ହାଇୱେ ଅଥରିଟି ବା OSHA। ଯାହାକି ରାଜ୍ୟରେ...
କ୍ୟାଟେଗରୀ ନିୟମରେ ଫସିଛି ନବରଙ୍ଗପୁର ସ୍ୱାସ୍ଥ୍ୟ ବିଭାଗ। ଜିଲ୍ଲା ଛାଡ଼ୁଛନ୍ତି ଡାକ୍ତର। ମାତ୍ର ୪୦% ଡାକ୍ତରଙ୍କୁ ନେଇ ଚାଲିଛି ସ୍ୱାସ୍ଥ୍ୟସେବା।
ସଂରକ୍ଷିତ ଜଙ୍ଗଲ ଭିତରେ ଚୋରା କୋଇଲା ଖଣି। ସୁନ୍ଦରଗଡ ହେମଗିର ବନଖଣ୍ଡର ତେଲେନଡିହି ରିଜର୍ଭ ଫରେଷ୍ଟ ଏରିଆ ଭିତରେ ଦୀର୍ଘ ଦିନ ଧରି ଚାଲିଥିବା ବେଆଇନ୍ କୋଇଲା ଖଣି ଉପରେ ରେଡ୍ କରିଛି ପ୍ରଶାସନ। ଜଙ୍ଗଲ ଭିତରୁ ବିପୁଳ ପରିମାଣର କୋଇଲା ଜବତ ହୋଇଛି। ଚୋରା କୋଇଲା କାରବାରରେ...
ଶ୍ରୀକ୍ଷେତ୍ରରେ ପହଞ୍ଚିବା ଆଗରୁ ବାଟ ଓଗାରିଲା ଦୁର୍ଘଟଣା। ପିପିଲି ଉତ୍ତରା ନିକଟରେ ଓଲଟିପଡ଼ିଲା ବାଂଲାଦେଶରୁ ଆସିଥିବା ତୀର୍ଥଯାତ୍ରୀ ବସ୍। ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଥିବାବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି।
ଆଜିଠୁ ପୁରୀର ଅନନ୍ୟ ପରମ୍ପରା ସାହିଯାତ। ୯ ଦିନ ଧରି ଯାତ୍ରା ବୟାନ କରିବ ଶ୍ରୀରାମଙ୍କ ଜନ୍ମଠୁ ନେଇ ରାମ ବନବାସ ଓ ଲଙ୍କାପୋଡ଼ି ଭଳି କଥାବସ୍ତୁକୁ। ଭଳିକି ଭଳି ମେଢ ସାଙ୍ଗକୁ ନିଆରା ସଂସ୍କୃତିରେ ତଲ୍ଲୀନ ହେବେ କଳାକାର।
ରିଅଲ ଇଷ୍ଟେଟ୍ ପ୍ରକଳ୍ପର ହେବ ଫରେନ୍ସିକ୍ ଅଡିଟ୍ । ଅର୍ଥ ହେରଫେର କରିଥିଲେ, ଗଣିବେ ମୋଟା ତଣ୍ଡ ବହୁ ରିଅଲ ଇଷ୍ଟେଟ୍ ପ୍ରକଳ୍ପ ସରିବାରେ ଅହେତୁକ ବିଳମ୍ବର ଗଣ୍ଡା ଗଣ୍ଡା ଅଭିଯୋଗ ପରେ ଆକ୍ସନ ମୋଡ୍କୁ ଆସିଛି ଓଡ଼ିଶା ରେରା।