୨ୟ ଲହର ସର୍ବୋଚ୍ଚ ସ୍ତରରେ ଯେତିକି ବେଡ୍, ICU ଥିଲା, ସେତିକି ପ୍ରସ୍ତୁତ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶରେ ଓମିକ୍ରନ୍ ଭ୍ୟାରିଏଣ୍ଟ ବଢୁଛି, ଓଡ଼ିଶାରେ ବି ବଢ଼ିବା ଆରମ୍ଭ ହୋଇଛି । ତେଣୁ କୋଭିଡର ଉତ୍ତମ ପରିଚାଳନା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପଡ଼ିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଗ୍ରାହକଙ୍କୁ ଧମକ ଚମକ ଦେବା ସହ ଦୋକାନ ମାଲିକଙ୍କୁ ମଧ୍ୟ ଧମକ ଦେଉଛନ୍ତି । ଗାଡ଼ି ଭଙ୍ଗାରୁଜା କରୁଛନ୍ତି ବୋଲି ଦୋକାନୀ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ।
ସୁମିତଙ୍କ ଘରେ ରହିବେ ତପସ୍ୱନୀ। କୋର୍ଟ ତପସ୍ୱନୀଙ୍କ ସପକ୍ଷରେ ଆଜି ଶୁଣାଇଛନ୍ତି ରାୟ। ୪୪ ଦିନ ହେବ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେଇଥିଲେ ବୋହୂ ତପସ୍ୱନୀ। ସୁମିତ-ତପସ୍ୱିନୀ ମାମଲାରେ ଜିଲ୍ଲା ଜଜ୍ କୋର୍ଟ ବଡ଼ ରାୟ ପ୍ରକାଶ କରିବା ପରେ ଏବେ ସାରା ରାଜ୍ୟରେ ବେଶ୍ ଚର୍ଚ୍ଚା ଚାଲିଛି ।
ସାଂସଦ ଅନୁଭବ ମହାନ୍ତି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ତାହା ପୁଣି ଜାଲ୍ କାଗଜପତ୍ରକୁ ନେଇ । ସେ ନିଜେ କେଉଁଠୁ ପାସ୍ କରିଛନ୍ତି, ତାର ସଠିକ୍ ପ୍ରମାଣ ଦେଇପାରୁନାହାନ୍ତି । ତାଙ୍କ ବାପା ବି ସାର୍ଟିଫିକେଟ୍ ଜାଲିଆତି କରିଥିଲେ । ସେଥିପାଇଁ ନିନ୍ଦିତ ହୋଇଛନ୍ତି ।...
ଆଜିଠାରୁ ଓଲା ଓ ଉବର ପରି କ୍ୟାବ୍ ସଂସ୍ଥା ମଧ୍ୟ ୫ ପ୍ରତିଶତ GST ସଂଗ୍ରହ କରିବେ । ଚପଲ, ଜୋତା ପାଇଁ ୧୨ ପ୍ରତିଶତ ଟ୍ୟାକ୍ସ ଲାଗିବ ।
ପିଏମ୍ କିଷାନ ନିଧି ସମ୍ମାନ ଯୋଜନା ଅନୁସାରେ ପ୍ରତ୍ୟେକ ବର୍ଷ ହିତାଧିକାରୀଙ୍କୁ ୬ ହଜାର ପ୍ରଦାନ କରନ୍ତି କେନ୍ଦ୍ର ସରକାର । ଏହା ଏକା ଥରେ ପ୍ରଦାନ କରାଯାଏ ନାହିଁ ।
ଇନ୍ଫୋସିଟି ଥାନା ଅଞ୍ଚଳର ଥିବା ଏକ ଘରୋଇ କଲେଜ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ଜଣକ ଘରୋଇ କଲେଜରେ ଏମବିଏ ଦ୍ୱିତୀୟ ବର୍ଷରେ ପାଠପଢ଼ୁଥିଲେ ।
୪୦ ହଜାର ୦୫୨ ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଛି । ସହୃଦୟତାର ସହ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନଙ୍କର ପଦୋନ୍ନତି ନିମନ୍ତେ ଉଦ୍ଦିଷ୍ଟ ସମୟ ସୀମାକୁ ମଧ୍ୟ କୋହଳ କରିଛନ୍ତି ।
ନୂଆ ବର୍ଷରେ ଯବାନମାନେ ପରସ୍ପରକୁ ମିଠା ଖୁଆଇ ଜଣେ ଅନ୍ୟଜଣକୁ ଶୁଭେଚ୍ଛା ଜଣାଇଥିଲେ । ଗୀତ ଗାଇଥିଲେ ଓ ନାଚି କରିଥିଲେ । ତେବେ ଏହି ନାଚ ଗୀତ ସାଧାରଣ ନାଚ ଗୀତ ନ ଥିଲା ।
ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଦେଶରେ ଏବେ ମୋଟ ୧୪୩୧ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଦ୍ରୁତ ଗତିରେ ଏହି ଭ୍ୟାରିଏଣ୍ଟ ବଢ଼ିବାରେ ଲାଗିଛି ।
ଆଗକୁ ଦେଶରେ ପୁଣି ଥରେ ନିର୍ବାଚନ ହେବାକୁ ଯାଉଛି । ଖୁବ୍ ଶୀଘ୍ର ପଞ୍ଚାୟତ ନିର୍ବାଚନ ହେବା ସହ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି । ତେବେ ମୋଦିଙ୍କ ପଲ୍ଲା କେତେ ଭାରି ରହିବ ? ସେନେଇ ଆମ୍ ଟିମ୍ ଜ୍ୟୋତିର୍ବିତଙ୍କ ସହ ଆଲୋଚନା କରିଛନ୍ତି ।
ଅଦିନିଆ ବର୍ଷା ଭିଜେଇ ଦେଲା ମଣ୍ଡିର ଧାନ । ହଜାର ହଜାର ବସ୍ତା ଧାନ ଭିଜି ଗଜା ହେବା ଉପରେ । ହଜାର ହଜାର ବସ୍ତା ଧାନ, ପାଣିରେ ଭିଜି ଯାଇଥିବାରୁ ଗଜା ହେବାର ମଧ୍ୟ ଆଶଙ୍କା ଦେଖାଦେଇଛି ।
ଗଞ୍ଜେଇରୁ ବି ତିଆରି ହୋଇପାରିବ ଖାଦ୍ୟ ସାମଗ୍ରୀ । ଭାଙ୍ଗ ମଞ୍ଜିକୁ FSSAI ମାନ୍ୟତା ପରେ ଚାଷ ସପକ୍ଷରେ ପୁଣି ତଥାଗତଙ୍କ ଯୁକ୍ତି । ଏଠୁ ଉତ୍ପାଦିତ ଗଞ୍ଜେଇ ନୁହେଁ ଖାଦ୍ୟ ଉପଯୋଗୀ: ଫୁଡ୍ ସେଫ୍ଟି କମିଶନର ।
ନୂଆବର୍ଷରୁ ନୂଆ ନିୟମ, ଜାଣନ୍ତୁ କାଲିଠୁ କେଉଁ କେଉଁ ନିୟମରେ ହେଲା ପରିବର୍ତ୍ତନ?…
ନିର୍ବାଚନ ପୂର୍ବରୁ ଯୋଜନା ପରେ ଯୋଜନା କରିବାରେ ବ୍ୟସ୍ତ ରାଜ୍ୟ ସରକାର, ହେଲେ କେତେ ହେଉଛି କାର୍ଯ୍ୟକାରୀ ?
ଧୀରେ ଧୀରେ କଟକଣା କୋହଳ ହେଉଥିଲା । ସାଧାରଣ ଜନଜୀବନ ସ୍ୱଭାବିକ ହେଉଥିଲା । କିଣାବିକା, ଦୋକାନ, ବଜାର ସବୁ ଠିକ୍ ଠିକା ଚାଲିଥିଲା । ସମସ୍ତେ ଆଶା କରୁଥିଲେ ନୂଆ ବର୍ଷ ଏଥର ଧୁମଧାମରେ ପାଳନ ହେବ । ହେଲେ ଓମିକ୍ରନ ପାଇଁ ସବୁ ମଉଳିଗଲା ।
ଗଂଜେଇ ଗଛର ମଂଜି ଓ ଏଥିରୁ ଉତ୍ପାଦିତ ସାମଗ୍ରୀକୁ ମିଳିଛି ଖାଦ୍ୟର ମାନ୍ୟତା । କିନ୍ତୁ ଏଥିପାଇଁ ବି ରହିଛି ମାନଦଣ୍ଡ, ଜାଣନ୍ତୁ କଣ କଣ ?
୫ ମହାନଗର ନିଗମ ଭୁବନେଶ୍ୱର, କଟକ, ବ୍ରହ୍ଣପୁର, ରାଉରକେଲା ଓ ସମ୍ବଲପୁରରେ ଲାଗୁ ହେବାକୁ ଥିବା ଜାଗା ମିଶନ ଜରିଆରେ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରଦାନ କରାଯିବ ।
ସମାନ ଚିତ୍ର ସମ୍ଭ୍ରାନ୍ତ ଭୁବନେଶ୍ୱର କ୍ଲବରେ । ପୁରୁଣା ବର୍ଷକୁ ବିଦାୟ ସହ ନୂଆବର୍ଷକୁ ସ୍ୱାଗତ ପାଇଁ ଏଠି ବି ସେଭଳି କୌଣସି କାର୍ଯ୍ୟକ୍ରମ ହେଉନି । କେବଳ କ୍ଲବ କାହିଁକି, ହୋଟେଲ୍, ରେଷ୍ଟୁରାଣ୍ଟ ସବୁ ଶୂନଶାନ୍ ।