ନୂଆ କିମ୍ବା ମଧ୍ୟମଧରଣର ଚାକିରିଆଙ୍କ ପାଇଁ ଉପଯୁକ୍ତ ସ୍ଥାନ ନୁହେଁ ଭୁବନେଶ୍ୱର । କାରଣ ସେମାନଙ୍କୁ ଏଠାରେ ମିଳେନି ଭଲ ଦରମା । ହେଲେ ବଡ଼ ଚାକିରିଆଙ୍କୁ ବଡ଼ ଦରମା ଦେବାରେ ଢେର ଆଗରେ ଏହି ରାଜଧାନୀ ସହର ।
ପୁରୀ ଭକ୍ତ ନିବାସର ଘରୋଇକରଣ ପାଇଁ ଚାଲିଛି ମସୁଧା । ମହଙ୍ଗା ହୋଇପାରେ ଭକ୍ତଙ୍କ ଶ୍ରୀକ୍ଷେତ୍ର ରହଣୀ । କୁଆଡ଼େ ଗଲା ୬୦ ହଜାର ଭକ୍ତଙ୍କ ପାଇଁ ସୁଲଭ ରହଣୀ ବ୍ୟବସ୍ଥା ? ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ପ୍ରଶାସନ ପକ୍ଷରୁ କେବେ ଯୋଗାଇ ଦିଆଯିବ ଭକ୍ତ ନିବାସ ।
ରାଜ୍ୟ ହେଉ କି ଦେଶ, ତୃତୀୟ ଲହରରେ ହୁ ହୁ ମାଡୁଛି କରୋନା ସଂକ୍ରମଣ। ଦେଶରେ ଦୈନିକ ପଜିଟିଭ୍ ସଂଖ୍ୟା ଆଜି ୯୦ ହଜାର ପାର କରିଥିବାବେଳେ ରାଜ୍ୟରେ ବି ୨ହଜାର ମୁହାଁ ହେଲାଣି।
ଆଲୋଚନାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ଥିଲେ । ୧୦ଟି ଅକାଂକ୍ଷୀ ଜିଲ୍ଲାରେ ୩ ହଜାର ୯ଶହ ୩୩ ଗ୍ରାମରେ ଫୋର୍ ଜି ସଂଯୋଗୀ କରଣ କରିବ ଏହି ମୋବାଇଲ ଟାଓ୍ୱାର ।
ସାଂସଦ ପ୍ରାର୍ଥୀ ଏବେ ନିର୍ବାଚନରେ ୭୦ ଲକ୍ଷ ପରିବର୍ତ୍ତେ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ବୋଲି କହାଯାଇଛି । ସେହିଭଳି କେନ୍ଦ୍ର ଶାସିତ ଅଞ୍ଚଳର ସାଂସଦ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୫୪ରୁ ୭୦ ଲକ୍ଷକୁ ବୃଦ୍ଧି କରାଯାଇଛି ।
ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ପ୍ରଶାସନ ପକ୍ଷରୁ କେବେ ଯୋଗାଇ ଦିଆଯିବ ଭକ୍ତ ନିବାସ । ଏହି ବିଳମ୍ବକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ର୍ନିର୍ମିତ ଭକ୍ତ ନିବାସକୁ ପ୍ରାଇଭେଟ୍ ଲିଜ ଦିଆଯିବା ନେଇ ମଧ୍ୟ ଉଠିଲାଣି ପ୍ରଶ୍ନ ।
ବଡ଼ ଚାକିରିଆଙ୍କୁ ବଡ଼ ଦରମା ଦେବାରେ ଢେର ଆଗରେ ଏହି ରାଜଧାନୀ ସହର । ଏମିତି କିଛି ତଥ୍ୟର ଖୁଲାସା କରିଛି, ଦେଶର ପ୍ରମୁଖ ପ୍ଲେସ୍ମେଣ୍ଟ ସଂସ୍ଥା- ରାଣ୍ଡଷ୍ଟଡ ।
ଆକ୍ରାନ୍ତଙ୍କୁ ପରାମର୍ଶ ଦେବାକୁ ଅହୋରାତ୍ର କାମ କରିବ କଣ୍ଟ୍ରୋଲ ରୁମ୍ । ଆକ୍ରାନ୍ତଙ୍କୁ ହସ୍ପିଟାଲ ପହଞ୍ଚାଇବାକୁ କଣ୍ଟ୍ରୋଲ ରୁମ୍କୁ ଆମ୍ବୁଲାନ୍ସ ଦିଆଯିବ ଓ ହୋମ୍ ଆଇସୋଲେସନରେ ଥିବା ସବୁ ଆକ୍ରାନ୍ତଙ୍କ ତଥ୍ୟ କଣ୍ଟ୍ରୋଲ ରୁମ୍ ବି ସଂଗ୍ରହ କରିବ ବୋଲି କୁହାଯାଇଛି ।
ବିମାନରେ ୧୭୯ ଜଣ ଯାତ୍ରୀ ଥିଲେ । ସମସ୍ତ ଆକ୍ରାନ୍ତଙ୍କୁ ଅମୃତସରରେ କ୍ୱାରେଣ୍ଟିନ୍ରେ ରଖାଯାଇଥିବା ଅମୃତସର ଏୟାରପୋର୍ଟ ନିର୍ଦ୍ଦେଶକ ବି.କେ. ସେଠ୍ ସୂଚନା ଦେଇଛନ୍ତି ।
ଡବଲ ଡୋଜ୍ ଟିକା କିମ୍ବା ନେଗେଟିଭ ରିପୋର୍ଟ ଥିଲେ ବି ପୁଣି ଥରେ ଟେଷ୍ଟ କରିବା ବାଧ୍ୟତାମୂଳକ । ଟେଷ୍ଟ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଯାତ୍ରୀ ହୋମ୍ ଆଇସୋଲେସନରେ ରହିବେ ।
ଓଡ଼ିଶାରେ ଆଗକୁ କରୋନା ସଂକ୍ରମଣ ବଢ଼ିପାରେ। ଯଦି ଟ୍ରେଣ୍ଡ୍କୁ ଦେଖିବା ଅନ୍ୟ ସ୍ଥାନରେ ଯେଉଁଭଳି ଭାବରେ ସଂକ୍ରମଣ ବୃଦ୍ଧି ପାଇଛି ଆଗାମୀ ଦିନରେ ଆମ ରାଜ୍ୟରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି।
ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ୯ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ଅନୁମାନ କରାଯାଉଥିବା ବେଳେ ୧୦ରେ ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ।
କୁଳମଣିଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ମଧ୍ୟ ପୋଲିସ ଧରିଲା ନାହିଁ । ଶେଷରେ ମନ୍ତ୍ରୀଙ୍କ ବ୍ୟାବସାୟିକ ପେଣ୍ଠସ୍ଥଳ ନିକଟରେ ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ହେଲା ।
ଦିଲ୍ଲୀ ଓ ଭୋପାଳରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଇଛି । ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୂଜାପାଠ କରିଛନ୍ତି । ଦିଲ୍ଲୀର ଝଣ୍ଡେଓ୍ୱାଲା ଦେବୀ ମନ୍ଦିରରେ ମହାମୃତ୍ୟୁ ଞ୍ଜୟ ମନ୍ତ୍ରପାଠ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।
ଡରାଇଲାଣି କରୋନା । କେବଳ ରାଜଧାନୀରେ ଦିନକରେ ୧୦ କଣ୍ଟେନ୍ମେଣ୍ଟ ଜୋନ ଘୋଷଣା ।
ନିର୍ବାଚନକୁ ଘାରିଛି କୋରନା ଭୟ । ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣ ଭିତରେ ପଂଚାୟତ ଭୋଟକୁ ନେଇ ଚିନ୍ତା । ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବିଭିନ୍ନ ସ୍କିମ୍ ଘୋଷଣା କରି ପ୍ରସ୍ତୁତ ହେଉଥିବାବେଳେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି ବି ଚୂଡାନ୍ତ ପର୍ଯ୍ୟାୟରେ ।
PMଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟି ଅଭିଯୋଗ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଞ୍ଜାବର ଭଟିଣ୍ଡା ବିମାନନ୍ଦରରୁ ଫିରୋଜପୁର ଅଭିମୁଖେ ସଡ଼କ ପଥରେ ଯାଉଥିବା ବେଳେ ଅଧା ରାସ୍ତାରେ ତାଙ୍କ କାରକେଡକୁ କିଛି ଆନ୍ଦୋଳନକାରୀ ଅଟକାଇ ରଖିଥିଲେ ।
ଝିଅଙ୍କ ବିବାହ ବୟସ ୨୧କୁ ବୃଦ୍ଧି ନେଇ ବଢ଼ୁଛି ବିବାଦ, ସନ୍ଧ୍ୟାବତୀଙ୍କୁ କାଉଣ୍ଟର । ୨୧ ନୁହେଁ ୧୮ । ଝିଅଙ୍କ ବିବାହ ବୟସ ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ଉପରେ ଆପତ୍ତି ଉଠାଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ।
ରାଜ୍ୟରେ ପୁଣି ଚଢ଼ିଲା ଓମିକ୍ରନ୍ ମିଟର । ଆଉ ୨୪ ନୂଆ ସଂକ୍ରମିତ ଚିହ୍ନଟ ପରେ ସଂଖ୍ୟା ପହଞ୍ଚିଛି ୬୧ରେ । ଓମିକ୍ରନ୍ର ଏହି ଭୟ ଭିତରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନାର ଦୈନିକ ସଂକ୍ରମଣ ।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୪୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରେ ୧୬୬, କଟକରେ ୮୦ ଏବଂ ସମ୍ବଲପୁର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୯୯ ସଂକ୍ରମିତ । ଖୋର୍ଦ୍ଧା ଜିଲ୍ଲାରେ ଦ୍ରୁତ ସଂକ୍ରମଣ ଥିବା ବେଳେ ଭୁବନେଶ୍ୱରର ୫ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ।