Advertisment

ଆଜି ସନ୍ଧ୍ୟାରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ବିପର୍ଯ୍ୟୟ’ ! ସମୁଦ୍ରରେ ଆସିପାରେ ଉଚ୍ଚ ଜୁଆର

ଆଜି ଗୁଜରାଟ ଉପକୂଳ ଛୁଇଁବ ବାତ୍ୟା ‘ବିପର୍ଯ୍ୟୟ’। ସନ୍ଧ୍ୟାରେ ଏହା ଲ୍ୟାଣ୍ଡଫଲ୍‌ କରିପାରେ। ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ରହିବାର ସମ୍ଭାବନା ରହିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Severe cyclonic storm ‘Biparjoy’ to make landfall today evening

Severe cyclonic storm ‘Biparjoy’ to make landfall today evening

ଆଜି ଗୁଜରାଟ ଉପକୂଳ ଛୁଇଁବ ବାତ୍ୟା ‘ବିପର୍ଯ୍ୟୟ’। ଉତ୍ତର ଆରବ ସାଗରରେ ସୃଷ୍ଟ ହୋଇଥିବା ବାତ୍ୟା ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ଉତ୍ତର ପୂର୍ବ ଦିଗରେ ଗତି କରୁଛି। ଏହା ମାଣ୍ଡଭି ଓ କରାଚି ମଧ୍ୟରେ ଥିବା ଜଖୌ ବନ୍ଦର ନିକଟରେ ସ୍ଥଳଭାଗ ଛୁଇଁପାରେ। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ରହିବାର ସମ୍ଭାବନା ରହିଛି।

Advertisment

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ବର୍ତ୍ତମାନ ବାତ୍ୟା ଜଖୌ ବନ୍ଦର(ଗୁଜରାଟ)ର ପଶ୍ଚିମ-ଦକ୍ଷିଣପଶ୍ଚିମଠୁ ୨୦୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। ଆଜି ସନ୍ଧ୍ୟା ସୁଦ୍ଧା ଏହା ସୌରାଷ୍ଟ୍ର ଓ କଚ୍ଛ ଏବଂ ପାକିସ୍ତାନ ଉପକୂଳ ମାଣ୍ଡଭି ଓ କରାଚି ମଧ୍ୟରେ ଜଖୌ ବନ୍ଦର ନିକଟ ଦେଇ ଅତିକ୍ରମ କରିପାରେ।

Advertisment

ଏହା ସମୁଦ୍ରରେ ଦୁର୍ବଳ ହୋଇ ଅତି ଭୀଷଣ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଥିଲେ ବି ଲ୍ୟାଣ୍ଡଫଲ୍‌ ବେଳକୁ ବ୍ୟାପକ କ୍ଷୟକ୍ଷତି ଘଟାଇବାର ଆଶଙ୍କା ରହିଛି। ପାଣିପାଗ ବିଭାଗ ପକ୍ଷରୁ ସୌରାଷ୍ଟ୍ର ଏବଂ କଚ୍ଛ ଉପକୂଳ ପାଇଁ ରେଡ ଆଲର୍ଟ ଜାରି କରାଯାଇଛି। ବାତ୍ୟା ପ୍ରଭାବରେ ସମୁଦ୍ରରେ ଅତି ଉଚ୍ଚ ଜୁଆର ଆସିବା ସହ ସମୁଦ୍ର ଅଶାନ୍ତ ରହିପାରେ।

ସେପଟେ ଗୁଜରାଟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାତ୍ୟା ବିପତ୍ତିକୁ ଯଥାସମ୍ଭବ ହ୍ରାସ କରିବା ପାଇଁ ପ୍ରସ୍ତୁତି କରାଯାଇଛି। ଏଯାଏ ୫୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜରୁରୀକାଳୀନ ପରିସ୍ଥିତିର ମୁକାବାଲି ଲାଗି ୧୭ଟି ଏନଡିଆରଏଫ୍ ଟିମ୍ ସହ ୧୨ଟି ଏସଡିଆରଏଫ୍ ଟିମ୍‌ ମୁତୟନ ହୋଇଛନ୍ତି। ବାତ୍ୟା ପାଇଁ ୭୬ଟି ଟ୍ରେନ୍ ବାତିଲ କରାଯାଇଛି। 

Cyclone
Advertisment
Advertisment