ଆସନ୍ତା ୨ ଦିନ ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ଣ ପ୍ରବାହ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ହିଟ୍ ୱେଭ୍ ସତର୍କତା ଜାରି କରିଛି। ଆଜି ପାଇଁ ୧୨ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି।
ଦିନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ା ୪୩.୨ ଡିଗ୍ରୀ ରହିଥିବାବେଳେ ସମ୍ବଲପୁରରେ ମଧ୍ୟ ସମାନ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି ।
ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୮ ଡିଗ୍ରୀ ରେକର୍ଡ ... ୩୫ ଡିଗ୍ରୀ ଉପରେ ୮ ସହରର ତାତି ...
ପୋରବନ୍ଦରଠୁ ଦକ୍ଷିଣ-ପଶ୍ଚିମରେ ୪୮୦ କିମି ଦୂରରେ ରହିଛି
ଗ୍ରୀଷ୍ଣ ପ୍ରବାହରେ ସନ୍ତୁଳି ହେଉଛି ସାରା ରାଜ୍ୟ । ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ।
ମୌସୁମୀ ଜୁନ୍ ୧୫ ସୁଦ୍ଧା ଓଡ଼ିଶା ଛୁଇଁବନି କହିଲେ IMD ଡିଜି
ଆଜି ସମ୍ବଲପୁର ପାଲଟିଛି ସବୁଠୁ ଉତ୍ତପ୍ତ ସହର । ସମ୍ବଲପୁରରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ ।
ଓଡ଼ିଶାକୁ କେବେ ଛୁଇଁବ ତାହା ପୂର୍ବାନୁମାନ ହୋଇପାରିନି । ଆଗାମୀ ୨ରୁ ୩ ଦିନରେ ସ୍ପଷ୍ଟ ହେବ ।
ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟ ବାତ୍ୟା 'ବିପର୍ଯ୍ୟୟ' କ୍ରମେ ଘନୀଭୂତ ହେବାରେ ଲାଗିଛି। ଆସନ୍ତା କିଛି ଘଣ୍ଟା ମଧ୍ୟରେ ଆହୁରି ତୀବ୍ରତର ହେବ ଏହି ବାତ୍ୟା।
ବାତ୍ୟା ସ୍ଥିତିର ମୁକାବିଲା କରିବାକୁ ପ୍ରଶାସନକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।
ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ମିଆଁମାର ଉପକୂଳ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପରେ ପରିଣତ ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।
ଆସନ୍ତା ୨୪ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପରେ ପରିଣତ ସମ୍ଭାବନା ହୋଇଛି।
ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ କ୍ରମଶଃ ଘନୀଭୂତ ହେବାରେ ଲାଗିଛି ବାତ୍ୟା 'ବିପର୍ଯ୍ୟୟ'। ଏବେ ଏହା ଗୋଆଠୁ ୮୪୦ କି.ମି., ମୁମ୍ବାଇ ଠାରୁ ୮୭୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି।
ରାଜଧାନୀ ଭୁବନେଶ୍ୱରରେ କାଳବୈଶାଖୀ ତାଣ୍ଡବ ରଚିଛି। ଉତ୍ତର ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ପ୍ରବଳ ଝଡ଼ବର୍ଷା ହୋଇଛି। ପଟିଆ, ପ୍ରଶାନ୍ତି ବିହାର, ଶିଖରଚଣ୍ଡି, ରଘୁନାଥପୁରରେ ଝଡ଼ବର୍ଷା। ପ୍ରଥମେ ପବନ ଧୂଳି ଝଡ଼ ଓ ପରେ ପରେ ଭୀଷଣ ବର୍ଷା। ଧୂଳି ଝଡ଼ ପରେ ପରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି।
'କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । କେରଳରେ ବିସ୍ତୀର୍ଣ୍ଣ ବର୍ଷା ହୋଇଛି । ଦକ୍ଷିଣ ତାମିଲନାଡ଼ୁ, କେନ୍ଦ୍ରୀୟ ଆରବ ସାଗର ଓ ବଙ୍ଗୋପସାଗରର କେତେକ ଅଞ୍ଚଳରେ ମୌସୁମୀ ବାୟୁ ଛୁଇଁଛି । ଓଡ଼ିଶାକୁ ବିଳମ୍ୱରେ ପ୍ରବେଶ କରିବ ମୌସୁମୀ ବାୟୁ ।' - ଆଇଏମଡି ଡିଜି, ମୃତ୍ୟୁଞ୍ଜୟ ମହାପାତ୍ର
'ବିପର୍ଯ୍ୟୟ' ସାଇକ୍ଲୋନ ପୋରବନ୍ଦରରୁ ଦକ୍ଷିଣ ପଶ୍ଚିମ ଦିଗରେ ୯୩୦ କିମି ଦୂରରେ ରହିଛି । ଏବେ ୫ କିମି ବେଗରେ ଗତି କରୁଛି । ଏହି କିଛି ସମୟ ଉତ୍ତର ଦିଗରେ ଗତି କରିବା ପରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । - ଆଇଏମଡି ଡିଜି, ମୃତ୍ୟୁଞ୍ଜୟ ମହାପାତ୍ର
ରାଜଧାନୀ ଭୁବନେଶ୍ୱରରେ କାଳବୈଶାଖୀ ତାଣ୍ଡବ ରଚିଛି। ଉତ୍ତର ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ପ୍ରବଳ ଝଡ଼ବର୍ଷା ହୋଇଛି। ପଟିଆ, ପ୍ରଶାନ୍ତି ବିହାର, ଶିଖରଚଣ୍ଡି, ରଘୁନାଥପୁରରେ ଝଡ଼ବର୍ଷା। ପ୍ରଥମେ ପବନ ଧୂଳି ଝଡ଼ ଓ ପରେ ପରେ ଭୀଷଣ ବର୍ଷା। ଧୂଳି ଝଡ଼ ପରେ ପରେ ଆରମ୍ଭ ହେଲା ପ୍ରବଳ ବର୍ଷା ହୋଇଛି
ହଠାତ୍ ମାଡ଼ି ଆସିଲା ରାଜଧାନୀକୁ ଝଡ଼ ପବନ
ମୌସୁମୀ କେରଳ ଛୁଇଁବା ନେଇ ଆଇଏମ୍ଡିର ସୂଚନା, ତେବେ ଓଡ଼ିଶାକୁ ବିଳମ୍ବରେ ମୌସୁମୀ ଛୁଇଁବ ବୋଲି ଆକଳନ କରାଯାଉଛି ।
ଭାରତୀୟ ପାଣିପାଗ ବିଭାଗର ଲାଟେଷ୍ଟ୍ ଅପଡେଟ୍ ଅନୁସାରେ, ବାତ୍ୟା ‘ବିପର୍ଯ୍ୟୟ’ ଏବେ ଗୋଆଠୁ ପ୍ରାୟ ୮୬୦ କି.ମି. ଦୂର ପଶ୍ଚିମ-ଦକ୍ଷିଣ-ପଶ୍ଚିମରେ କେନ୍ଦ୍ରୀଭୂତ ଥିବାବେଳେ ମୁମ୍ବାଇଠୁ ୯୧୦ କି.ମି. ଦକ୍ଷିଣ-ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି।
ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ କାଳବୈଶାଖୀର ତାଣ୍ଡବ । ପ୍ରବଳ ବର୍ଷା ଓ ପବନ ଯୋଗୁ ଉପୁଡ଼ିଲା ଗଛ, ଭାଙ୍ଗିଲା ଘର । ଝଡ଼ ବର୍ଷା ଯୋଗୁ ଅନେକ ଜମିରେ ଫସଲ ନଷ୍ଟ ।
ଯଦି ଲଘୁଚାପ ବାତ୍ୟାର ରୂପ ନିଏ ତେବେ ଏହି ବାତ୍ୟାର ନାଁ ରହିବ 'ବିପର୍ଯ୍ୟୟ'।
ଗଜପତି, ଗଂଜାମ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ ଏବଂ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ଏବଂ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି ।
ଆସନ୍ତା ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଓ ବଜ୍ରପାତ ହୋଇପାରେ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।