• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୁମ୍ବାଇ: ବଲିଉଡ୍ ଆଇଟ୍‌ମ ଗାର୍ଲ ତଥା ଡ୍ୟାନ୍ସର ନୋରା ଫତେହୀ କୋଭିଡ ପଜିଟିଭ୍‌ ଚିହ୍ନଟ । ସୋସିଆଲ ମିଡିଆରେ ଏବେ ଯୁବ ଗୋଷ୍ଠୀର ସବୁଠୁ ଅଧିକ ପସନ୍ଦ ପାଲଟିଥିବା ନୋରା ଫତେହୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କ ପ୍ରଶଂସକଙ୍କ ମନ ଭାଙ୍ଗିଯାଇଛି । ତେବେ ସାରା ଦେଶରେ ଏବେ ପୁଣି ଥରେ ଆରମ୍ଭ ହୋଇଯାଇଛି କରୋନା କହର । ଜଣକ ପରେ ଜଣେ ବଲିଉଡ୍‌ ଷ୍ଟାର୍ କରୋନାର ଶିକାର ହେଉଥିବା ଦେଖିବାକୁ ମିଳୁଛି । ଗତକାଲି ଅର୍ଜୁନ୍ କପୁର ଓ ତାଙ୍କ ପରିବାର କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ନେଇ ଖବର ସାମ୍ନାକୁ ଆସିଥିଲା । ଆଉ ଏବେ ନୋରା ଫତେହୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି ।

ନୋରା ଏବେ ସଙ୍ଗରୋଧରେ ଅଛନ୍ତି । ନିକଟ ଅତୀତରେ ତାଙ୍କ ସଂସ୍ପର୍ଷରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ନିଜକୁ ଆଇସୋଲେସନ୍‌ରେ ରଖିବାକୁ ପରାମର୍ଶ ଦିଯାଇଛି । ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରି ନୋରା ପତେହୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ସ୍ପଷ୍ଟ କରିଛନ୍ତି । ଡିସେମ୍ବର ୨୮ ତାରିଖରେ ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏସମ୍ପର୍କରେ ନୋରାଙ୍କ ସ୍ପୋକ୍ସ ପର୍ସନ ସୂଚନା ଦେଇଛନ୍ତି ।

Nora Fatehi InstagramNora Fatehi Instagram

ନିଜ ବୋଲ୍ଡନେସ୍ ଓ ଡ୍ୟାନ୍ସକୁ ନେଇ ନୋରା ଫତେହୀ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଫିଲ୍ମ ‘ସତ୍ୟମେବ ଜୟତେ ୨’ର ଗୀତ ‘କୁସୁ କୁସୁ’ର ଦମଦାର ଟିଜର ପରେ ଫିଲ୍ମର ଗୀତ ରିଲିଜ୍ ହୋଇଥିଲା । ଗୀତରେ ନୋରାଙ୍କର ବେଲି ଡ୍ୟାନ୍ସ ତାଙ୍କ ପ୍ରଶଂସକଙ୍କ ହୃଦୟ କିଣିଥିଲା । ପ୍ରଥମେ ‘ହାଏ ଗରମୀ’ ଡାନ୍ସ, ଆଉ ଏବେ ‘କୁସୁ କୁସୁ’ ନୋରାଙ୍କୁ ବଲିଉଡ୍‌ରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି ।

‘ସତ୍ୟମେବ ଜୟତେ ୨’ରେ ଜନ୍ ଆବ୍ରାହମ ଓ ଦିବ୍ୟା ଖୋସଲା କୁମାର ମୁଖ୍ୟ ଭୂମିକାରେ ଥିବା ବେଳେ ନୋରା ଫତେହୀଙ୍କ ‘କୁସୁ କୁସୁ’ ଗୀତ ଫିଲ୍ମର ମୁଖ୍ୟ ଆକର୍ଷଣ ପାଲଟିଥିଲା । ଏହି ଗୀତରେ ନୋରାଙ୍କୁ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ନୋରାଙ୍କ ନୃତ୍ୟ ଭଙ୍ଗୀ ଏତେ ଆକର୍ଷଣୀୟ ଯେ ଯିଏ ଦେଖୁଛି ତା’ ହୃଦୟର ସ୍ପନ୍ଦନ ବଢିଯାଉଛି । ଏହି ଗୀତ ୟୁଟ୍ୟୁବ୍‌ରେ ଟ୍ରେଣ୍ଡ ମଧ୍ୟ କରିଥିଲା ।