ସୋସିଆଲ ମିଡିଆରେ ସବୁବେଳେ ସେ ଆକ୍ଟିଭ୍ ରୁହନ୍ତି । ଫ୍ୟାନ୍ମାନଙ୍କ ସହ ଯୋଡ଼ି ହୋଇ ରହିଥାନ୍ତି । ତେବେ ମଲାଇକା ନିଜକୁ ସୁନ୍ଦର କରିବା ପାଇଁ ଶରୀରରେ ଅନେକ ପରିବର୍ତ୍ତନ କରିଛନ୍ତି ।
୨୦୧୯ରେ ସର୍ବାଧିକ ପାରିଶ୍ରମିକ ପାଉଥିବା ଫୋବର୍ସ ସେଲିବ୍ରିଟିଙ୍କ ତାଲିକାରେ କମେଡିଆନ୍ କପିଲ ଶର୍ମା ମଧ୍ୟ ସ୍ଥାନ ପାଇଥିଲେ । ଯାହାକି ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା ।
ଅଧିକାଂଶ ଦେଶ କରୋନା ଜାଲରେ ଫସି ଆଉଟୁ ପାଉଟୁ ହେଉଛନ୍ତି । ସେଠାରେ ହୁହୁ ହୋଇ ବଢ଼ିବାରେ ଲାଗିଛି ସଂକ୍ରମଣ । ତେଣୁ ଦେଶମାନେ ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲାଗୁ କରୁଛନ୍ତି ।
ଶୁକ୍ରବାର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୬,୭୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ, ଓମିକ୍ରନ୍ ସଂକ୍ରମିତ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସଂକ୍ରମିତଙ୍କ ସଂଖ୍ୟା ୧୨୭୦ରେ ପହଞ୍ଚିଛି ।
ଏହି ଜୀବର ଡେଣା ପ୍ରାୟ ୪୦ ଫୁଟ୍ ଚଉଡ଼ା । ଏହାର ପୁରା ନାଁ ହେଉଛି କେଟ୍ଜାଲ୍କୋଏଟ୍ଲସ୍ । କିନ୍ତୁ ସେମାନେ କିପରି ଉଡ଼ୁଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ନୂଆ ରିସର୍ଚ୍ଚରେ କେବଳ ସେମାନଙ୍କର ଉଡ଼ାଣ ପ୍ରକିୟାର ଅନୁସନ୍ଧାନ କରାଯାଇଛି ।
ରାଜ୍ୟରେ ଆଜି ଆଉ ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । ୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ILS ପକ୍ଷରୁ ସୂଚନା ଦିଆଯାଇଥିଲା। ଓମିକ୍ରନ୍ ଆକ୍ରାନ୍ତଙ୍କ ସଂପର୍କରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ୫...
ଚାଷୀଙ୍କ ଉପରେ ଦାଉ ସାଧୁଛନ୍ତି ଇନ୍ଦ୍ର ଦେବତା । ମଣ୍ଡିରୁ ଧାନ ଉଠୁ ନଥିବା ବେଳେ ପୁଣି ଚାଷୀଙ୍କ ଉପରେ ଇନ୍ଦ୍ରଦେବତାଙ୍କ କୋପ । ଅଦିନିଆ ବର୍ଷାରେ ଭିଜୁଛି ମଣ୍ଡିରେ ପଡ଼ି ରହିଥିବା ଧାନ । ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ରାତିରୁ ପ୍ରବଳ ବର୍ଷା ହେଉଛି...
ପଞ୍ଚାୟତ ନିର୍ବାଚନରେ ଲଢିବାକୁ ଥିବା ପ୍ରାର୍ଥୀଙ୍କ ଲାଗି ବିଭିନ୍ନ ପ୍ରକାର ଚିହ୍ନ ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ପଞ୍ଚାୟତ ନିର୍ବାଚନରେ ଲଢୁଥିବା ସରପଞ୍ଚ ପ୍ରାର୍ଥୀଙ୍କ ଲାଗି ୩୨ ପ୍ରକାର ଚିହ୍ନ, ସମିତି ସଭ୍ୟଙ୍କ ଲାଗି ୧୯ ପ୍ରକାର, ଓ୍ୱାର୍ଡ ମେମ୍ବର ପାଇଁ ଲଢୁଥିବା ପ୍ରାର୍ଥୀଙ୍କ ଲାଗି...
ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ଜଣେ ମହିଳାଙ୍କ ଆକାଉଣ୍ଟରୁ ବଡ଼ ଧରଣର ସାଇବର ଠକେଇ ନେଇ ଅଭିଯୋଗ ହୋଇଛି । ପ୍ରାୟ ୧୨ ଲକ୍ଷରୁ ଅଧିକ ଟଙ୍କା ଫ୍ରଡ୍ ହୋଇଥିବା ଅଭିଯୋଗ ହୋଇଛି ।
ସରକାର ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟ ସୀମା ୩୧ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି ।
ମଧ୍ୟପ୍ରଦେଶ, ଖଜୁରାହୋରୁ କାଳିଚରଣ ମହାରାଜଙ୍କୁ ରାୟପୁର ପୋଲିସ ଦ୍ୱାରା ଗିରଫ କରାଯାଇଥିଲା। ଯାହାକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି ।
ଏବେ ଇଣ୍ଟରନେଟ ଉପରେ ସମସ୍ତେ ନିର୍ଭରଶୀଳ। ପାଠପଢାଠୁ ଆରମ୍ଭ କରି ମିଟିଂ ସବୁ କିଛି ହେଉଛି ଅନଲାଇନରେ। ବେଳେ ବେଳେ ଇଣ୍ଟରନେଟ ସ୍ପିଡ୍ ବୁଦ୍ଧି ଗୁଡୁମ୍ କରି ଦେଉଛି। ଆଉ ଚିନ୍ତା କରନ୍ତୁନି ଆସିବାକୁ ଗୋଡ କାଢିଲାଣି 5G
ହାତରେ ଆଉ ମାତ୍ର କେଇଟା ଦିନ। ନୂଆ ବର୍ଷଠାରୁ ନୂଆ ନିୟମ ମାନିବାକୁ ହେବ। ବର୍ଷ ୨୦୨୨ରୁ ପକେଟ୍ ଉପରେ ପଡିବାକୁ ଯାଉଛି ପ୍ରଭାବ। ନୂଆ ବର୍ଷ ଖୁସି ଆଣୁଛି ସତ, କିନ୍ତୁ ଦରବୃଦ୍ଧି ଚିନ୍ତା ମଧ୍ୟ ଆଣୁଛି। ଏବେ ଜାଣନ୍ତୁ କ’ଣସବୁ ବଢୁଛି...
ଜଣକ ପରେ ଜଣେ ବଲିଉଡ୍ ଷ୍ଟାର୍ କରୋନାର ଶିକାର ହେଉଥିବା ଦେଖିବାକୁ ମିଳୁଛି । ଗତକାଲି ଅର୍ଜୁନ୍ କପୁର ଓ ତାଙ୍କ ପରିବାର କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ନେଇ ଖବର ସାମ୍ନାକୁ ଆସିଥିଲା । ଆଉ ଏବେ ନୋରା ଫତେହୀ ମଧ୍ୟ ସଂକ୍ରମିତ ହୋଇଛନ୍ତି ।
ଗଞ୍ଜେଇରୁ ତିଆରି ଜିନିଷକୁ ଖାଦ୍ୟର ମାନ୍ୟତା ଦିଆଯାଇଛି । ଏହାକୁ ମଧ୍ୟ ବିଭିନ୍ନ ରୋଗ ପାଇଁ ଔଷଧ ଭାବେ ବ୍ୟବହାର କରାଯାଉଛି । ଓଡିଶାରେ ଗଞ୍ଜେଇ ଚାଷକୁ ଅନୁମତି ଦିଆଗଲେ, ରାଜ୍ୟରେ ଅର୍ଥନୈତିକ ବିପ୍ଲବ ଆସିପାରିବ ବୋଲି କହିଛନ୍ତି ପୂର୍ବତନ ସାଂସଦ ତଥାଗତ ଶତପଥୀ ।
କଳାହାଣ୍ଡି କେସିଙ୍ଗାରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଅଣ୍ଡାମାଡ଼ କରାଯାଇଛି । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଅଣ୍ଡାମାଡ଼ କରାଯାଇଛି ।
ରାଜ୍ୟ ସରକାର ଆଜି ବରିଷ୍ଠ ପୋଲିସ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ମାଲକାନଗିରି ଏସପି ପ୍ରହଲ୍ଲାଦ ଏସ୍ ମୀନାଙ୍କୁ ବର୍ଷକ ମଧ୍ୟରେ ୩ଥର ବଦଳି କରାଯାଇଥିବାବେଳେ ଆଇପିଏସ୍ ଏସ୍ ସୁଶ୍ରୀଙ୍କୁ ଭୁବନେଶ୍ୱର ଡିସିପି(ଟ୍ରାଫିକ) ଭାବେ ଅବସ୍ଥାପିତ କରାଯାଇଛି।
ଆଗକୁ ନ୍ୟାସନାଲ ଆସେସ୍ମେଣ୍ଟ ଆଣ୍ଡ ଆକ୍ରେଡିଏସନ କାଉନସିଲ ବା ନାକ୍ ଟିମ୍ ରାଜ୍ୟରେ ଉଚ୍ଚଶିକ୍ଷାର ସ୍ଥିତି ଅନୁଧ୍ୟାନ ଲାଗି ଓଡ଼ିଶା ଆସିବ ।
ପଞ୍ଚାୟତ ନିର୍ବାଚନ ପ୍ରଥମ ସଂରକ୍ଷଣ ତାଲିକା ବାତିଲ ହୋଇ ନୂଆ ଚିଠା ତାଲିକା ଆସିବା ପରେ ବଢିଛି ବିବାଦ । କାରଣ ସରପଞ୍ଚ, ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଲାଗି ସଂରକ୍ଷଣ ପୂର୍ବ ତାଲିକା ତୁଳନାରେ ନୂଆ ତାଲିକାରେ ଘଟିଛି ଅନେକ ପରବର୍ତ୍ତନ ।...
ଆସନ୍ତାକାଲି ଘନ କୁହୁଡ଼ି ନେଇ ୧୩ ଜିଲ୍ଲାକୁ ସତର୍କ ସୂଚନା । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କଟକ ଜିଲ୍ଲାକୁ ସତର୍କ କରାଯାଇଛି ।