• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯେତେବେଳେ ବି ବିଶାଳକାୟ ଜୀବ ବିଷୟରେ କଥା ପଡ଼େ ସମସ୍ତଙ୍କ ମନରେ କେବଳ ଡାଇନୋସର କଥା ଆସେ। ଆଉ ଏହା ସ୍ୱାଭାବିକ୍‌ କଥା । ସେତେବେଳେ ପୃଥିବୀର ଜୀବମାନଙ୍କ ଭଧ୍ୟରେ ଏହି ଡାଇନୋସର ହିଁ ସବୁଠାରୁ ବିଶାଳକାୟ ଜୀବ ଥିଲା । ତେବେ ଆଜି ଆମେ କହିବୁ ଆକାଶରେ ଉଡ଼ୁଥିବା ଜୀବମାନଙ୍କ ମଧ୍ୟରେ ସବୁଠାରୁ ବିଶାଳକାୟ ଜୀବ ହେଉଛି ଟେରୋସାର । ଏହି ଜୀବର ଡେଣା ପ୍ରାୟ ୪୦ ଫୁଟ୍‌ ଚଉଡ଼ା । ଏହାର ପୁରା ନାଁ ହେଉଛି କେଟ୍‌ଜାଲ୍‌କୋଏଟ୍‌ଲସ୍‌ । କିନ୍ତୁ ସେମାନେ କିପରି ଉଡ଼ୁଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ନୂଆ ରିସର୍ଚ୍ଚରେ କେବଳ ସେମାନଙ୍କର ଉଡ଼ାଣ ପ୍ରକିୟାର ଅନୁସନ୍ଧାନ କରାଯାଇଛି ।

largest flying animallargest flying animal

ସେମାନଙ୍କ ବିଷୟରେ ଖୁବ୍‌ କମ୍‌ ତଥ୍ୟ ରହିଥିଲା

ଏବେ ସୁଦ୍ଧା ଟେରୋସାର ବିଷୟରେ ଖୁବ୍‌ କମ୍ ସୂଚନା ରହିଥିଲା । କାରଣ ସେମାନଙ୍କର ସ୍ୱଳ୍ପ ପରିମାଣର ଜୀବାଶ୍ମ ମିଳିଥିଲା। ନୂଆ ଗବେଶଣା ପରେ ଏହି ବିଶାଳକାୟ ଜୀବ ବିଷୟରେ ଅଧିକ ତଥ୍ୟ ଜଣାପଡ଼ିଲା । ଏମାନେ ଶୂନ୍ୟରେ ଅତି କମ୍‌ରେ ୮ ଫୁଟ୍‌ ପର୍ଯ୍ୟନ୍ତ ଡେଇଁ ପାରୁଥିଲେ ଏବଂ ଆକାଶରେ ଡେଣା ସାହାଯ୍ୟରେ ଉଡୁଥିଲେ ।

ପାଞ୍ଚ ମିଶ୍ରଣ

ଗବେଷଣା ନେଇ ଚଳିତ ମାସ ସୋସାଇଟି ଅଫ୍ ବହର୍ଟିବରେଟ୍ ପେଲିଏଓଣ୍ଟୋଲୋଜିରେ ପ୍ରକାଶ ପାଇଛି । ଏହା ପାଞ୍ଚଟି ଗବେଶଷଣାର ମିଶ୍ରଣ ବୋଲି କୁହାଯାଇଛି । ଅସ୍ଟିନ ଟେକ୍ସାସ୍ ୟୁନିଭରସିଟିର ନିର୍ଦ୍ଦେଶକ ତଥା ସଂକଳନର ସହ-ସମ୍ପାଦକ ମାଥ୍ୟୁ ବ୍ରାଉନ୍ କହିଛନ୍ତି ଯେ ଏଭଳି ବିସ୍ତୃତ ଅଧ୍ୟୟନ ପ୍ରଥମ ଥର ପାଇଁ ପ୍ରକାଶିତ ହୋଇଛି । ୫୦ ବର୍ଷ ପରେ ମଧ୍ୟ ଅଧିକ ସୂଚନା ନୁହେଁ ।

largest flying animallargest flying animal

କେଟ୍‌ଜାକ୍ଲୋଏଟଲସ୍ ବିଷୟରେ ପ୍ରାୟ ୫୦ ବର୍ଷ ପୂର୍ବେ ଜଣାଥିଲା । ଏମାନଙ୍କ ବିଷୟରେ ଖୁବ୍‌ କମ୍‌ ତଥ୍ୟ ରହିଥିଲା । ଟେକ୍ସାସ୍ ୟୁନିଭରସିଟିର ଏହି ସଂକଳନରେ କେଟ୍‌ଜାକ୍ଲୋଏଟଲସ୍ ଜୀବାଶ୍ମ ବିଷୟରେ ମଧ୍ୟ ସମସ୍ତ ସୂଚନା ପ୍ରଦାନ କରାଯାଇଛି । ଏହି ରିସର୍ଚ୍ଚରେ କେଟ୍‌ଜାକ୍ଲୋଏଟଲସ୍‌ର ସମସ୍ତ ହାଡ଼ର ଅଧ୍ୟୟନ କରାଯାଇ ଏହା ବିଷୟରେ ଉଲ୍ଲେଖ କରାଯାଇଛି । ଏଥିରେ ବିଗ୍ ବେଣ୍ଡରେ ମିଳିଥିବା ଅନ୍ୟ ଟେରୋସାରର ଜୀବାଶ୍ମର ତଥ୍ୟ ମଧ୍ୟ ସାମିଲ ଅଛି ।

ଏହି ଗବେଷଣାରୁ ଦୁଇଟି ନୂଆ ପ୍ରଜାତିର ଟେରୋସାର ବିଷୟରେ ଜଣାପଡ଼ିଛି । ଯେଉଁଥିରେ କେଟ୍‌ଜାକ୍ଲୋଏଟଲସ୍‌ର ନୂତନ ଛୋଟ ପ୍ରଜାତି ମଧ୍ୟ ସାମିଲ ଅଛି । ଯାହାର ଡେଣା ୧୮ ରୁ ୨୦ ଫୁଟ୍‌ ଚଉଡ଼ା ରହିଛି । ସ୍ନାତକୋତ୍ତର ଅଧ୍ୟୟନଠାରୁ କେଟ୍‌ଜାକ୍ଲୋଏଟଲସ୍ ବିଷୟରେ ଅଧ୍ୟୟନ କରୁଥିବା ବ୍ରାଏନ୍ ଆଣ୍ଡ୍ରେସ୍, ଏହାକୁ ପୋଷ୍ଟଡକ୍ଟରାଲ୍ ଅନୁସନ୍ଧାନକାରୀ ଭାବରେ ବିଶ୍ଳେଷଣ କରିଛନ୍ତି । ଏହି ନୂତନ କେଟ୍‌ଜାକ୍ଲୋଏଟଲସ୍ ପ୍ରଜାତିକୁ କେଟ୍‌ଜାକ୍ଲୋଏଟଲସ୍ ଲସୋନି ଭାବରେ ନାମିତ କରିଛନ୍ତି ।

ଛୋଟ ପ୍ରଜାତିର ଅଧିକ ଜୀବାଶ୍ମ

ବଡ଼ ପ୍ରଜାତିଗୁଡିକ ବିଷୟରେ କେବଳ ଅଳ୍ପ କିଛି ହାଡ଼ରୁ ଯାହା ତଥ୍ୟ ସାମ୍ନକୁ ଆସିଛି । କିନ୍ତୁ ଛୋଟ ପ୍ରଜାତିର ଶହ ଶହ ଜୀବାଶ୍ମ ଉପଲବ୍ଧ । ଏହାଦ୍ୱାରା ବୈଜ୍ଞାନିକମାନେ ଛୋଟ ପ୍ରଜାତି ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିପାରିଲେ । ହାଡ଼ଗୁଡ଼ିକ ସାହାଯ୍ୟରେ ସେମାନଙ୍କ ଗଢ଼ଣ କେମିତି ଥିଲା ତାହା ଜାଣିପାରିଲେ। ଏମିତିକି ସେମାନଙ୍କ ଶରୀର ପୁନର୍ଗଠନ ମଧ୍ୟ କରିବାରେ ସକ୍ଷମ ହେଲେ । ଏହା ପରେ ସେମାନେ ଜାଣିବାକୁ ଚେଷ୍ଟା କଲେ ଯେ, ଏହି ଜୀବମାନେ କାହା ସାହାଯ୍ୟରେ ବା କେମିତି ଆକାଶରେ ଉଡ଼ିଥାନ୍ତି । ଏହି ତଥ୍ୟକୁ ନେଇ କେଟ୍‌ଜାକ୍ଲୋଏଟଲସ୍‌ର ବଡ଼ ପ୍ରଜାତି ଉପରେ ମଧ୍ୟ ପ୍ରୟୋଗ କରିବାକୁ ଚେଷ୍ଟା ମଧ୍ୟ କରିଛନ୍ତି ।