• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ନିଜ ଫିଟନେସ୍ ଏବଂ ଷ୍ଟାଇଲ୍‌ ପାଇଁ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି। ତାଙ୍କ ଫ୍ୟାନ୍‌ଙ୍କ ସଂଖ୍ୟା ମଧ୍ୟ କିଛି କମ୍‌ ନୁହେଁ । ସୋସିଆଲ ମିଡିଆରେ ସବୁବେଳେ ସେ ଆକ୍ଟିଭ୍‌ ରୁହନ୍ତି । ଫ୍ୟାନ୍‌ମାନଙ୍କ ସହ ଯୋଡ଼ି ହୋଇ ରହିଥାନ୍ତି । ତେବେ ମଲାଇକା ନିଜକୁ ସୁନ୍ଦର କରିବା ପାଇଁ ଶରୀରରେ ଅନେକ ପରିବର୍ତ୍ତନ କରିଛନ୍ତି । ତାଙ୍କର ପୁରୁଣା ଫଟୋ ଏବଂ ଏବେକାର ଫଟୋ ଦେଖିଲେ ତାହା ଜଳଜଳ ହୋଇ ଦିଶୁଛି । ମଲାଇକା ଆରୋରାଙ୍କୁ ଦେଖି, ତାଙ୍କର ପ୍ରକୃତ ବୟସ କେତେ, ତାହା ଅନୁମାନ କରାଯିବା ସମ୍ଭବ ନୁହେଁ । ଅରବାଜ୍‌ ଖାନ୍‌ଙ୍କ ସହିତ ବିବାହ ବିଚ୍ଛେଦ ପରେ ଏବେ ସେ ଅର୍ଜୁନ କପୁରଙ୍କୁ ଡେଟ୍‌ କରୁଛନ୍ତି । ଉଭୟଙ୍କ ଯୋଡ଼ି ମଧ୍ୟ ଖୁବ୍‌ ଜମୁଛି । ସେମାନେ ପରସ୍ପରକୁ ବହୁତ ପସନ୍ଦ କରନ୍ତି । ୪୮ ବର୍ଷୀୟ ମଲାଇକା ଆରୋରା, ବିବାହର ୧୯ ବର୍ଷ ପରେ ଅରବାଜ୍‌ ଖାନଙ୍କଠାରୁ ଅଲଗା ହୋଇଥିଲେ ।

Malaika AroraMalaika Arora

ଫ୍ୟାନ୍‌ମାନେ ମଲାଇକା ଏବଂ ଅର୍ଜୁନଙ୍କ ଯୋଡ଼ିକୁ କାଫି ପସନ୍ଦ କରନ୍ତି । ଖାଲି ସେତିକି ନୁହେଁ ଭୟଙ୍କର ବିବାହକୁ ମଧ୍ୟ ଫ୍ୟାନ୍‌ମାନେ ତ୍ସାହର ସହିତ ଅପେକ୍ଷା କରିଛନ୍ତି । ମଲାଇକା ଅନେକ ବ୍ରାଣ୍ଡକୁ ଏଣ୍ଡୋର୍ସ କରିଥାନ୍ତି । ନିକଟ ଅତୀତରେ ଏକ ବ୍ୟୁଟି ପ୍ରଡକ୍ଟସ୍‌ କମ୍ପାନୀ ତାଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ସାଇନ୍‌ କରିଛି । ଏହି କାରଣରୁ, ମଲାଇକା ବହୁତ ରୋଜଗାର କରନ୍ତି । ନିୟମିତ ଯୋଗ ଏବଂ ବ୍ୟାୟାମ କରି ମଲାଇକା ନିଜକୁ ଫିଟ୍ ରଖନ୍ତି ।

ସମ୍ପତ୍ତି କେତେ ?

ମିଡିଆ ରିପୋର୍ଟ ଅନୁଯାୟୀ, ମଲାଇକାଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କା । ଫିଲ୍ମରେ ଗୋଟିଏ ଆଇଟମ୍ ଡ୍ୟାନ୍ସ କରିବା ପାଇଁ ମଲାଇକା ୧.୭୫ କୋଟି ଟଙ୍କା ଚାର୍ଜ କରିଥାନ୍ତି । ଏହା ସହିତ, ସେ ଅନେକ ରିଅଲିଟି ସୋ’ରେ ମଧ୍ୟ ଅଂଶଗ୍ରହଣ କରନ୍ତି । ଯେଉଁଠାରେ ସେ ମୋଟା ରକମର ରୋଜଗାର କରିଥାନ୍ତି । ରିଅଲିଟି ସୋ’ର ଗୋଟିଏ ଏପିସୋଡ୍ ପାଇଁ ସେ ମୋଟା ଅଙ୍କର ଫିସ୍‌ ନେଇଥାନ୍ତି । ଏହା ସହିତ, ମଲାଇକାଙ୍କ ଏକ ଡିଭା ଯୋଗ ଷ୍ଟୁଡିଓ ମଧ୍ୟ ରହିଛି ।

Malaika AroraMalaika Arora

ଅନେକ ଦାମୀ ଗାଡ଼ିର ମାଲିକାଣୀ

ବଲିଉଡ ଇଣ୍ଡଷ୍ଟ୍ରିର ଧନୀ ଅଭିନେତ୍ରୀମାନଙ୍କ ମଧ୍ୟରେ ମଲାଇକା ଆରୋରାଙ୍କ ନାଁ ମଧ୍ୟ ରହିଛି । ତାଙ୍କ ପାଖରେ ଅନେକ ଦାମୀ କାର କଲେକ୍ସନ ରହିଛି । ମୁମ୍ବାଇରେ ମଲାଇକାଙ୍କ ନିଜର ଏକ ବିଳାସପୂର୍ଣ୍ଣ ଫ୍ଲାଟ ରହିଛି, ଯେଉଁଥିରେ ସେ ତାଙ୍କ ପୁଅ ସହିତ ରୁହନ୍ତି । ଏହି ଅଭିନେତ୍ରୀଙ୍କ ପାଖରେ ରେଞ୍ଜ ରୋଭର, BMW ୭ ସରିଜ୍‌ ୭୩୦ LD, ଟୟୋଟା ଇନୋଭା କ୍ରିଷ୍ଟା, BMW X7 ଭଳି ଦାମୀ କାର୍ ରହିଛି । ମଲାଇକାଙ୍କ ପାଖରେ ଯେଉଁ ରେଞ୍ଜ ରୋଭର ରହିଛି ତାର ମୂଲ୍ୟ ୨.୧୧ କୋଟି ଟଙ୍କା ।

ଅଳ୍ପ ବୟସରୁ ମଡେଲିଂ କରିଥିଲେ

୨୩ ଅକ୍ଟୋବର ୧୯୭୩ରେ ମଲାଇକା ଜନ୍ମଗ୍ରହଣ କରିଥିଲେ । ଅଳ୍ପ ବୟସରୁ ସେ ମଡେଲିଂ ଆରମ୍ଭ କରିଥିଲେ । ୧୯୯୦ ଦଶକର ଶେଷ ଭାଗରେ ସେ ଭିଡିଓ ଜକି ଭାବରେ ମନୋନୀତ ହୋଇଥିଲେ । ସେ ନିଜର ଫିଟନେସ୍, ପୋଷାକ ଏବଂ ଡାନ୍ସ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ମଲାଇକା ଅନେକ ଚଳଚ୍ଚିତ୍ରରେ ଆଇଟମ୍ ନମ୍ବର କରିଛନ୍ତି ଯାହା ଅତ୍ୟନ୍ତ ଲୋକପ୍ରିୟ ହୋଇଛି ।