• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦେଶର ସବୁଠାରୁ ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ହେଉଛନ୍ତି ଦେଶର ସବୁଠାରୁ ପ୍ରିୟ ସେଲିବ୍ରିଟି । ତାଙ୍କର ଖୁବ୍‌ ପ୍ରଶଂସକ ଅଛନ୍ତି । ତାଙ୍କ କମେଡି ଶୋ - 'ଦି କପିଲ ଶର୍ମା ଶୋ' ଟେଲିଭିଜନରେ ସବୁଠାରୁ ଅଧିକ ଦେଖାଯାଉଥିବା ଶୋ ମଧ୍ୟରୁ ଅନ୍ୟତମ । କମେଡି କିଙ୍ଗ୍‌ କପିଲ ଶର୍ମା ନିଜର କଠିନ ପରିଶ୍ରମ ଏବଂ ନିଷ୍ଠା ବଳରେ ଏହି ସଫଳତା ହାସଲ କରିଛନ୍ତି । କପିଲ ଶର୍ମା ଏବେ ଟିଭି ଦୁନିଆର ସବୁଠୁ ଅଧିକ ପାରିଶ୍ରମିକ ନେଉଥିବା ଜଣେ ଷ୍ଟାର । ତେବେ ଆସନ୍ତୁ ଜାଣିବା କମେଡି କିଙ୍ଗର ରୋଜଗାର କେତେ, ଆଉ ତାଙ୍କର କେତେ ସମ୍ପତ୍ତି ରହିଛି..?

Kapil SharmaKapil Sharma

୨୦୧୯ରେ ସର୍ବାଧିକ ପାରିଶ୍ରମିକ ପାଉଥିବା ଫୋବର୍ସ ସେଲିବ୍ରିଟିଙ୍କ ତାଲିକାରେ କମେଡିଆନ୍‌ କପିଲ ଶର୍ମା ମଧ୍ୟ ସ୍ଥାନ ପାଇଥିଲେ । ଯାହାକି ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା । ହେଡଲାଇନ୍ ପ୍ରସ୍ତୁତ କରିଥିଲେ | ଦ୍ୱିତୀୟ ଥର ପାଇଁ ଫୋର୍ବସ୍ ତାଲିକାରେ ସ୍ଥାନ ପାଇଥିବା ଏହି କମେଡିଆନ୍‌ ୨୦୧୯ରେ ୩୪.୯୮ କୋଟି ଟଙ୍କା ରୋଜଗାର କରିଥିଲେ । ତାଙ୍କର ବାର୍ଷିକ ଆୟ 30 କୋଟିରୁ ଅଧିକ ଥିଲା । ରିପୋର୍ଟ ଅନୁଯାୟୀ, କପିଲଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୧୭୦ କୋଟି ।

କମେଡି ସ୍ପେଶାଲ୍ ହୋଷ୍ଟିଂ ବ୍ୟତୀତ କପିଲ ଶର୍ମାଙ୍କର ଏକ ପ୍ରଡକ୍ସନ୍ ହାଉସ୍ 'K9 ପ୍ରଡକ୍ସନ୍ସ' ମଧ୍ୟ ରହିଛି । ଏହି ପ୍ରଡକ୍ସନ୍ ହାଉସ ବ୍ୟାନରରେ ଅନେକ ପଞ୍ଜାବୀ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଥାଏ । କପିଲ ନିଜ ପ୍ରଡକ୍ସନ ହାଉସ୍‌ରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି ।

Kapil SharmaKapil Sharma

ମିଡିଆ ରିପୋର୍ଟ ଅନୁଯାୟୀ କପିଲ ଶର୍ମାଙ୍କ ପାଖରେ ନିଜର ଏକ ବିଳାସପୂର୍ଣ୍ଣ ଭ୍ୟାନିଟି ଭ୍ୟାନ୍ ରହିଛି । ଯାହାର ମୂଲ୍ୟ ପ୍ରାୟ ୫.୫ କୋଟି ଟଙ୍କା ।

କପିଲ ଶର୍ମାଙ୍କ ପାଖରେ ଅନେକ ଦାମୀ ଏବଂ ବିଳାସପୂର୍ଣ୍ଣ କାର ମଧ୍ୟ ରହିଛି । ମିଡିଆ ରିପୋର୍ଟ ଅନୁଯାୟୀ, କପିଲଙ୍କ ପାଖରେ ମର୍ସିଡିଜ୍-ବେଞ୍ଜ୍ ଏସ୍-କ୍ଲାସ୍ ଏବଂ ଭଲଭୋ XC90ର ରହିଛି । ଯାହାର ମୂଲ୍ୟ ଯଥାକ୍ରମେ, ୧.୧୯ କୋଟି ଏବଂ ୧.୩ କୋଟି ଟଙ୍କା ରହିଛି ।

ଖବର ଅନୁଯାୟୀ, ସୋନି ଟିଭିର 'ଦି କପିଲ ଶର୍ମା ଶୋ' ପାଇଁ ସେ ପ୍ରତି ଏପିସୋଡ ପିଛା ୮୦ ରୁ ୯୦ ଲକ୍ଷ ଟଙ୍କା ନେଇଥାନ୍ତି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ 'ଦି କପିଲ ଶର୍ମା ଶୋ'ର ପୂରା ଟିମ୍ ସାରା ବିଶ୍ୱରେ ଶୋ’ କରିଥାଏ । ଯେଉଁଥିପାଇଁ ସେ ଅତି କମ୍‌ରେ ୮୦ ଲକ୍ଷ ଟଙ୍କା ଶୁଳ୍କ ନେଇଥାନ୍ତି ।

Kapil SharmaKapil Sharma

ଟେଲିଭିଜନ କାର୍ଯ୍ୟକ୍ରମରୁ ପ୍ରଚୁର ରୋଜଗାର କରିବା ସହ, କପିଲଙ୍କର ସମଗ୍ର ବିଶ୍ୱରେ ଅନେକ ରିଅଲ୍ ଇଷ୍ଟେଟ୍ ସମ୍ପତ୍ତି ରହିଛି । ଖବର ଅନୁଯାୟୀ ମୁମ୍ବାଇସ୍ଥିତ କପିଲ ଶର୍ମାଙ୍କ ବାସଭବନର ମୂଲ୍ୟ ପ୍ରାୟ ୮ କୋଟି ଟଙ୍କା ।

ହାସ୍ୟ ଅଭିନେତା କପିଲ ଶର୍ମା ଖୁବ୍ ଶୀଘ୍ର ଏକ ଆନିମେଟେଡ୍ ଚଳଚ୍ଚିତ୍ରରେ ନିଜର କଣ୍ଠ ପ୍ରଦାନ କରିବାକୁ ଯାଉଛନ୍ତି । ଖବର ଅନୁଯାୟୀ, ତରୁଣ ମନସୁକାନୀଙ୍କ 'କୁଚି କୁଚି ହୋତା ହେ' ପାଇଁ କପିଲ ନଜ ସ୍ୱର ଦେବେ । ଏହି ଚଳଚ୍ଚିତ୍ରଟି ଖୁବ୍‌ଶୀଘ୍ର ରିଲିଜ୍ ହୋଇପାରେ ।

ହୋଷ୍ଟିଂ ମାଧ୍ୟମରେ ମୋଟା ରକମର ରୋଜଗାର କରିବା ବ୍ୟତୀତ କପିଲ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ମାଧ୍ୟମରେ ମଧ୍ୟ ଖୁବ୍‌ ରୋଜଗାର କରଇଥାନ୍ତି । ଖବର ଅନୁଯାୟୀ, ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ପାଇଁ କପିଲ ପ୍ରାୟ ୧ କୋଟି ଟଙ୍କା ଚାର୍ଜ କରନ୍ତି । ହୋଣ୍ଡା, OLX, ପଲିସି ବଜାର ଏବଂ ଅନ୍ୟାନ୍ୟ ବ୍ରାଣ୍ଡ ସହିତ ଜଡିତ ।