• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weather Updates

Odisha Flood
କମୁଛି ବନ୍ୟା ଜଳ, ତଥାପି ରୁହନ୍ତୁ ସତର୍କ

ଜଳସ୍ତର ବି ଧୀରେ ଧୀରେ କମିବାରେ ଲାଗିଛି। ତଥାପି ସମସ୍ତେ ସତର୍କ ରହିବାକୁ SRC ପ୍ରଦୀପ ଜେନା କହିଛନ୍ତି। ମହାନଦୀରେ ଏଯାଏ ୬ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। 

Very To Very Heavy Rainfall In 17 Districts Of Odisha
ଆଜିଠୁ ୩ ଦିନ ବର୍ଷିବ ! ୧୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ବିଶେଷ କରି ୧୮, ୧୯ ଏବଂ ୨୦ ତାରିଖ ତିନି ଦିନ ବର୍ଷିବ। ତେବେ ବର୍ଷାର ପରିମାଣ ୧୯ ତାରିଖରେ ଅଧିକ ରହିବ। ୧୮ ତାରିଖରେ ୧୯ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Floodwaters have washed away farmland
ପାଞ୍ଚଟା ଦିନ ଆଗରୁ ଏଠି ସୁନ୍ଦର ପରିବା କିଆରୀ ଥିଲା, ହେଲେ ଏବେ ?

ଯାହା ନଜରକୁ ଆସୁଛି, ତାକୁ ସହଜେ ବିଶ୍ୱାସ କରିବା କଷ୍ଟ।

Flood
ଆଖିରେ ଜକେଇ ଆସୁଛି ଲୁହ, ମନରେ ଅସମ୍ଭାଳ କୋହ

ପୁରୀ ଜିଲ୍ଲା ଷୋଳପୁର ଗାଁ ବାସିନ୍ଦା ଜୀବନ ବିକଳେ ଗାଈ ଗୋରୁ, ପିଲା ଛୁଆଙ୍କୁ ଧରି ଏକପ୍ରକାର ଅଖିଆ ଅପିଆ ଅବସ୍ଥାରେ ପଡ଼ିରହିଛନ୍ତି ।

Cuttack - Jagatsinghpur Flood
ବନ୍ୟାର କରାଳ ରୂପ, ନଈନାଳ ବିଲ ମାଳ ରାସ୍ତାଘାଟ ଘରଦ୍ୱାର ସବୁ ଏକାକାର

କଟକ ଜିଲ୍ଲାର ସବୁଠୁ ଅଧିକ ପ୍ରଭାବିତ ବାଙ୍କି ବ୍ଲକ୍ ଶିମିଳିପୁର ପଞ୍ଚାୟତ ସୁତାଖଳା ଗାଁର ସ୍ଥିତି ଅତି ଦୟନୀୟ ।

Flood situation due to heavy rains
ଛତିଶଗଡ ଓ ଓଡିଶାରେ ପ୍ରବଳ ବର୍ଷା ହେବା ପରେ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି

ପୂର୍ବରୁ ୧୯୮୨, ୨୦୦୧, ୨୦୦୬, ୨୦୦୮, ୨୦୧୧, ୨୦୨୦ରେ ମହାନଦୀ ଅବବାହିକାରେରେ ବି ବଡ ବନ୍ୟା ଆସିଥିଲା।

Flood in Bhubaneswar
ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି

କଣ୍ଟିଲୋ ଅଞ୍ଚଳରେ ସ୍ଥିତି ଅଧିକ ଖରାପ ହୋଇଛି। ଗାଁରେ ଚାଲିଛି ଅଣ୍ଟାଏ ଉପରେ ପାଣି।

samir das
ବନ୍ୟା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ବଡ଼ ପ୍ରସ୍ତୁତି

ସ୍କୁଲର MDM ସାମଗ୍ରୀ ଆବଶ୍ୟକ ଅନୁସାରେ ଖର୍ଚ୍ଚ ହୋଇପରେ । ପରେ ଏହାକୁ ଭରଣା ହେବ ।

Floodwaters have washed away farmland
ଚାଷ ଜମିକୁ ଧୋଇ ଦେଲାଣି ବନ୍ୟାପାଣି

ଚାଷୀ ମୁଣ୍ଡର ଝାଳ ତୁଣ୍ଡରେ ମାରି ସୁନାର ଫସଲ ଫଳାଇବ ବୋଲି ଆଶା ରଖିଥିଲା। ହେଲେ ଏବେ ପରିବା କିଆରୀ କହିଲେ ପାଣି ଉପରକୁ ମୁଣ୍ଡ ଟେକିଥିବା ଗଣ୍ଡାଗଣ୍ଡା ବାଉଁଶ ଖୁଣ୍ଟ, ଆଉ ଧାନବିଲ। ଯାହା ନଜରକୁ ଆସୁଛି, ତାକୁ ସହଜେ ବିଶ୍ୱାସ କରିବା କଷ୍ଟ।

Flood situation due to heavy rains
ପ୍ରବଳ ବର୍ଷାରୁ ବନ୍ୟା ସ୍ଥିତି ; କ’ଣ ରହିଛି ଏହା ପଛର କାରଣ

ମହାନଦୀରେ ବଡ଼ ବନ୍ୟା। କ’ଣ ହୋଇପାରେ ଏହା ପଛର କାରଣ ? ଛତିଶଗଡ ଏକାଧିକ ବ୍ୟାରେଜ୍ ନିର୍ମାଣ ? ନା ହୀରାକୁଦ ଡ୍ୟାମ୍ ପଙ୍କରେ ପୋତି ହୋଇପଡୁଥିବାରୁ ସୃଷ୍ଟି ହେଉଛି ସମସ୍ୟା? ଆସନ୍ତୁ ଜାଣିବା…

Flood in Bhubaneswar
ରାଜଧାନୀବାସୀଙ୍କୁ ନୟାନ୍ତ କଲାଣି ସହରୀ ବନ୍ୟା

ବନ୍ୟା କୋପରୁ ବାଦ୍ ପଡ଼ିନି ରାଜଧାନୀ ଭୁବନେଶ୍ୱର। ଦୟା ନଦୀର ପଛୁଆ ପାଣିରେ ଜଳମଗ୍ନ ହୋଇଛି ସହର ଉପକଣ୍ଠ। ସୁନ୍ଦରପଦା, କୁଆ କଣ୍ଟିଲୋ, ବାଲିପାଟଣା, ଧଉଳି ହୋଇଛି ଜଳମଗ୍ନ। ପ୍ରାକୃତିକ ଜଳାଶୟ ଜବରଦଖଲ ଓ ବେଆଇନ ନିର୍ମାଣ ସହରୀ ବନ୍ୟାର କାରଣ ବୋଲି କୁହାଯାଉଛି।

Flood
ପୁରୀ-ଖୋର୍ଦ୍ଧାରେ ବନ୍ୟାର ତାଣ୍ଡବ ! କୁଶଭଦ୍ରା-ରାଜୁଆ ନଦୀ ବଢ଼ିରେ ବୁଡ଼ିଲା ଗାଁ

ବନ୍ୟାର ଆଁରେ ପୁରୀ-ଖୋର୍ଦ୍ଧା । ଖୋର୍ଦ୍ଧା ତିରିମଲ ପାଖରେ ଶହେ ଫୁଟ୍‌ର ଘାଇ । ଖୋର୍ଦ୍ଧା-ବଲାଙ୍ଗିର ଏନ୍ଏଚ୍‌ରେ ଗାଡ଼ି ଚଳାଚଳ ଠପ୍ ।

SRC Pressmeet
ମୁଣ୍ଡଳିରେ କମୁଛି ବନ୍ୟା ଜଳ, ୪ଟି ଜିଲ୍ଲାରେ ବି ପିକ୍ ଫ୍ଲଡ୍ କମିଛି

ଯାଏଁ ୬ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା କହିଲଷ SRC ।

Cuttack - Jagatsinghpur Flood
କଟକ-ଜଗତସିଂହପୁରରେ ବନ୍ୟାର କରାଳ ରୂପ ! ବୁଡ଼ି ଗଲାଣି ଗାଁ ଗଣ୍ଡା-ରାସ୍ତାଘାଟ

ଘାଇ ମୁହଁରୁ ବିପନ୍ନଙ୍କୁ ବଞ୍ଚାଇବାକୁ ଚାଲିଛି ଉଦ୍ୟମ । ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରୁଛି ଅଗ୍ନିଣମ ବାହିନୀ ।

Flood
ମୋହନାରେ ବନ୍ୟା ସ୍ଥିତି ଗମ୍ଭୀର ! ୬ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

୬ଟି ଗାଁରେ ଜଳ ବନ୍ଦୀ ଜୀବନ କାଟୁଛନ୍ତି ଗ୍ରାମବାସୀ । ରାଜଖମା ନିକଟ ଗଦାପୁର ନଦୀରେ ଜଳସ୍ତର ବୃଦ୍ଧି  ।

BJP
ବନ୍ୟା ସ୍ଥିତି ଗମ୍ଭୀର ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲା ବିଜେପି

ସରକାରଙ୍କ ଅବହେଳାରୁ ବନ୍ୟାସ୍ଥିତି ସଂଗୀନ । ନଦୀବନ୍ଧର ସୁରକ୍ଷା ପାଇଁ ୩ ବର୍ଷ ହେଲା ବୈଠକ ନାହିଁ ।

SRC
୧୦ ବର୍ଷ ପରେ ଏଥର ମୁଣ୍ଡଳିରେ ସବୁଠୁ ଅଧିକ ପାଣି, ଆଗାମୀ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଗତକାଲି ଦୁଇଟି ସ୍ଥାନରେ ଘାଇ ହୋଇଥିବା ବେଳେ ଆଜି ଆଉ ୨ଟି ସ୍ଥାନରେ ଘାଇ ହୋଇଛି କହିଲେ SRC ।

Special story
ବନ୍ୟା ପାଇଁ କେଉଁ କେଉଁ ଜିଲ୍ଲା ସର୍ବାଧିକ ପ୍ରଭାବିତ ?

ବନ୍ୟା ହେବା ଫଳରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଯାଜପୁର ପ୍ରଭାବିତ ହୋଇଛି

 Flood situation unlikely to change in next 24 hours
‘ଆଉ ୨୪ ଘଣ୍ଟା ବନ୍ୟା ପ୍ରଭାବ ରହିବ’

ବର୍ତ୍ତମାନ ହୀରାକୁଦ ଗେଟ୍ ଆଉ ଖୋଲିବା କି ବନ୍ଦ ନେଇ ନିଷ୍ପତ୍ତି ହୋଇନି। ସ୍ଥିତି ଦେଖିଲା ପରେ ଗେଟ୍ ବନ୍ଦ କି ଖୋଲାହେବ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି।

Floods wreak havoc in puri
ପୁରୀରେ ବନ୍ୟା ପ୍ରକୋପ: ବିଭିନ୍ନ ସ୍ଥାନରେ ସୃଷ୍ଟି ହେଲା ଘାଇ

ଜୁଆ ନଦୀରେ ଗଡ଼ସାନପୁଟର ଲୋକାପାଳ ଓ ହଳଦୀଆପଡ଼ାରେ ଯେଉଁ ଘାଇ ହୋଇଥିଲା, ତାହା ୧୦୦ ମିଟର ଚଉଡା ହେଲାଣି। ଅନେକ ଲୋକ ଗାଁ ଛାଡି ନିରାପଦ ସ୍ଥାନରେ ଆଶ୍ରୟ ନେଇଛନ୍ତି। 

Backwater from Daya river floods Bhubaneswar outskirts
ଭୁବନେଶ୍ୱରରେ ବନ୍ୟା: ରାସ୍ତାରେ ଲହଡ଼ି ମାରୁଛି ବନ୍ୟା ପାଣି

ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ଅଞ୍ଚଳରେ ଦୟାନଦୀର ପଛୁଆ ପାଣି ପଶି ଯାଇଛି। ଫସି ରହିଥିବା ଲୋକମାନଙ୍କୁ ଓଡ୍ରାଫ୍ ଟିମ୍ ପକ୍ଷରୁ ଉଦ୍ଧାର କରାଯାଇଛି। 

Father And Son Rescued Who Trapped In Mahanadi
ମହାନଦୀରୁ ବାପ, ପୁଅ ଉଦ୍ଧାର; ୩ ଦିନ ହେଲା ଫସିଥିଲେ...

୩ ଦିନ ପୂର୍ବେ ବାପ, ପୁଅ ଛେଳି ଚରାଇବାକୁ ଯାଇଥିଲେ। ହଠାତ୍ ବନ୍ୟା ପାଣି ଆସିଯିବାରୁ ଉଭୟ ଫସି ଯାଇଥିଲେ। 

Flood Situation In odisha
ଆସନ୍ତା ୨-୩ ଦିନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ, ୧୦ ଜିଲ୍ଲାକୁ ଆଲର୍ଟ

ଆଗାମୀ ୨-୩ ଦିନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିବ। ବିପଦ ସଙ୍କୁଳ ଅବସ୍ଥାରେ ଥିବା ଲୋକମାନଙ୍କୁ ଆବଶ୍ୟକ ରିଲିଫ୍ ଓ ମୌଳିକ ସୁବିଧା ଯୋଗାଇଦେବା ପାଇଁ କୁହାଯାଇଛି।

Heavy Rainfall Alert Likely In 16 Districts Of Odisha
୧୯ରେ ପୁଣି ଲଘୁଚାପ ! କାଲି ୧୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଉତ୍ତର ବଙ୍ଗୋପସାଗରରେ ଆସନ୍ତା ୧୯ରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୮ ତାରିଖରୁ ପୁଣି ବର୍ଷା ଆରମ୍ଭ ହେବ।

Mahanadi Flood
ଭୟଙ୍କର ବନ୍ୟା ! ବରଗଡ଼ରୁ ଜଗତସିଂହପୁର ଜିଲ୍ଲା ପର୍ଯ୍ୟନ୍ତ ସ୍ଥିତି ସଙ୍ଗିନ

ମୁଣ୍ଡଳିଠାରେ ମହାନଦୀ ଦେଖାଇଛି ତାର କରାଳ ରୂପ । ଏଠି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ନଦୀ ।