/odishatv-khabar/media/post_attachments/uploadimage/library/16_9/16_9_0/Heat_Wave_1686574880.jpg)
Heat Wave
ଖରା..ଖରା..ଆଉ ଖାଲି ଖରା । ଆଜି ବି ଜାଳୁଛି, ଆଜି ବି କଲବଲ କରୁଛି । ପଶ୍ଚିମରୁ ଦକ୍ଷିଣ, ଉପକୂଳରୁ ଉତ୍ତର, ସବୁଠି ଏତେ ଗରମ ଯେ, ଘରୁ ବାହାରିବା ମୁସକିଲ ହୋଇପଡ଼ିଛି । ଆଜି ସମ୍ବଲପୁରରେ ୪୬.୧ ଡିଗ୍ରୀ ରେକର୍ଡ ହୋଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ୫ ସହରରେ ୪୦ ଡିଗ୍ରୀ ଉପରେ ରହିଛି ତାପମାତ୍ରା ।
ତାତିରେ ରେକର୍ଡ ଭାଙ୍ଗିଲା ସମ୍ବଲପୁର । ଆଜି ସମ୍ବଲପୁରରେ ୪୬.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ବରରେ ପାରଦ ୪୪.୩ ଡିଗ୍ରୀ ରହିଥିଲା । ଏବର୍ଷର ସବୁଠୁ ଅଧିକ ଉତ୍ତପ୍ତ ସହର ହେଉଛି ସମ୍ବଲପୁର । ଏଥରର ରଜ ବି ଖରା ଓ ଗରମରେ ପାଳନ କରିବାକୁ ପଡ଼ିଭ । ଆଗାମୀ ୪ରୁ ୫ ଦିନ ଯାଏଁ ଏପରି ତାତି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ସେପଟେ ଆଜି କଟକ ଓ ଭୁବନେଶ୍ୱରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଗାମୀ ୨ ଦିନ ଯାଏ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଉପକୂଳ ଅଞ୍ଚଳରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ। ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତୁଳନାରେ ୪ରୁ ୬ ଡିଗ୍ରୀ ଅଧିକ ରହିବା ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି। ଆଜି ପାଇଁ ୧୨ଟି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)