• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଡିସେମ୍ବର ମାସ ସମାପ୍ତ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି । ଏହା ପରେ ଆମେ ସମସ୍ତେ ନୂଆ ବର୍ଷକୁ ସ୍ୱାଗତ କରିବା । ତେବେ ଏହି ଦିନକ ମଧ୍ୟରେ ଏମିତି କିଛି କାମ ଅଛି ଯାହାକୁ ପୁରା କରିବା ଆପଣଙ୍କ ପାଇଁ ବହୁତ ଜରୁରୀ । ଯଦି ନିର୍ଦ୍ଧାରିତ ତାରିଖ ପୂର୍ବରୁ ଆପଣ ଏହି କାମ ସାରିପାରିବେନି ତେବେ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ । ଏବେ ଜାଣନ୍ତୁ ସେସବୁ କ’ଣ..?

ଆୟକର ରିଟର୍ଣ୍ଣ ଦାଖଲ

ସରକାର ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟ ସୀମା ୩୧ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । କହିରଖୁଛୁ ସରକାର ସେପ୍ଟେମ୍ବରରେ ଆଇଟି ପୋର୍ଟାଲରେ କରୋନା ଭାଇରସ ମହାମାରୀ ଏବଂ ଯାନ୍ତ୍ରିକ ତୃଟି ମଧ୍ୟରେ ଆର୍ଥିକ ବର୍ଷ ୨୦୨୧ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟ ସୀମାକୁ ବଢାଇ ୩୧ ଡିସେମ୍ବର କରିଦେଇଥିଲେ । ଏବେ ସମୟ ପୂର୍ବରୁ ଆଇଟିଆର୍ ଫାଇଲ୍ କରିବାକୁ ହେବ ନଚେତ୍ ପେନାଲ୍ଟି ଦେବାକୁ ହେବ ।

ଜୀବନ ପ୍ରମାଣ ପତ୍ର ଜମା

ସରକାରୀ ସେବାନିବୃତ୍ତ ଲୋକଙ୍କ ପାଇଁ ନିଜ ବାର୍ଷିକ ଜୀବନ ପ୍ରମାଣ ପତ୍ର ଅର୍ଥାତ୍ ଜୀବନ ପ୍ରମାଣ ପତ୍ର ଜମା କରିବାର ସମୟ ସୀମା ୩୧ ଡିସେମ୍ବର ୨୦୨୧ । ନିକଟରେ କାର୍ମିକ, ଲୋକ ଅଭିଯୋଗ ଏବଂ ପେନସନ୍ ମନ୍ତ୍ରାଳୟ ଜୀବନ ପ୍ରମାଣ ପତ୍ର ଜମା କରିବାର ସମୟ ସୀମା ୩୦ ନଭେମ୍ବର ୨୦୨୧ର ପଛୁଆ ସମୟ ସୀମାରୁ ବୃଦ୍ଧି କରି ୩୧ ଡିସେମ୍ବର କରିଛି । ଏଭଳି କ୍ଷେତ୍ରରେ ପେନସନର୍ସଙ୍କୁ ନିଜ ପେନସନ୍ ଜାରି ରଖିବା ପାଇଁ ଠିକ୍‌ ସମୟରେ ନିଜ ଜୀବନ ପ୍ରମାଣ ପତ୍ର ଜମା କରିବା ଗୁରୁତ୍ୱପୂର୍ଣ୍ଣ ।

ଡିମେଟ୍, ଟ୍ରେଣ୍ଡିଂ ଖାତାକୁ କେୱାଇସି

SEBI ଡିମେଟ୍ ଓ ଟ୍ରେଡିଂ ଖାତାକୁ କେୱାଇସି ପ୍ରକ୍ରିୟାର ସମୟ ସୀମା ୩୦ ସେପ୍ଟେମ୍ବର ୨୦୨୧ରୁ ବୃଦ୍ଧି କରି ୩୧ ଡିସେମ୍ବର ୨୦୨୧ କରିଦେଇଛି । ଏକ ଡିମେଟ୍, ଟ୍ରେଡିଂ ଖାତାଧାରୀଙ୍କୁ ଯେଉଁ କେୱାଇସି ଏଣ୍ଟ୍ରିବ୍ୟୁଟ୍‌ସ୍‌କୁ ଅପଡେଟ୍ କରିବା ଆବଶ୍ୟକ ସେଗୁଡିକର ଡିଟେଲ୍ସ ହେଲା – ନାଁ, ଠିକଣା, ପାନ୍, ବୈଧ ମୋବାଇଲ ନମ୍ବର, ବୈଧ ମେଲ୍ ଆଇଡି, ଆୟ ସୀମା ।

ଆଧାରକୁ ୟୁଏଏନ୍ ସହ ଯୋଡ

ଯଦି ଆପଣ ପ୍ରାଇଭେଟ୍ ସେକ୍ଟରରେ କାମ କରୁଛନ୍ତି ଏବଂ ଇପିଏଫଓ ସବସ୍କ୍ରାଇବର୍ସ ତେବେ ଇପିଏଫଓ ଖାତାଧାରୀଙ୍କ ପାଇଁ ବହୁତ ଜରୁରୀ ଖବର । ମହାମାରୀର ଦ୍ୱିତୀୟ ଲହରୀର ପ୍ରଭାବ ଯୋଗୁଁ ଶ୍ରମ ମନ୍ତ୍ରାଳୟ ଉତ୍ତର-ପୂର୍ବ ରାଜ୍ୟ ଏବଂ କିଛି ପ୍ରତିଷ୍ଠାନ ପାଇଁ ବାଧ୍ୟତାମୂଳକ ଆଧାର ଲିଙ୍କିଂରେ ୪ ମାସର ବିଳମ୍ବ ୩୧ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ କରିଦେଇଛି । କହିରଖୁଛୁ ଇପିଏଫଓର ମେମ୍ବର୍ସଙ୍କ ପାଇଁ ନିଜ ଇପିଏଫଓ ଆକାଉଣ୍ଟକୁ ଆଧାର ସହ ଲିଙ୍କ କରାଇବା ବାଧ୍ୟତାମୂଳକ । ସୋସିଆଲ ସିକ୍ୟୁରିଟି କୋଡ୍ ୨୦୨୦ ଅନୁସାରେ ଇପିଏଫଓ ଆଧାର ସହିତ ଯୋଡିବାର ନିଷ୍ପତ୍ତି ନେଇଥିଲା । ତଦନୁସାରେ ସମସ୍ତ ମେମ୍ବର୍ସଙ୍କୁ ୟୁଏଏନ୍ ମଧ୍ୟ ଆଧାର ଭେରିଫାଏଡ୍ ହେବା ଜରୁରୀ । ଏଥିପାଇଁ ଆପଣଙ୍କୁ ଇପିଏଫ୍ ଆକାଉଣ୍ଟକୁ ଆଧାର ସହିତ ଯୋଡିବା ଏବଂ ୟୁଏଏନକୁ ଆଧାର ଭେରିଫାଏଡ୍ କରିବା ଆବଶ୍ୟକ ।

କମ୍ ସୁଧରେ ହୋମ୍ ଲୋନ୍

ଯଦି ଆପଣ ବ୍ୟାଙ୍କ ଅଫ୍ ବରୋଦା(BoB)ର କଷ୍ଟମର ତେବେ ଆପଣଙ୍କୁ ଚଳିତ ମାସ ପର୍ଯ୍ୟନ୍ତ କମ୍ ସୁଧରେ ହୋମ୍ ଲୋନ୍ ମିଳିଯିବ । କହିରଖୁଛୁ BoB ପାର୍ବଣ ସିଜନରେ ହୋମ୍ ଲୋନ୍ ସୁଧ ଦରକୁ ହ୍ରାସ କରି ୬.୫୦ ପ୍ରତିଶତ କରିଦେଇଛି । ଏଥିରେ ଆପଣ ଶସ୍ତା ଦରରେ ହୋମ୍ ଲୋନ୍ ନେଇପାରିବେ । ଏହି ଅଫରର ଫାଇଦା ୩୧ ଡିସେମ୍ବର ପର୍ଯ୍ୟନ୍ତ ମିଳିବ । ଯଦି ଆପଣ ହୋମ୍ ଲୋନ୍ ନେବା ପାଇଁ ଚିନ୍ତା କରୁଛନ୍ତି ତେବେ ୩୧ ଡିସେମ୍ବର ସୁଦ୍ଧା ଆବେଦନ କରି ଏହି ଅଫରର ଫାଇଦା ନେଇପାରିବେ ।

ଇପିଏଫ୍ ଆକାଉଣ୍ଟରେ ଇ-ନୋମିନି ରେଜିଷ୍ଟର କରିବାଠୁ ନେଇ ଆଇଟିଆର୍ ଫାଇଲ୍ କରିବାର ଶେଷ ତାରିଖ ୩୧ ଡିସେମ୍ବର ୨୦୨୧ । ଏହିଭଳି କିଛି ଜରୁରୀ କାର୍ଯ୍ୟ, ଯାହାକୁ ଆପଣ ୩୧ ଡିସେମ୍ବର ପୂର୍ବରୁ ପୁରା କରିବାକୁ ହେବ ।